ବିଶ୍ଵ ଶ୍ରମିକ ଦିବସ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଏବଂ ସିଆଇଟିୟୁ ଅନୁବନ୍ଧିତ ଖେମୁଣ୍ଡି ବିଶ୍ଵକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ବିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି। ସଂଘର ସଭାପତି ଶିବରାମ ପ୍ରଧାନ ଲାଲ ପତାକା ଉତ୍ତୋଳନ କରିଥିଲେ। ସିପିଆଇ ଗଞ୍ଜାମ ଜିଲା କମିଟି ସଦସ୍ୟ ଅଳକ ନାଥ ମିଶ୍ର, ସିପିଆଇ(ଏମ) ଗଞ୍ଜାମ ଜିଲା କମିଟି ର ପୂର୍ବତନ ଜିଲା ସମ୍ପାଦକ କୈଳାସ ଷଡଙ୍ଗୀ , ସଂଘର କାର୍ଯ୍ୟକାରୀ ସଭାପତି ତଥା ଆଇନଜୀବି କୁରେଶୁ ପଣ୍ଡା ଅତିଥି ଭାବେ ଯୋଗ ଦେଇ ପଥପ୍ରାନ୍ତ  ସଭାରେ କେନ୍ଦ୍ର ଓ ରାଜ୍ୟରେ ଶାସକ ଦଳ କିଭଳି ଶ୍ରମିକ ମାରଣ ନୀତି ପ୍ରଣୟନ କରି ଚାଲିଛନ୍ତି ସେ ସମ୍ପର୍କରେ ଉଦବୋଧନ ଦେବା ସହ ଶ୍ରମିକ ଦିବସ ପାଳନ ର ତାତ୍ପର୍ଯ୍ୟ ସମ୍ପର୍କରେ ଅବତାରଣା କରିଥିଲେ।ଏହି ସଭାରେ ଓଡ଼ିଶା ରାଜ୍ୟ କୃଷକ ସଭାର ଗଞ୍ଜାମ ଜିଲା ସମ୍ପାଦକ ତଥା ଆଇନଜୀବି  ପି. ଶିବ ଶଙ୍କର, ଭି. ସୁଦର୍ଶନ ରାଜୁ, କୈଳାଶ ପ୍ରଧାନ,ଉପେନ୍ଦ୍ର ବେହେରା,କୈଳାସ ମହାରଣା, ବିଶ୍ୱନାଥ ମହାରଣା,ପ୍ରଫୁଲ୍ଲ ମହାରଣା,ଅଭିମନ୍ୟୁ ସେଠୀ,ସୁଦାମ ସେଠୀ,ଲୋକନାଥ ସେଠୀ,ସୁଦର୍ଶନ ସେଠୀ,କଂଗ୍ରେସ ସେଠୀ ଙ୍କ ସମେତ ଶ୍ରମିକ ସଙ୍ଗଠନ ଏଆଇଟିୟୁସି ଓ ସିଆଇଟିୟୁ ର  ବହୁସଂଖ୍ୟକ କାର୍ଯ୍ୟକର୍ତ୍ତା ଏବଂ ଶ୍ରମିକ ବୃନ୍ଦ ଉପସ୍ଥିତ ଥିଲେ।  ସେହିପରି  ସ୍ଥାନୀୟ ଶ୍ରୀ ଚନ୍ଦ୍ରଚୁଡେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ଖେମୁଣ୍ଡି ବିଶ୍ଵକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ପକ୍ଷରୁ ‘ସାମ୍ପ୍ରତିକ ପରିସ୍ଥିତିରେ ଶ୍ରମଜୀବୀ ଙ୍କ ଅବସ୍ଥା ‘ ଶୀର୍ଷକ ଆଲୋଚନା ସଭାରେ ସଂଘର କାର୍ଯ୍ୟକାରୀ ସଭାପତି କୁରେଶୁ ପଣ୍ଡା ଅଧ୍ୟକ୍ଷତା କରିଥିଲେ।ବିଶିଷ୍ଟ ବାମପନ୍ଥୀ ବ୍ୟକ୍ତିତ୍ଵ କୈଳାସ ଷଡଙ୍ଗୀ, ଫରୱାର୍ଡ ବ୍ଲକ୍ ଗଞ୍ଜାମ ଜିଲା କମିଟି ସଭାପତି ସଭାପତି ବିଭୂଧେନ୍ଦ୍ର ପାଢ଼ୀ, ଆଇନଜୀବି ଅଶେଷ ନାଥ ମିଶ୍ର,କବି ବୃନ୍ଦାବନ ପଣ୍ଡା, ପ୍ରାଧ୍ୟାପକ ସଞ୍ଜୟ କୁମାର ଷଡ଼ଙ୍ଗୀ,ଖବରଦାତା ଗୋପାଳକୃଷ୍ଣ ମଲ୍ଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। କବି ପୀତବାସ ତ୍ରିପାଠୀ ଙ୍କ ସଂଯୋଜନା ରେ  ଆୟୋଜିତ ପ୍ରଗତିଶୀଳ କବିତା ପାଠୋତ୍ସବ ରେ କବୟିତ୍ରୀ ସୁଜାତାରାଣୀ ଶତପଥି,ପୁଷ୍ପା ମିଶ୍ର, ସରୋଜିନୀ ସାହୁ,କବି ପଦ୍ମଚରଣ ମେକାପ,ବୃନ୍ଦାବନ ପଣ୍ଡା, ସଞ୍ଜୟ କୁମାର ଷଡଙ୍ଗୀ, ବିଭୁଧେନ୍ଦ୍ର ପାଢ଼ୀ,ପୀତବାସ ତ୍ରିପାଠୀ, ମନୋଜ କୁମାର କୁଣ୍ଡ , ତ୍ରିପତୀ ପ୍ରଧାନ,ଦୁର୍ଗାମାଧବ ମହାରଣା,ଶିବରାମ ସାବତ, କୁରେଶୁ ପଣ୍ଡା  ପ୍ରମୁଖ ବହୁ କବୟିତ୍ରୀ କବି ସ୍ବରଚିତ କବିତା ପାଠ କରିଥିଲେ। ଶେଷରେ ସାମାଜିକ କର୍ମୀ ସୁଶାନ୍ତ କୁମାର ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ