କେନ୍ଦ୍ରାପଡା ସହରର ପୂଜାମଣ୍ଡପ ବୁଲିଲେ ପୈାରାଧ୍ୟକ୍ଷା ସରିତା ସାହୁ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜା ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ପୌରାଧ୍ୟକ୍ଷା ସରିତା ସାହୁ ବିଭିନ୍ନ ପୂଜାମଣ୍ଡପ ବୁଲିଛନ୍ତି। ସେ ତିନିମୁହାଣୀ, ଆଇନ୍ ମହାବିଦ୍ୟାଳୟ ସମ୍ମୁଖ, କଜଳା, ମହିପାଳ, ବଣିଆମାଳ, ନୂଆବସଷ୍ଟାଣ୍ଡ, ଚାଟରାପାଟଣା, ଗଣାମାହାଲ, କାକଟ, ବଡ଼ହାଟ, ପୁରୁଣା ବସଷ୍ଟାଣ୍ଡ, ମୀରପାଟଣା, ନସଡିପୁର, ବାସୁଳେଇ, ଗଙ୍ଗା ଭାଗିରଥୀ, ବଳଗଣ୍ଡି, ସାନ୍ତସାହି, ଖଡିଅଙ୍ଗ, କନିଆଯୋର, ଏକଣାଖଣ୍ଡି, କେଶପୁର ବଜାର, ସାନମଙ୍ଗଳା, ବଡ଼ ମଙ୍ଗଳା, ଗୋପ, ଇଚ୍ଛାପୁର ପ୍ରମୁଖ ପୂଜାମଣ୍ଡପ ଗୁଡିକ ପରିଦର୍ଶନ କରି ମା’ ଗଜଲକ୍ଷ୍ମୀଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ। ତାଙ୍କ ସହିତ ଉପାଧ୍ୟକ୍ଷା ଆକବରୀ ଖାତୁନ, କାଉନସିଲର ଉମେଶ ନାୟକ, ନିରାକାର ସ୍ୱାଇଁ, ତୁଳସୀ ହେମ୍ବ୍ରମ, ଅଭୟ ବେହେରା, ସେକ ଆସଲମ, ହବିବା ବେଗମ, ପ୍ରଦୀପ ଜେନା,୍ରଦୀପ ନାୟକ, ହିରଣ୍ୟ ପଣ୍ଡା ପ୍ରମୁଖ ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କରିଥିଲେ। ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ପାଇଁ ପୈାରାଧ୍ୟକ୍ଷା ପୂଜା କମିଟିର ସଦସ୍ୟମାନଙ୍କୁ ନିବେଦନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ