ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନଶୁଣାଣି

ଦିଗପହଣ୍ଡି(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ସୋମବାର ଜିଲା ପୋଲିସ ପ୍ରଶାସନ ପକ୍ଷରୁ ମିଳିତ ଜନ ଶୁଣାଣି ଅନୁଷ୍ଠିତ ହୋଇଥିଲା।ସାନଖେମୁଣ୍ଡି ବିଡ଼ିଓ ଜୀତେନ୍ଦ୍ର କୁମାର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଜନଶୁଣାଣି ରେ  ଗଞ୍ଜାମ ଜିଲାପାଳ ଭି . କୀର୍ତ୍ତି ଭାସନ ,ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ର, ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ  ସମୀର କୁମାର ଜେନା,ବ୍ରହ୍ମପୁର ଉପ ଜିଲାପାଳ ଅବିନାଶ କୁମାର,ସାନଖେମୁଣ୍ଡି ବ୍ଲକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର, ଉପାଧ୍ୟକ୍ଷା ରିଙ୍କି ନାହାକ ପ୍ରମୁଖ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣାଣି କରିଥିଲେ। ଜନଶୁଣାଣି ରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ୨୬ ଟି ପଞ୍ଚାୟତ ରୁ ସର୍ବମୋଟ ୯୦ ଟି ଅଭିଯୋଗ ପତ୍ର ଦାଖଲ ହୋଇଥିଲା । ସେଥି ମଧ୍ୟରୁ ରାସନ୍ କାର୍ଡ, ଆବାସ ଗୃହ, ବାର୍ଦ୍ଧକ୍ୟ ଭତ୍ତା ଭଳି ବ୍ୟକ୍ତିଗତ ସମସ୍ୟା ସମ୍ପର୍କିତ ଅଭିଯୋଗ ରହିଥିଲା। ଅଭିଯୋଗ  କରିବାକୁ ଆସିଥିବା  ୩ ଜଣ ଦିବ୍ୟାଙ୍ଗ ଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିବା ବେଳେ ଜଣଙ୍କୁ ରେଡକ୍ରସ ତରଫରୁ ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା   ସହାୟତା ପ୍ରଦାନ କରାଯାଇଥିଲା। ସାହାସପୁର ପଞ୍ଚାୟତ ସମିତି ସଭ୍ୟ ପ୍ରତିନିଧି କୈଳାସ ପାତ୍ର ଏବଂ ଗ୍ରାମବାସୀ  ସାହାସପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆବଶ୍ୟକ ଡାକ୍ତର ଓ  ଫାର୍ମାସିଷ୍ଟ ନିଯୁକ୍ତି ,  ଆମ୍ବଠା ଗ୍ରାମ ରୋଡ ଠାରୁ ସାହାସପୁର ରାସ୍ତା ର ପ୍ରଶସ୍ତିକରଣ ଓ ମରାମତି କରାଯିବା।ମେଗା ପାନୀୟଜଳ ପ୍ରକଳ୍ପ ଦ୍ଵାରା  ତିତିଖଣ୍ଡି ଓ ସାହାସପୁର ଗ୍ରାମକୁ ପାଇପ ଯୋଗେ  ପାନୀୟ ଜଳ ଯୋଗାଣ ପାଇଁ ଜିଲାପାଳ ଙ୍କୁ ନିବେଦନ  କରିଥିଲେ।  ବିଭିନ୍ନ ପଞ୍ଚାୟତ ରେ ଭିବି- ଜି ରାମ ଜି ଏବଂ ପୂର୍ବରୁ ଏମଜିଏନଆରଜିଏସ ଯୋଜନାରେ  କାର୍ଯ୍ୟ କରିଥିବା ବହୁ ସଂଖ୍ୟକ ଠିକାଦାର ଓ ଜନପ୍ରତିନିଧି ମାନେ ବହୁଦିନ ହେଲା ମେଟେରିଆଲ ବାବଦକୁ ପ୍ରାପ୍ୟ ଅର୍ଥରାଶି  ପାଇବାରୁ ବଞ୍ଚିତ ହୋଇଥିବା ନେଇ  ସମିତି ସଭ୍ୟ ଜନାର୍ଦ୍ଦନ ପଲାଇ ଙ୍କ ସହ ଅନ୍ୟ କିଛି ସମିତି ସଭ୍ୟ , ସରପଞ୍ଚ ଜିଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରିଥଲେ।  ଯଥା ଶୀଘ୍ର ସମସ୍ୟା ଉପରେ ଆଲୋଚନା କରି ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲାପାଳ ଉପସ୍ଥିତ ଜିଲା ମୂଖ୍ୟ ଉନ୍ନୟନ ଅଧିକାରୀ ଙ୍କୁ ପରାମର୍ଶ ଦେଇଥିଲେ। ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲାପାଳ ଶୁଣିବା ପରେ  ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ  ଗ୍ରାମାଞ୍ଚଳ ମାନଙ୍କରେ ନିରନ୍ତର ପାନୀୟ ଜଳ ଯୋଗାଣ କୁ ଗୁରୁତ୍ବ ଦେବା ସହ ବିଭିନ୍ନ ସମସ୍ୟା ର ସ୍ଥାୟୀ ସମାଧାନ ଉପରେ ଉପସ୍ଥିତ ଜିଲା ସ୍ତରୀୟ ଅଧିକାରୀ ଏବଂ ବ୍ଲକ କାର୍ଯ୍ୟାଳୟର ବିଭିନ୍ନ ବିଭାଗୀୟ ଅଧିକାରୀ ବୃନ୍ଦ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଅଭିଯୋଗ ଶୁଣାଣି ରେ  ବିଭିନ୍ନ ବିଭାଗ ର ଜିଲା ସ୍ତରୀୟ  ଅଧିକାରୀ ବୃନ୍ଦ, କୃଷି ,ଗ୍ରାମ୍ୟ ଉନ୍ନୟନ , ବନ ବିଭାଗ, ଉଦ୍ୟାନ ବିଭାଗ ସମେତ ଅନ୍ୟାନ୍ୟ ବିଭାଗର ଅଧିକାରୀ ଓ ଅଧସ୍ତନ କର୍ମଚାରୀ ବୃନ୍ଦ  ଉପସ୍ଥିତ ଥିଲେ।  କାର୍ଯ୍ୟକ୍ରମରେ ବ୍ଲକ ର ନିର୍ବାହୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ ,ପଞ୍ଚାୟତ  ନିର୍ବାହୀ ଅଧିକାରୀ, ଏଡିଓ, ଜିଆରଏସ ବୃନ୍ଦ ଙ୍କ ସମେତ ବିଭିନ୍ନ ବିଭାଗୀୟ କର୍ମଚାରୀ ଉପସ୍ଥିତ ରହି ଅଭିଯୋଗ ଶୁଣାଣି ପରିଚାଳନାରେ  ସହଯୋଗ କରିଥିଲେ। ଆଇନ ଶୃଙ୍ଖଳା ଦୃଷ୍ଟି କୁ ରଖି ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଙ୍କ ନେତୃତ୍ୱରେ ଫୋର୍ସ  ଉପସ୍ଥିତ ଥିଲେ। ପରେ ଜିଲାପାଳ ଙ୍କ ସମେତ ଜିଲା ସ୍ତରୀୟ ଅଧିକାରୀ ବୃନ୍ଦ  ପ୍ରତାପଗିରି ଗ୍ରାମ ସ୍ଥିତ ନବନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିଦର୍ଶନ କରି ପୂଜାର୍ଚ୍ଚନା କରି ଫେରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ