ଜମିରୁ ନିଷ୍କାସନ ହୋଇଲପାରୁନି ଅନାବଶ୍ୟକ ପାଣି: ଚାଷୀ ହନ୍ତସନ୍ତ
ଚିକିଟି (ଓ୍ବାଇଏନଏସ): ଚିକିଟି କ୍ଷୁଦ୍ର ଜଳସେଚନ ବିଭାଗ ର ଚାଷୀ ଙ୍କ ପ୍ରତି ଦରଦ ଅଭାବ ଯୋଗୁଁ ବଡବରଙ୍ଗା ଚାଷୀ ପ୍ରଭାବିତ ହେବା ଲକ୍ଷ କରାଯାଇଛି.ତେବେ ବିଭାଗ ର ଭିନ୍ନ ମତ ରହୁଥିବା ବେଳେ ସେମାନଙ୍କ ସମସ୍ୟା ର ସମାଧାନ ଉଭୟ ଚାଷୀ ଓ ବିଭାଗ ମିଶି ଆଲୋଚନା ପୂର୍ବକ କରିବାକୁ ଦାବି ହୋଇଛି.ସୂତ୍ର ରୁ ପ୍ରକାଶ ଯେ,ବୁଡରମ୍ପା ଶିବ ମନ୍ଦିର ପାର୍ଶ୍ଵ ରେ ରହିଥିବା 100 ଏକର ଜମି ର ପାଣି ଗୌଞ୍ଜୁ ନାଳ ମାଧ୍ୟମ ରେ ନିଷ୍କାସନ ସମ୍ଭବ ହୋଇପାରୁନାହିଁ.ସୁରଙ୍ଗୀ ସାଗର ର ପାଣି ଖଇର.ଗୋଠଗାଁ ରାସ୍ତା ଦେଇ ବଡବରଙ୍ଗା ର ଚାଷୀ ଙ୍କ ଜମି ରେ ପାଣି ମାଡିଥାଏ.ସେହି ପାଣି ଗୌଞ୍ଜୁ ନାଳ ଦେଇ ବାହୁଦା ନଦୀ କୁ ନିଷ୍କାସନ ପାଇଁ ନାଳ କୁ ବର୍ଦ୍ଧିତ ପାଇଁ ବିଭାଗୀୟ ଏସ ସି ଶିବାନୀ ସିଦ୍ଧାର୍ଥ ପାଢ଼ୀ ଙ୍କ ସହ ଆଲୋଚନା କରିଥିଲେ ଚାଷୀ .ଉକ୍ତ ନାଳ ଟି ବଗି ଘାଇ ରେ ମିଶିଥିବା ବେଳେ ବାହୁଦା ନଦୀ କୁ ସିଧା ସଳଖ ଛାଡିବାକୁ ଦୀର୍ଘ ଦିନ ର ଦାବି ମଧ୍ୟ ରହିଥିଲା.କିନ୍ତୁ ବିଭାଗ ଏଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଚାଷୀ ଅଭିଯୋଗ କରିଛନ୍ତି. ଅନ୍ୟ ପକ୍ଷ ରେ ବଗିଘାଇ ରେ ବାହୁଦା କେନାଲ ପାଣି ଓ ଗୌଞ୍ଜୁ କେନାଲ ପାଣି ପଡି ସଦ୍ୟ ନିର୍ମିତ ଚେକ ଡେମ ନିକଟରେ ପାଣି ଗଛିତ ରହୁଛି.ଫଳରେ ପାଣି ବିଲ ରେ ମାଡି ବଡବରଙ୍ଗା ର ଏହି ଚାଷୀ କ୍ଷତି ଗ୍ରସ୍ତ ହେଉଥିବା ଅଭିଯୋଗ ଅଭିଯୋଗ କରିଛନ୍ତି.ଚେକ ଡେମ ର ସ୍କାଉରିଙ୍ଗ ଗେଟ ରେ ପାଣି ଛାଡ଼ିବା ପାଇଁ ଚାବି ମଧ୍ୟ ବିଭାଗ ଦେଉନଥିବା ରୁ କ୍ଷୋଭ ପ୍ରକାଶ କରିଛନ୍ତି.ସେହି ଭଳି ବଗି ନଦୀ ରେ ଚାଷୀ ଙ୍କ ଉଦ୍ଧେଶ୍ୟ ରେ ହୋଇଥିବା ପୋଲ ଟି ନିମ୍ନ ମାନର ହେବା ଫଳରେ ରେ ଭାଙ୍ଗି ଯାଇଛି.ଅନ୍ୟ ପକ୍ଷ ରେ ଗୟାନାଳ ଆଉଣ୍ଡି ରୁ ବଡ ବରଙ୍ଗା ପ୍ରାୟ ଚାରି କିମି ରୁ ଉର୍ଦ୍ଧ କେନାଲ ସଫା ନ ହେବା ଫଳରେ ଏହି ଚାଷୀ ବିଶେଷ ଭାବେ ପ୍ରଭାବିତ ହେଉଥିବା କହିଛନ୍ତି.ଅପର ପକ୍ଷ ରେ ବଗି ପାର୍ଶ୍ଵ ରେ ଛୋଟ କେନାଲ ତିଆରି କରି ବାହୁଦା ନଦୀ କୁ ଓଭର ଫ୍ଲୋ ପାଣି ଛାଡିବାକୁ ଦାବି ହୋଇଥିଲେ ମଧ୍ୟ ଚାଷୀ ମାରଣ ନୀତି ବିଭାଗ କରୁଛି ବୋଲି ଲଷ୍ମୀକାନ୍ତ ପାଣିଗ୍ରାହୀ,ସର୍ବେଶ୍ୱର ଚୌଧୁରି,କିଶୋର ପାଣିଗ୍ରାହୀ,ପୂର୍ବତନ ସରପଞ୍ଚ ନରସିଂହ ପ୍ରଧାନ,ଦ୍ୱାରିକା ନାଥ ବେହେରା,ପ୍ରଦୀପ କୁମାର ପାଣିଗ୍ରାହୀ,ଲଷ୍ମୀକାନ୍ତ ସାହୁ,ରଂଜିତ ପ୍ରଧାନ,ଅନନ୍ତ ରାମ ପ୍ରଧାନ ପ୍ରମୁଖ ଚାଷୀ ଅଭିଯୋଗ କରିଛନ୍ତି. ତେବେ ବିଭାଗ ରେ ଯୁକ୍ତି ହେଲା ବଗି ପାର୍ଶ୍ଵ ରେ ବ୍ୟକ୍ତିଗତ ଜମି ରହି ଥିବା ରୁ ସମସ୍ୟା ଉପୁଜିଛି ଓ ଡ୍ରେନେଜ ବିଭାଗ ର ଏହା ଦାୟିତ୍ୱ.ଏ ସମ୍ପର୍କ ରେ ଏସ ସି ଶ୍ରୀ ଯୁକ୍ତ ପାଢ଼ୀ ଙ୍କୁ ଯୋଗାଯୋଗ କରିବାରୁ ପଦକ୍ଷେପ ନେବେ ବୋଲି କହିଥିଲେ.


