୯ ଦଫା ଦାବି ନେଇ ରାଜରାସ୍ତାରେ ମାଲକାନାଗିରି ଆଶା କର୍ମୀ

​ମାଲକାନାଗିରି(ଡଃ ଶିବ ନାରାୟଣ ପାତ୍ର): ​ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟରତ ଆଶା କର୍ମୀମାନେ ନିଜର ୯ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘ ପକ୍ଷରୁ ଆଜି ମାଲକାନଗିରି ର ସମସ୍ତ ଆଶା କର୍ମୀ ପ୍ରଦାନ କରାଯାଇଥିବା ଏହି ଦାବିପତ୍ରରେ, ସେମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ଦାବି କରାଯାଇଛି।​ବର୍ଷ ବର୍ଷ ଧରି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିଲେ ମଧ୍ୟ, ଆଶା କର୍ମୀମାନଙ୍କୁ ଉପଯୁକ୍ତ ସମ୍ମାନ ଏବଂ ସୁବିଧା ମିଳୁନଥିବା ସଂଘ ଅଭିଯୋଗ କରିଛି। ​ସଂଘର ପ୍ରମୁଖ ୯ ଦଫା ଦାବି  ସଂଘ ପକ୍ଷରୁ ଉପସ୍ଥାପିତ ଦାବିଗୁଡ଼ିକ ମଧ୍ୟରେ ମୁଖ୍ୟତଃ ନିମ୍ନଲିଖିତ ବିଷୟଗୁଡ଼ିକ ରହିଛି। ସମସ୍ତ ଆଶା କର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ସହ ସ୍ଥାୟୀ ନହେବା ପର୍ଯ୍ୟନ୍ତ ମାସିକ ସର୍ବନିମ୍ନ ୧୮,୦୦୦ ଟଙ୍କା ବେତନ ପ୍ରଦାନ।
ସମସ୍ତ କର୍ମୀଙ୍କୁ ଇଏସଆଇ ଏବଂ ଇପିଏଫ୍ଓ ଅନ୍ତର୍ଗତ ପଞ୍ଜୀକୃତ କରି ସାମାଜିକ ସୁରକ୍ଷା ଯୋଗାଇ ଦେବା। ପ୍ରତି ମାସ ୧୦ ତାରିଖ ମଧ୍ୟରେ ସମସ୍ତ ପ୍ରକାର ମାନଦେୟ ପ୍ରଦାନ ସୁନିଶ୍ଚିତ କରିବା। ​ଅତ୍ୟାଚାର ବିରୋଧରେ କାର୍ଯ୍ୟକ୍ଷେତ୍ରରେ ଆଶା କର୍ମୀଙ୍କ ପ୍ରତି ହେଉଥିବା ଦୁର୍ବ୍ୟବହାର ଓ ଅତ୍ୟାଚାର ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ। ପ୍ରତି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଲାଗି ଆଶା କେନ୍ଦ୍ର ନିର୍ମାଣ ଏବଂ ପିଏଚସି/ସିଏଚସି ରେ ‘ଆଶା ଗୃହ’ ବ୍ୟବସ୍ଥା। ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଆଶା କର୍ମୀଙ୍କୁ ଏ ଏନ୍ ଏମ୍ ପଦବୀକୁ ପଦୋନ୍ନତି ଦେବା ପାଇଁ ନୀତି ପ୍ରସ୍ତୁତ କରିବା।କାର୍ଯ୍ୟ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁ ଘଟିଲେ ୧୦ ଲକ୍ଷ ଏବଂ ଅକ୍ଷମତା କ୍ଷେତ୍ରରେ ୫ ଲକ୍ଷ ଟଙ୍କାର ସହାତା । ଅବସର ବେଳେ ଏକକାଳୀନ ୧୦ ଲକ୍ଷ ଟଙ୍କା ଏବଂ ମାସିକ ୫,୦୦୦ ଟଙ୍କା ଭତ୍ତା ସହ ପ୍ରସୂତି କାଳୀନ ଛୁଟି ବ୍ୟବସ୍ଥା।କାର୍ଯ୍ୟ ପରିଚାଳନା ପାଇଁ ସମସ୍ତଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ୫ଜି ମୋବାଇଲ୍ ଯୋଗାଇ ଦେବା।​ସରକାରୀ ସ୍ତରରେ ଏହି ଦାବିଗୁଡ଼ିକ ଉପରେ ଯଥାଶୀଘ୍ର ବିଚାର କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ