ସମାଜସେବୀ ଗୋପାଳ ମାହାଳିକଙ୍କୁ ଅଭିନନ୍ଦନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):୯୨ବର୍ଷୀୟ ସମାଜସେବୀ ତଥା କଂଗ୍ରେସ କର୍ମୀ ଗୋପାଳ ଚନ୍ଦ୍ର ମହାଳିକଙ୍କୁ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଛା ଜ୍ଞାପନ କରିଛି ଜିଲ୍ଲା ପ୍ରତିଭା ପୂଜା ସଂସଦ। କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ବଣିଆମାଳ ଅଞ୍ଚଳର ବରିଷ୍ଠ କଂଗ୍ରେସ କର୍ମୀ ଶ୍ରୀ ମହାଳିକଙ୍କ ଜନ୍ମଦିନ ଅବସରରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସଭାପତି ପ୍ରଦିପ କୁମାର ମହାନ୍ତି ଓ ସମ୍ପାଦକ ସୁଶିଲ କୁମାର ସାମଲ ତାଙ୍କ ବାସଭବନରେ ପହଞ୍ଚି ଶ୍ରୀ ମହାଳିକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ଜନ୍ମଦିନର ଶୁଭେଛା ଜଣାଇବା ସହ ତାଙ୍କ ସୁସ୍ଥ ଓ ଦୀର୍ଘ ନିରାମୟ ଜୀବନ କାମନା କରି କେନ୍ଦ୍ରାପଡାର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ନିକଟରେ ପ୍ରାର୍ଥନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ