ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ

ଆସିକା  (ୱାଇଏନ୍‍ଏସ୍‍) : ଓଡିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଗୁରବାର ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି । ଆସିକା ପଞ୍ଚାୟତ ସମିତିର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଅନିମା ପରିଡା ଏବଂ ଅତିରିକ୍ତ ତହସିଲଦାର ଶୁଭଦର୍ଶିନୀ ରାଉତରାୟ ପ୍ରମୁଖ ଯୋଗଦେଇ ବରିଷ୍ଠ ନାଗରିକ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ସମାଜ ତଥା ରାଷ୍ଟ୍ର ପ୍ରତି ବରିଷ୍ଠ ନାଗରିକଙ୍କ ଅବଦାନ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରି ବରିଷ୍ଠ ନାଗରିକମାନେ ସମାଜର ପଥପ୍ରଦର୍ଶକ ଓ ପରିବାର ତଥା ସମାଜର ଅମୂଲ୍ୟ ସଂପଦ ହୋଇଥିବା ବେଳେ ସେମାନେ ଯେପରି ବୃଦ୍ଧାବସ୍ଥାରେ ସମ୍ମାନର ସହ ଏବଂ ଖୁସିରେ ଜୀବନଯାପନ କରିପାରିବେ ତାହାରି ଉପରେ ଗୁରୁତ୍ୱାରୋପ କରିବା ସହ ବରିଷ୍ଠ ନାଗରିକମାନଙ୍କ ସୁବିଧା ପାଇଁ ଆଇନରେ ଥିବା ବିଭିନ୍ନ ସୁବିଧା ସୁଯୋଗ, ଓଡିଶା ନାଗରିକ ନୀତି, ପିତାମାତା ଓ ବରିଷ୍ଠ ନାଗରିକଙ୍କ ଭରଣପୋଷଣ ଓ କଲ୍ୟାଣ ଅଧିନିୟମ ଉପରେ ସଚେତନ କରିବା ସାଙ୍ଗକୁ ବରିଷ୍ଠ ନାଗରିକମାନଙ୍କ ଆଜୀବନ ସୁସ୍ଥ, ସବଳ ଓ ନିରାମୟ ଜୀବନ କାମନା କରାଯିବା ସାଙ୍ଗକୁ ସେମାନେ ସମ୍ମାନର ସହ ସମାଜରେ ବଞ୍ଚିବା ପାଇଁ ଗୁରୁତ୍ୱାରୋପ କରାଯାଇଥିଲା । ଆସିକା ପଞ୍ଚାୟତ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିବା ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମରେ ବରିଷ୍ଠ ନାଗରିକ ଉତ୍ତର କୁମାର ପରିଡା, ଏ.ଯୁଧିଷ୍ଠିର ଦୋରା, ବୁଦ୍ଧିରାମ ନାହାକ, କେ.ମନମୋହନ ସେନାପତି, ବିଶ୍ୱନାଥ ପଣ୍ଡା, ଶୁକଦେବ ରାଉତ, ଗୋପୀନାଥ ସ୍ୱାଇଁ, ମୁରଲୀ ବେହେରା, ବଂଶୀଧର ବେହେରା, ବିଶ୍ୱନାଥ ନାହାକ, ରାମଚନ୍ଦ୍ର କାମ୍ପ, ଜି.ବାଳକୃଷ୍ଣ ରାଓ, ଭି.କ୍ରିଷ୍ଣାସ୍ୱାମୀ ରାଓ, ଅରୁ ଚରଣ ପ୍ରଧାନ, ସୁଦର୍ଶନ ନାହାକ, ଗୋପୀନାଥ ନାହାକ, ଅଭିମନ୍ୟୁ ବାଡତ୍ୟାଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ପଞ୍ଚାୟତ ସମିତି ପକ୍ଷରୁ ଆୟୋଜିତ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୬ ପାଳନ ଅବସରରେ ଯୋଗ ଓ ମାନସିକ ସୁସ୍ଥତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶିକ୍ଷକ ରାମନାଥ ପଟ୍ଟନାୟକଙ୍କ ସମେତ ଆସିକା ବ୍ଳକ ପ୍ରଶାସନର ବହୁ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ