କଟକରୁ ଅପହରଣ, ପୁରୀରେ ଗଣଦୁଷ୍କର୍ମ ; ୪ ଗିରଫ

କଟକ(ଓ୍ବାଇଏନଏସ): କଟକରୁ ଅପହୃତ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୁରୀର ଏକ ହୋଟେଲରେ କଲେଜ ଛାତ୍ରୀଙ୍କୁ ନିଶା ଦେଇ ୪ ଜଣ ସାଙ୍ଗ ଦୁଷ୍କର୍ମ କରିଥିବା ଜଣାପଡିଛି। କ୍ୟାଣ୍ଟନମେଣ୍ଟ ଥାନା ପୁଲିସ୍‌ ଏହି ଘଟଣାରେ ଯାଜପୁର ରୋଡ୍ ଷ୍ଟେସନରୁ ଜଣଙ୍କୁ ଗିରଫ କରିଛି। ଟ୍ରେନ୍‌ରେ ଦିଲ୍ଳୀରୁ ଫେରିବା ସମୟରେ ଷ୍ଟେସନରୁ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଏବେବି ଅନ୍ୟ ଜଣେ ଫେରାର୍ ଅଛି। ମୁଖ୍ୟ ଅଭିଯୁକ୍ତ ଜଣକ ଯାଜପୁର ବିଞ୍ଝାରପୁର ଥାନା କଲ୍ୟାଣୀପୁର ଅଞ୍ଚଳର ସତ୍ୟବ୍ରତ ପରିଡ଼ା। ପୁଲିସର ଆଉ ଏକ ଟିମ୍‌ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।ନାବାଳିକା ଛାତ୍ରୀ ଜଣକ କଟକରେ ଏକ କଲେଜରେ ଯୁକ୍ତ ତିନିରେ ପଢ଼ୁଛନ୍ତି। ବିଞ୍ଝାରପୁରର ସତ୍ୟବ୍ରତ ଦିଲ୍ଲୀରେ ଏକ କମ୍ପାନୀରେ ଚାକିରି କରେ। ଉଭୟଙ୍କ ସହିତ ପୂର୍ବରୁ ପରିଚୟ ଥିଲା। ଫେବ୍ରୁଆରିରେ ସତ୍ୟବ୍ରତ ଏକ ବାଇକ୍‌ରେ ଛାତ୍ରୀଙ୍କୁ କଟକରୁ ଅପହରଣ କରି ପୁରୀ ନେଇଯାଇଥିଲା। ସାଙ୍ଗରେ ସତ୍ୟବ୍ରତର ଅନ୍ୟ ତିନି ଜଣ ବନ୍ଧୁ ମଧ୍ୟ ଥିଲେ। ଦୁଇଟି ବାଇକ୍‌ରେ ଏମାନେ ପୁରୀ ଯାଇଥିଲେ। ସେମାନେ ସମସ୍ତେ ବି ବିଞ୍ଝାରପୁର ଅଞ୍ଚଳର ବାସିନ୍ଦା। ପୁରୀରେ ପହଞ୍ଚିବା ପରେ ଏକ ହୋଟେଲ୍‌ରେ ସମସ୍ତେ ରହିଥିଲେ। ସେଠାରେ ନାବାଳିକାଙ୍କୁ ଅଟକ ରଖି ଖାଦ୍ୟ ଓ ପାନୀୟ ଦେଇଥିଲେ। ଖାଇବା ପରେ ନାବାଳିକା ଜଣକ ଅଚେତ ହୋଇପଡ଼ିଥିଲେ। ଏହାର ସୁଯୋଗ ନେଇ ସତ୍ୟବ୍ରତ ଓ ଅନ୍ୟ ତିନିଜଣ ବନ୍ଧୁ ଏହି ନାବାଳିକାଙ୍କୁ ହୋଟେଲ୍ ଭିତରେ ବାରମ୍ବାର ଗଣଦୁଷ୍କର୍ମ କରିଥିଲେ। ଥାନାରେ ମାମଲା ପରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ପୁଲିସ୍‌ ଗିରଫ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ