ପାର୍ବଣକୁ ନେଇ ଆସିକା ପୋଲିସର କଡ୍ଡା ଆଭିମୁଖ୍ୟ : ଅସାମାଜିକତତ୍ତ୍ୱଙ୍କ ଗତିବିଧି ଉପରେ ପୋଲିସର ନଜର

ଆସିକା(ୱାଇଏନ୍‍ଏସ୍‍): ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଅନୁଭୂତ ହେଲାଣି ଦୁର୍ଗାପୂଜାର ମାହୋଲ୍ । ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତିଶୃଙ୍ଖଳାର ସହ ସମାପ୍ତ କରିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ମାନ ଗ୍ରହଣ କରାଯାଉଥିବା ଲକ୍ଷ୍ୟ କରାଯାଇଛି । ଆଉ ମାତ୍ର କିଛି ଦିନ ପରେ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ କେତେକ ମଣ୍ଡପରେ ପୂଜା ପାଇବେ ଜଗତ୍‌ଜନନୀ ମା’ ଦୁର୍ଗା । ଶାରଦୀୟ ଦୁର୍ଗା ପୂଜାରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଜିରୋ ଟଲରାନ୍ସ ଅବଲମ୍ବନ କରିବାକୁ ଆସିକା ପୁଲିସ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଶାରଦୀୟ ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଆସିକାରେ ପୁଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବେଶ ପଥ ଗୁଡିକରେ ରୋଡ୍ ବ୍ଳକିଂ ଠାରୁ ଆରମ୍ଭ କରି ହେଲ୍‌ମେଟ୍ ଚେକିଂ, ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ । ୱାରେଣ୍ଟ୍ ଡ୍ରାଇଭ ସାଙ୍ଗକୁ ଚୋରାମଦ କାରବାର ଉପରେ ଜୋର୍‌ଦାର ଚଢାଉ ହେଉଥିବା ଲକ୍ଷ୍ୟ କରାଯାଉଛି । ଆଗାମୀ ଦୁର୍ଗାପୂଜା ସମୟରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁ ଭକ୍ତମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୋଇ ଶୃଙ୍ଖଳିତ ଭାବେ ଜଗତ୍‌ଜନନୀ ମା’ ଦୁର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ସୁରୁଖୁରୁରେ ଘରକୁ ଫେରି ପାରିବେ ସେଥିପାଇଁ ପୂଜା କମିଟିର କର୍ମକର୍ତ୍ତାଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ପ୍ରକାଶ କରିଛନ୍ତି । ପୁଲିସ ପ୍ରଶାସନର ଦକ୍ଷ ତଥା ସଚ୍ଚୋଟ ଅଫିସର୍ ରୂପେ ପରିଚିତ ଥିବା ସୌରଭ ରଂଜନ ପ୍ରଧାନ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ରୂପେ ଦାୟିତ୍ୱ ଗ୍ରହଣ କରିବା ପରେ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳକୁ କ୍ରାଇମ୍ ଶୂନ୍ୟ କରିବା ଲାଗି ବହୁବିଧ ପଦକ୍ଷେପ ନେଇ ସଫଳ ହେଉଥିବା ସଚେତନ ନାଗରିକ ମହଲରେ ଚର୍ଚ୍ଚା ହେଉଛି । ପାର୍ବଣର ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ଯେପରି ଅପ୍ରିତୀକର ତଥା ଅସାମାଜିକ କାର୍ଯ୍ୟକଳାପ ନଘଟେ ସେନେଇ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ଲକ୍ଷ୍ୟ କରାଯାଇଛି । ଦଶହରା ସମୟରେ କୌଣସି ଅସାମାଜିକ ବ୍ୟକ୍ତି ଫୋନ୍ ମାଧ୍ୟମରେ ଚାନ୍ଦା କିମ୍ବା ଦାଦାବଟି କାହାକୁ ମାଗିଲେ ଥାନା ପରିସରଭୁକ୍ତ ଅଞ୍ଚଳର ଜନସାଧାରଣ ଭୟଭୀତ ନହୋଇ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପାଇଁ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ପରାମର୍ଶ ଦେଇଛନ୍ତି। ଏପରିକି ସୂଚନାଦାତାଙ୍କ ନାମ ସଂପୂର୍ଣ୍ଣ ଗୋପନ ରଖାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଉଥିବା ବେଳେ କୌଣସି ଅସାମାଜିକ ବ୍ୟକ୍ତି କିମ୍ବା ଅପରାଧୀ ଫୋନ୍ ମାଧ୍ୟମରେ ଦାଦାବଟି କିମ୍ବା ଚାନ୍ଦା ମାଗିଲେ ଆସିକା ଥାନାର ସିୟୁଜି ନମ୍ବର ୯୪୩୮୯୧୬୭୨୧ ସହ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଉଥିବା ଜଣାପଡିଛି । ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି । ପାର୍ବଣ ଆରମ୍ଭରୁ ଆସିକା ପୋଲିସ ଥାନା ପରିସରଭୁକ୍ତ ଅଞ୍ଚଳରେ ଅପରାଧ ଦମନ ଲାଗି ସଜାଗ୍‍ ହୋଇରହିବା ସହ ନୂଆଁ ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡିଛି । ଆସିକା ଥାନା ପରିସରଭୁକ୍ତ କୌଣସି ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପ କିମ୍ବା ଗଣ୍ଡଗୋଳ ନଜରକୁ ଆସିଲେ ତୁରନ୍ତ ପୋଲିସ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ପରାମର୍ଶ ଦେଇଛନ୍ତି । ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ପାର୍ବଣ ଯେପରି ସୁରୁଖୁରୁରେ ପାଳନ ହେବ ଏଥିପାଇଁ ପୋଲିସ ସ୍ୱତନ୍ତ୍ର ବ୍ଳୁପ୍ରିଣ୍ଟ ପ୍ରସ୍ତୁତ କରିଛି । କୌଣସି ଅଘଟଣ ଖବର ପାଇବା ମାତ୍ରେ ଯଥାଶୀଘ୍ର ଘଟଣାସ୍ଥଳରେ ପହଞ୍ଚିବା ଓ ପରିସ୍ଥିତି ନିୟନ୍ତ୍ରଣ ଲାଗି ପୋଲିସ ଯୋଜନା କରୁଥିବା ଜଣାପଡିଛି । କାରଗାରରୁ ଯେଉଁ ଅପରାଧୀମାନେ ଆସି ବାହାରେ ଅଛନ୍ତି ସେମାନଙ୍କ ଗତିବିଧି ଉପରେ ଆସିକା ପୋଲିସ ତୀକ୍ଷଣ ନଜର ରଖିଥିବା ଦେଖିବାକୁ ମିଳୁଛି । ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଆସିକା ଥାନା ପରିସରଭୁକ୍ତ ଅଞ୍ଚଳରେ ଶାନ୍ତିପୂର୍ଣ୍ଣ, ଭୟମୁକ୍ତ ଓ ଶୃଙ୍ଖଳିତ ପରିବେଶ ସୃଷ୍ଟି ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଉଥିବା ଜଣାପଡିଛି । ଆଗକୁ ଆସୁଛି ପାର୍ବଣ ଋତୁ । ଏବେ ଆସିକା ପୋଲିସର ସ୍କାନର୍‍ରେ ଅସମାଜିକତତ୍ତ୍ୱ । ଅସାମାଜିକତତ୍ତ୍ୱଙ୍କ ଠାରୁ ଆରମ୍ଭ କରି ପେସାଦାର ଅପରାଧି ଓ ଅଭ୍ୟାସଗତ ବିଶୃଙ୍ଖଳାକାରୀଙ୍କ ଗତିବିଧିି ଉପରେ ପୋଲିସ ପ୍ରଶାସନ କଡ୍ଡା ନଜର ରଖିଥିବା ଜଣାପଡିଛି । ତାହାକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପମାନ ଗ୍ରହଣ କରାଯାଉଥିବା ଦେଖିବାକୁ ଆସିକା ଥାନା ପରିସରଭୁକ୍ତ ଅଞ୍ଚଳର ଜନସାଧାରଣ ଯେପରି ଆଗାମୀ ପାର୍ବଣର ମଜା ଶୃଙ୍ଖଳିତ ଭାବେ ଉଠାଇପାରିବେ ମିଳୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ