ମା ମହୁରୀ ଗଡ଼ କାଲୁଆଙ୍କ ଜଳ ଯାତ୍ରା ଅନୁଷ୍ଠିତ

ବ୍ରହ୍ମପୁର,(ୱାଇଏନଏସ):ଟାମଣା କଙ୍କିଆରେ ଅବସ୍ଥିତ ମା ମହୁରୀ ଗଡ଼ କାଲୁଆ ଙ୍କ ନୂତନ ପାର୍ଶ୍ଵ ମନ୍ଦିର ଓ ମା ଙ୍କ ନବନିର୍ମାଣ ମନ୍ଦିର ପ୍ରତିଷ୍ଠା ଅବସରରେ ଆଜି ସକାଳେ ଜଳ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଘଟେକଶ୍ୱେର ମନ୍ଦିର ଠାରେ ପୂଜାର୍ଚନା ସହ ହଜାର ହଜାର ମହିଳା ଜଳ କଳସ ଧାରୀ ମାଙ୍କ ମନ୍ଦିର ରେ ପହଂଚିଥିଲେ l ପୂଜା ଅର୍ଚନା ଶଙ୍ଖ ଧ୍ୱନି ହୁଳହୁଳି ରେ ଅଞ୍ଚଳ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥିଲା l ପ୍ରତିଷ୍ଠା କମିଟି ଓ ସ୍ଥାନୀୟ ଗ୍ରାମବାସୀ ଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ କଳସ ଯାତ୍ରା ସମ୍ପର୍ଣ ସହ ପ୍ରତିଷ୍ଠା କାର୍ଯ୍ୟକ୍ରମ ଆରଂଭ ହୋଇଥିଲା l ଆଜିଠାରୁ ପାଞ୍ଚ ଦିନ ଧରି ପୂଜା ଅର୍ଚନା, ହୋମ ଯଂଜ୍ଞ ନାମ ସଂକୀର୍ତନ, ପ୍ରସାଦ ସେବନ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଛି l ବହୁ ସଂଖ୍ୟା ରେ ଭକ୍ତବୃନ୍ଦ ଯୋଗଦେଇ ମାଙ୍କ ଆଶ୍ରିବାଦ ନେବା ନିମନ୍ତେ କମିଟି ପକ୍ଷରୁ ଅନୁରୋଧ କରାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ