ଆଗରପଡା ମହିଳା କଲେଜରେ ଟପ୍ପର ହେଲେ ଲକ୍ଷ୍ମୀପ୍ରିୟା
ବନ୍ତ(ଚାନ୍ଦୀନି ମହାନ୍ତି): ବୁଧବାର ଯୁକ୍ତଦୁଇ କଳା ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଆଗରପଡା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ସର୍ବୋଚ୍ଚ ନମ୍ବର ରଖି କଲେଜର ଗୌରବ ବୃଦ୍ଧି କରିଛନ୍ତି । ଏଠାରେ ମୋଟ୍ ୯୧ ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୮୦ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୧୧ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଏହି ବିଦ୍ୟାଳୟର ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ ମୋଟ୍ ୬ ଶହ ନମ୍ବରରୁ ୪୭୭ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ସେ ନିକଟସ୍ଥ ଆଡିଆ ଗ୍ରାମର ପିତା ରମେଶ ଚନ୍ଦ୍ର ସାହୁ, ମାତା ସାବିତ୍ରୀ ସାହୁଙ୍କ କନିଷ୍ଠା କନ୍ୟା ଅଟନ୍ତି । ଏହି ସଫଳତାର ଶ୍ରେୟ ପିତା ମାତା ଙ୍କ ସମେତ ମହିଳା କଲେଜର ଅଧ୍ୟକ୍ଷା ନଳିନୀପ୍ରଭା ଶତପଥି, ଅଧ୍ୟାପିକା ନିଳିମା ବିଶ୍ୱାଳ, ସୂଚୀସ୍ମିତା ନାୟକ, ଅଧ୍ୟାପକ ନିରଞ୍ଜନ ପତି, କରୁଣାକର ସାହୁ ଓ ଟ୍ୟିସନ୍ ସାର୍ ଗୌତମ ନାୟକ ଙ୍କୁ ଦେଇଛନ୍ତି । ସେହିପରି ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟର ମୋଟ୍ ୨୩୪ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ସ୍ଥାନରେ ୨୬,ଦ୍ୱିତୀୟରେ ୨୫ ଓ ତୃତୀୟ ସ୍ଥାନରେ ୧୨୦ ଜଣ ଉତ୍ତିର୍ଣ୍ଣ ହୋଇଥିବା ବେଳେ ୫୮ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଅନୁରୂପ ଭାବେ କେନ୍ଦୁଆପଦା ଡ. ହରେକୃଷ୍ଣ ମହତାବ ସ୍ମାରକୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍ ୯୪ ଜଣଙ୍କ ମଧ୍ୟରୁ ୮୭ ଜଣ କୃତକାର୍ଯ୍ୟ ହୋଇଥିବା ବେଳେ ୬ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ଜଣେ ପରୀକ୍ଷାରେ ଅନୁପସ୍ଥିତ ରହିଥିଲେ । ସମସ୍ତ କୃତକାର୍ଯ୍ୟ ଛାତ୍ରଛାତ୍ରୀଙ୍କୁ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା ଶୁଭେଚ୍ଛା ଜଣାଇଛନ୍ତି । ଆଗରପଡା ମହାବିଦ୍ୟାଳୟରେ ମୋଟ୍ ୨୩୩ ଜଣ ଏହି ପରୀକ୍ଷା ଦେଇଥିଲେ । ସେଥିମଧ୍ୟରୁ ୫୦ ଜଣ ପ୍ରଥମ, ୪୯ ଜଣ ଦ୍ୱିତୀୟ ଏବଂ ୯୭ ଜଣ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ୩୭ ଜଣ ଅକୃତକାର୍ଯ୍ୟ ହୋଇଛନ୍ତି । ମହାବିଦ୍ୟାଳୟ ଅଧ୍ୟକ୍ଷ ନାରାୟଣ ଚନ୍ଦ୍ର ପାତ୍ର କୃତି ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।


