ଜ୍ଞାନଶ୍ରୀ ପବ୍ଲିକ ସ୍କୁଲରେ ଜ୍ଞାନବିଜ୍ଞାନ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଜ୍ଞାନଶ୍ରୀ ପବ୍ଲିକ୍ ସ୍କୁଲ ର ଷଷ୍ଠତମ ଜ୍ଞାନବିଜ୍ଞାନ ମେଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି ।ହରିବନ୍ଧୁ ଦୋରା, କାଳୁ ଚରଣ ପାଣିଗ୍ରାହୀ, ଗୋବିନ୍ଦ ସାହୁ, ରଞ୍ଜନ ପାତ୍ର, ବାବୁଲା ଦୋରା , ଦ୍ଵିତୀକୃଷ୍ଣଗୌଡ଼, ଅଜିତ ମହାରଣା ପ୍ରମୁଖ ଅତିଥି ତଥା ନିର୍ଣ୍ଣାୟକ ଭାବେ ଜ୍ଞାନ ବିଜ୍ଞାନ ମେଳା ରେ ଯୋଗଦେଇ ବିଜ୍ଞାନକୁ ବାଦ ଦେଇ ଦେଶ ପ୍ରଗତିର ପରିକଳ୍ପନା କରାଯାଇପାରିବ ନାହିଁ ବୋଲି ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଛାତ୍ରୀ ଛାତ୍ର ବୃନ୍ଦ ପ୍ରତ୍ୟେକ ବିଷୟ ବସ୍ତୁ କୁ ବୈଜ୍ଞାନିକ ଦୃଷ୍ଟିକୋଣ ପୋଷଣ କରିବା ପାଇଁ ସେମାନେ ପରାମର୍ଶ ଦେଇଥିଲେ। ବିଭିନ୍ନ ବିଷୟ ଉପରେ ଆଧାରିତ ୮୦ଟି ପ୍ରକଳ୍ପ ଛାତ୍ରୀଛାତ୍ର ଙ୍କ ଦ୍ଵାରା ପ୍ରଦର୍ଶିତ ହୋଇଥିଲା । ଛାତ୍ରୀ ଛାତ୍ର ତଥା ଶିଶୁ ବୈଜ୍ଞାନିକ ନିଜ ନିଜ ପ୍ରକଳ୍ପ ବାବଦରେ ଅତିଥି ତଥା ବିଚାରକ ମଣ୍ଡଳୀ ଙ୍କୁ ବୁଝାଇଥିଲେ। ସ୍କୁଲ ପରିଚାଳନା ନିର୍ଦ୍ଦେଶକ ବନୋଜ କୁମାର ଷଡ଼ଙ୍ଗୀ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସ୍କୁଲ ଅଧ୍ୟକ୍ଷା ସ୍ୱାତୀଆମ୍ମା ପାତ୍ର ସଂଯୋଜନା କରିଥିଲେ। ଅତିଥି ତଥା ବିଚାରକ ଗଣ ଛାତ୍ରୀ ଛାତ୍ର ଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପ ଗୁଡ଼ିକ ପରିଦର୍ଶନ କରି ସେସବୁର ମୂଲ୍ୟାୟନ କରିଥିଲେ ।


