କେନ୍ଦ୍ରାପଡା ଆରଡି ଡିଭିଜନରେ ଜେଇଙ୍କୁ ମାଡ
କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ): କେନ୍ଦ୍ରାପଡା ସହରର ଇଛାପୁର ସ୍ଥିତ ଆର.ଡି.(ଗ୍ରାମ୍ୟଉନ୍ନୟନ ବିଭାଗ) ଡିଭିଜନ କାର୍ଯ୍ୟାଳୟରେ ଜଣେ ଠିକାଦାର ଜନୈକ ଜେଇଙ୍କୁ ମାଡ ମାରିଛନ୍ତି। ଠିକାକାମକୁ ନେଇ ପ୍ରଥମେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ଠିକାଦାର ଜଣକ ଜେଇଙ୍କୁ ମାଡ ମାରିଥିଲେ। ଘଟଣା ଘଟିବା ପରେ ଆର.ଡି. କାର୍ଯ୍ୟାଳୟର କର୍ମଚାରୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଶାନ୍ତ କରିଥିଲା। ମାଡ ଖାଇଥିବା ଜେଇ ଏନେଇ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ଘଟଣା ସମ୍ପର୍କରେ ଟେଲିଫୋନରେ ଜଣାଇଥିଲେ। ଫଳରେ ଥାନାଧିକାରୀ ଘଟଣାକୁ ଗୁରୁତର ସହ ନେଇଥିଲେ। ହେଲେ ଏନେଇ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ କହିଛନ୍ତି। ସେ କହିଛନ୍ତି ଲିଖିତ ଅଭିଯୋଗ ନହେଲେ ପୋଲିସ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ନାହିଁ।


