ଲ୍ୟାମ୍ପ ଏମଡି ଅର୍ଥ ଆତ୍ମସାତ ଘଟଣା: ଭିଜିଲାନ୍ସ ଦାବିକଲେ ବିଧାୟକ ନୀଳମାଦବ
କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର କ୍ୟାମ୍ପସରେ ଆର୍ଥିକ ଅନିୟମିତତା ଘଟଣାରେ ନିଜ ନାମ ଏବଂ ସମ୍ପର୍କୀୟଙ୍କ ନାମରେ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ହଡ଼ପ କରିଛନ୍ତି । ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀ ମିନିବ୍ୟାଙ୍କ ଆକାଉଣ୍ଟରୁ ୨୮ଲକ୍ଷ ୧୧ ହଜାର, ଭାଇ ନାମରେ ୧୪ଲକ୍ଷ ୨୧ ହଜାର, ବାପାଙ୍କ ନାମରେ ୩ଲକ୍ଷ ୭୫ ହଜାର,ସ୍ତ୍ରୀ ଏବଂ ତାଙ୍କ ଶାଳୀଙ୍କ ନାମରେ ୬ ଲକ୍ଷ ୬୫ହଜାର ଏବଂ ନିଜ ନାମରେ ୨୨ ଲକ୍ଷ ଟଙ୍କା ବେନିୟମ ଭାବରେ ହଡପ କରିଥିବା ତଥ୍ୟ ତଦନ୍ତ ବେଳେ ସାମ୍ନାକୁ ଆସିଛି।ଏମିତିକି କିଛି ଗରିବ ଆଦିବାସୀ ମହିଳା ଓ ପୁରୁଷଙ୍କ ଲକ୍ଷଲକ୍ଷ ଟଙ୍କା ସହ ଏସଏଚଚଜି ମା ଭୈରବୀ,ମା ସାରଳା ଗ୍ରୁଫରୁ ଉଠାଇଵା ଶହ ଏସବିଡି ଲେଜର ବହି ଓ ମିଥ୍ୟା ଫିକ୍ସ ଡିପୋଜିଟ ନାମରେ ଠକେଇ ୭୫୦୨୪୪୯ ଟଙ୍କା ଆତ୍ମସାତ କରିଥିବା ତଦନ୍ତ ରିପୋର୍ଟ ରାଜ୍ୟ ସରକାର ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ,କେସିସି ବ୍ୟାଙ୍କ,ପରିଚାଳନା କମିଟି ପର୍ଯ୍ୟନ୍ତ ଡିଆରସିଏସ ଜନ୍ମଜୟ ମହାପାତ୍ର ପ୍ରଦାନ କରିଥିବା ଉକ୍ତ ରିପୋର୍ଟରୁ ଜଣା ପଡିଛି।ଲ୍ୟାମ୍ପସ ବିଭିନ୍ନ କାମ ନାମରେ ମିଥ୍ୟା ଖର୍ଚ ଦର୍ଶାଯାଇଛି I କେଉଁଠି ପାଚେରୀ ନିର୍ମାଣ ଓ କେଉଁଠି ମରାମତି କାମ ଦେଖାଇ ଟଙ୍କା ଉଠାଯାଇଥିବା ଅଭିଯୋଗ ମଧ୍ୟ ଆସିଛି। କମ୍ପ୍ୟୁଟର ମିନିଟର ଓ ଟିଭି ଲ୍ୟାମ୍ପରୁ ଉଭାନ ହୋଇଯିବା ବେଳେ ବ୍ୟାଙ୍କ ଜମା ଖାତା ଓ କ୍ୟାସ୍ ବ୍ଲକ୍ ମେଳ ଖାଉନଥିବା ଜଣାପଡ଼ିଛି। ହିସାବ ରକ୍ଷକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଣ ହୋଇଛି ବୋଲି କୁହାଯାଇଛି । ଏହି ଘଟଣା ପରେ ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରାସାଦ ତ୍ରିପାଠୀଙ୍କୁ ତୁରନ୍ତ ଦାୟିତ୍ବରୁ ହଟାଯାଇଛି। ଏଥିସହିତ ଏରିଆ ମ୍ୟାନେଜର ସିଲା ନିରଞ୍ଜନଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ବ ଦିଆଯାଇଛି।୨ତାରିଖ ତଦନ୍ତ ସମୟରେ ଲ୍ୟାମ୍ପ ପରିଚାଳନା କମିଟି ସଭାପତି ଶଙ୍କର ହୁଇକା, ଉପସଭାପତି ପ୍ରମିଳା କାଡ୍ରାକା, ରମାକାନ୍ତ ପରିଛା, କିଶୋର ଚନ୍ଦ୍ର ପାଢ଼ୀ, ଆପଲୁସ୍ୱାମୀ କୌଶଲ୍ୟା, ସୁନ୍ଦରରାଓ ବାଗ, କେମେଶରାଓ କଂଜାକା ଓ ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ଡିଆରସିଏସ୍ ଜନ୍ମେଜୟ ମହାପାତ୍ର ତଦନ୍ତ ବେଳେ ୭୫ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ବେଆଇନ ଭାବରେ ହଡପ ହୋଇଥିବା ସୂଚନା ଦେଇଛନ୍ତି । ଅଧୂକା ତଦନ୍ତ ପରେ ହିଁ ପ୍ରକୃତ ତଥ୍ୟ ମିଳିପାରିବ ଓ ଏନେଇ ଲ୍ୟାମ୍ପର ଖାତା ପାତ୍ର ଯାଞ୍ଚ ଚାଲିଛି ବୋଲି ତିଆରସିଏସ ଶ୍ରୀ ମହାପାତ୍ର କହିଛନ୍ତି । ସୂଚନାଯୋଗ୍ୟ ଏ ନେଇ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣି ତଦନ୍ତ ପାଇଁ ଡିଆରସି ଏସ ଜନ୍ମଜୟ ମହାପାତ୍ରଙ୍କୁ ନିର୍ଦେଶ ଦେବା ପରେ ସେ ଲ୍ୟାସକୁ ଆସି ତଦନ୍ତ ଆରମ୍ଭ କରିଥିଲେ | ଦୁର୍ନୀତିର ଚେର ଲମ୍ବିଥିବା ଜାଣି ପରିଚାଳନା କମିଟିର ସଭାପତି, ଉପ ସଭାପତି ଓ ସଦସ୍ୟମାନଙ୍କୁ ଏଆରସିଏସ ଶ୍ରୀ ମହାପାତ୍ର ଚିଠି କରି ଲ୍ୟାମ୍ପ୍ସକୁ ଡ଼କାଇଥିଲେ | ସମସ୍ତ ସଭ୍ୟ ଆସିବା ପରେ ଟଙ୍କା କାରବାର ହୋଇଥିବାର ପ୍ରମାଣ ପତ୍ର ଲ୍ୟାମ୍ପସ ଏମଡି ତାରିଣୀପ୍ରସାଦ ତ୍ରିପାଠୀଙ୍କୁ ମାଗିବାରୁ କୌଣସି ପ୍ରମାଣ ଏଯାଏ ଦେଖାଇ ପାରିନଥିବାରୁ ସନ୍ଦେହରେ ବ୍ୟାଙ୍କ ଜମା ବହି ଓ ଦୈନଦିନ ଖାତା ଯାଞ୍ଚ ଆରମ୍ଭ କରିଥିଲେ। ପ୍ରତି ମାସରେ ଦୁଇଥର ଲ୍ୟାମ୍ପ ସୁପ୍ରଭାଜର ଆସି ସମସ୍ତ କାଗଜପତ୍ର ଯାଞ୍ଚ କରୁଥିବା ବେଳେ କେମିତି ଜାଣି ପାରିଲେନି ନା ଜାଣିଶୁଣି ଚୁପ ହୋଇ ରହିବା ଘଟଣା ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ବୋଲି ସାଧାରଣ ଚର୍ଚ୍ଚା ହେଉଛି।ତାହା ମଧ୍ୟ ତଦନ୍ତ ହେବା ଜରୁରୀ ବୋଲି ଚର୍ଚ୍ଚା ହେଉଛି।୧୫୫ ଓ ୧୪ପୃଷ୍ଠା ର ତଦନ୍ତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରାଯାଇଥିବା ବେଳେ ଏମଡି ତ୍ରିପାଠୀ ଙ୍କ ବିରୁଦ୍ଧରେ କଣ ପଦକ୍ଷେପ ନିଆ ଯାଉଛି ଓ ଲୋକଙ୍କ ଟଙ୍କା କେବେ ଫେରି ପାଇବେ ଓ ଆଉ ତଦନ୍ତରେ କଣକଣ ଘୋଟଲା ପଦାକୁ ଆସୁଛି ଜାଣିବାକୁ ସାଧାରଣରେ ଚାହିଁ ବସିଛନ୍ତି।ଅନ୍ୟପଟେ ବିଷମକଟକ ବିଧାୟକ ନୀଳମାଧବ ହିକକା ଭିଜିଲାନ୍ସ ଦାବୀ କରିବା ଘଟଣା ତଦନ୍ତକୁ ଆହୁରି ସଶକ୍ତ କଟିଛିବୋଲି ସାଧାରଣ ରେ ଆଲୋଚନା ହେଉଛି।


