ବନ୍ଧୁତ୍ୱ ଦିବସରେ ୟୁନାଇଟେଡ କ୍ଳବ୍ ୯୯ ତରଫରୁ ରକ୍ତଦାନ ଶିବିର
ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ବନ୍ଧୁତ୍ଵ ଦିବସର ଶ୍ରେଷ୍ଠ ଉପହାର ସ୍ୱରୂପ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଲଗୁଣ୍ଠାର ୧୯୯୯ ମସିହା ଦଶମ ଶ୍ରେଣୀ ବ୍ୟାଚ୍ ତଥା ୟୁନାଇଟେଡ କ୍ଲବ ୯୯, ଏବଂ ବେଲଗୁଣ୍ଠା ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ତନରଡା ୮ମ ବାଟାଲିୟନ ସ୍ୱତନ୍ତ୍ର ଆରକ୍ଷୀ ବାହିନୀର ଡେପୁଟି କମାଣ୍ଡାଣ୍ଟ ଅଜୟ କୁମାର ମୁର୍ମୁ, ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଆତିଶ୍ କୁମାର ସାହୁ, ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡ଼ାଃ ସବିତା ବେହେରା, କାଉନସିଲର ଏସ. ଭାସ୍କର ପାତ୍ର ଓ ଦିବ୍ୟରଞ୍ଜନ ଦାଶ, ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ପୂର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ, ସମିତି ସଭ୍ୟ ସୁଧାଂଶୁ ଶେଖର ପୋଲାଇ, ବଣିକ ସଂଘ ସଭାପତି ସନ୍ନତ କୁମାର ସୁବୁଧି, ବିଶିଷ୍ଟ ସମାଜସେବୀ ଦେବୀପ୍ରସାଦ ପାତ୍ର, ବିପିଏମ୍ ଦୁର୍ଗା ପ୍ରାସାଦ ପଟ୍ଟନାୟକ, ଯୁବ ସମାଜସେବୀ ରାଜୀବ ଲୋଚନ ବେହେରା, ବରିଷ୍ଠ ସାମ୍ବାଦିକ ସୁର୍ଯ୍ୟ ନାରାୟଣ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଶିବିରର ଶୁଭାରମ୍ଭ କରିଥିଲେ।ସମାଜ ପାଇଁ କିଛି କରିବାର ନିଆରା ଲକ୍ଷ୍ୟ ନେଇ ବେଲଗୁଣ୍ଠା ସହରର ବିଭିନ୍ନ ଯୁବକ ତଥା ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ଶିବିରରୁ ୪୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ୨୨ଜଣ ନୂତନ ରକ୍ତଦାତା ସୃଷ୍ଟି ହୋଇଥିବା ବେଳେ, ପୂର୍ବରୁ ବିଭିନ୍ନ ସମୟରେ ରକ୍ତଦାନ କରିଥିବା ବହୁ ଯୁବକ ମଧ୍ୟ ରକ୍ତଦାନ କରି ନିଜକୁ ଧନ୍ୟ ମନେ କରିଥିଲେ। କାର୍ଯ୍ୟକ୍ରମଟି ବେଲଗୁଣ୍ଠା ପ୍ରେସ କ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ସଂଯୋଜନାରେ ପରିଚାଳିତ ହୋଇଥିଲା। ଏଥିରେ ୟୁନାଇଟେଡ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ରହି ରକ୍ତଦାନ କରିବା ସହିତ ଅନ୍ୟ ରକ୍ତଦାତାଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ। ୟୁନାଇଟେଡ କ୍ଲବ ୯୯ର ସଦସ୍ୟମାନେ କେବଳ ପୁରାତନ ଛାତ୍ର ସମାଜସେବା କ୍ଷେତ୍ରରେ ଯେଉଁ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି, ତାହା ଅଞ୍ଚଳରେ ପ୍ରଶଂସନୀୟ ହୋଇପାରିଛି। ରକ୍ତଦାତାଙ୍କ ମଧ୍ୟରେ ୟୁନାଇଟେଡ କ୍ଳବ୍ ୯୯ର କାଶୀନାଥ ସାହୁ, ସୁଶାନ୍ତ କୁମାର ସାହୁ, ଦିଲିପ ମହାରଣା, ମଧୂସୁଦନ ଦାଶ, ରଘୁନାଥ ପ୍ରଧାନ, ସିଏଚ୍ ଅରବିନ୍ଦ ପାତ୍ର, ନାରାୟଣ ପରିଡା, ମଦନ ବେହେର, ଜଗନ୍ନାଥ ଡାକୁଆଙ୍କ ସମେତ ଅନ୍ୟ ମାନେ ରକ୍ତଦାନ କରିଥିବା ବେଳେ ଦିଲିପ କୁମାର ଶତପଥୀ, ତୋଫାନ କୁମାର ସାହୁ, ସୁଶାନ୍ତ ବେହେରା, ଏ ମନୋଜ କୁମାର ପାତ୍ର, ଶିବରାମ ଚୌଧୁରୀ, ସରୋଜ କୁମାର ଶତପଥୀ, ସତ୍ୟ ନାରାୟଣ ପୃଷ୍ଟି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ, ଭଞ୍ଜନଗର ରକ୍ତଭଣ୍ଡାରର କର୍ମଚାରୀ ମାନେ ଉପସ୍ଥିତ ରହି ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ ।


