ଆଇଆରପିଏମ ବିଭାଗ ପକ୍ଷରୁ ତୃତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା
ବୁଗୁଡ଼ା, (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ପିପୁଲସ କଲେଜର ଆଇଆରପିଏମ୍ ବିଭାଗର +୩ ର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ତୃତୀୟ ତଥା ଶେଷ ବର୍ଷର ଛାତ୍ରଛାତ୍ରୀ ବୃନ୍ଦଙ୍କୁ କଲେଜ ପରିସରରେ ୦୩-୬-୨୬ ତାରିଖ ଦିନ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି। ଏହି ବିଦାୟ ସମ୍ବର୍ଦ୍ଧନା ସଭାରେ କଲେଜର ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ଆଇକିୟୁଏସି ସଂଯୋଜକ ସୁଶାନ୍ତ କୁମାର ସାହୁ ଅତିଥି ଭାବେ ଯୋଗଦେଇଥିଲେ। ଆଇଆରପିଏମ ବିଭାଗ ମୁଖ୍ୟ ଅଧ୍ୟାପକ ଦିଲ୍ଲୀପ କୁମାର ସେଠୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀ ସୋନାଲି ମହାରଣା ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। +3 ତୃତୀୟ ବର୍ଷର ଛାତ୍ରଛାତ୍ରୀମାନେ ସେମାନଙ୍କ ତିନି ବର୍ଷର ଅଭିଜ୍ଞତା ପ୍ରକାଶ କରିଥିଲେ। ଅତିଥିମାନେ ତୃତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଉତ୍ତମ ଭବିଷ୍ୟତ ପାଇଁ କାମନା କରିବା ସହ ଉପାଦେୟ ପରାମର୍ଶ ଦେଇଥିଲେ। ଏହି ଅବସରରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଆଇଆରପିମ ବିଭାଗର ପରୀକ୍ଷାରେ ପ୍ରଥମ ସ୍ଥାନରେ ପୂଜାରାଣୀ ପ୍ରଧାନ, ଦ୍ଵିତୀୟ ସ୍ଥାନରେ ମନିଷା ଗୌଡ଼ା ଓ ଦଶମ ସ୍ଥାନରେ ସୋନାଲି ମହାରଣା ତିନିଜଣ ଛାତ୍ରୀ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ରହି କଲେଜ ଓ ବିଭାଗ ପାଇଁ ଗୌରବ ଆଣଥିବା ଯୋଗୁଁ ତିନି ଜଣଙ୍କୁ ବିଭାଗ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।


