ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ
ଆସିକା (ୱାଇଏନ୍ଏସ୍) : ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ଜରୁରୀ ବୈଠକ ବୁଧବାର ସ୍ଥାନୀୟ ପୁଡୁଗେଶ୍ୱରପଲ୍ଲୀ ଶୈବପୀଠରେ ଅନୁଷ୍ଠିତ ହୋଇଯାଇଛି । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ସଭାପତି ଟି.ଗୋବିନ୍ଦ ରେଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂଘର ସାଧାରଣ ସଂପାଦକ ତଥା ବରିଷ୍ଠ ନାଗରିକ ନୀଳକଣ୍ଠ ଦାଶ ଓ ସଂଘର ମାର୍ଗଦର୍ଶକ ତଥା ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ବିଦେଶୀ ନାହାକ ଯୋଗଦେଇ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବହୁବିଧ ନ୍ୟାୟୋଚିତ ଦାବୀ ପୂରଣ ଲାଗି ସଂଘର ସଦସ୍ୟମାନେ ଏକମନ ଏକପ୍ରାଣରେ ହାତକୁ ହାତ ମିଶାଇ ନିଷ୍ଠାପର ଭାବେ କାମ କରି ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏହି ବୈଠକରେ ଗତ ୨୦୧୬ ମସିହା ଜାନୁୟାରୀ ମାସ ପହିଲାରୁ ସପ୍ତମ ବେତନ କମିଶନର ବକେୟା ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଥିବା ଅବସରପ୍ରାପ୍ତ କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ୧୨ ପ୍ରତିଶତ ଭବିଷ୍ୟନିଧି ପାଣ୍ଠି ପ୍ରଦାନ, ସପ୍ତମ ବେତନ କମିଶନଙ୍କ ଦରମାକୁ ନେଇ ପେନସନ୍କୁ ପୁନଃ ନବୀକରଣ କରିବା, ଆଇଡି କେଶ୍ର ପୁର୍ଣ୍ଣାଙ୍ଗ ରୂପରେଖ, ଛଟେଇ ଆଉଟସୋର୍ସିଂ ଡାଟା ଏଣ୍ଟ୍ରିଅପରେଟର ମାନଙ୍କୁ ଆସିକା ସମବାୟ କେନ୍ଦ୍ରବ୍ୟାଙ୍କରେ ପୁନଃ ନିଯୁକ୍ତି ଦେଇ ସ୍ଥାୟୀ କର୍ମଚାରୀର ମାନତ୍ୟ ପ୍ରଦାନ କରିବା, ପ୍ରାଥମିକ ସେବା ସମବାୟ ସମିତି ସ୍ତରରେ କାର୍ଯ୍ୟରତ ସମିତି ସଂପାଦକମାନଙ୍କ ଯୋଗ୍ୟତା ଓ ଅଭିଜ୍ଞତାକୁ ଆଧାର କରି ଆସିକା ସମବାୟ କେନ୍ଦ୍ରବ୍ୟାଙ୍କରେ ସ୍ଥାୟୀ ନିଯୁକ୍ତି ଦେବା, ସମିତି ପ୍ରଦାନ କରିଥିବା ବାର୍ଷିକ ବଜେଟ୍ ଅଟକଳକୁ ପୂର୍ଣ୍ଣ ସ୍ୱୀକୃତି ପ୍ରଦାନ କରିବା, ଅବସରପ୍ରାପ୍ତ ସମସ୍ତ କର୍ମଚାରୀମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା, ଆସିକା ସମବାୟ କେନ୍ଦ୍ରବ୍ୟାଙ୍କର ପ୍ରାକ୍ତନ ଶାଖା ପରିଚାଳକ ନିରଞ୍ଜନ ପୃôଷ୍ଟିଙ୍କ ଉପରେ ଲାଗିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ତାଙ୍କର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବା ସମେତ ବିଭିନ୍ନ ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସମବାୟ କେନ୍ଦ୍ରବ୍ୟାଙ୍କ ଲିଃ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏହି ବୈଠକରେ ସଂଘର ସଭାପତି ଟି.ଗୋବିନ୍ଦ ରେଡି, ସାଧାରଣ ସଂପାଦକ ନୀଳକଣ୍ଠ ଦାଶ, ଉପଦେଷ୍ଟା ବିଦେଶୀ ନାହାକ, ସକ୍ରିୟ ସଦସ୍ୟ ଗଙ୍ଗାଧର ସିୟ, ପ୍ରଫୁଲ କୁମାର ଜେନା, କାମେଶ୍ୱର ରାଉତ, ସରୋଜ କୁମାର ଦାଶ, କୃଷ୍ଣଚନ୍ଦ୍ର ସ୍ୱାଇଁ, ସୀତାରାମ ପ୍ରଧାନ, ଗୋପାଳକୃଷ୍ଣ ଦାଶ, ଅମୂଲ୍ୟକୁମାର ଚୌଧୁରୀ, ପିତାମ୍ବର ସାହୁ, ସତ୍ୟ ନାରାୟଣ ପଶୁପାଳକ, ସୁବାସ ଚନ୍ଦ୍ର ଦାଶ, ପ୍ରମୋଦ କୁମାର ସ୍ୱାଇଁ, କରୁଣାକର ମହାନ୍ତି, ପ୍ରଫୁଲ କୁମାର ଚୌଧୁରୀ, ପଞ୍ଚାନନ ଗୌଡ, ବାପୁଜୀ ପାତ୍ର, ଚିନ୍ତାମଣି ବେହେରା, ବିପ୍ରଚରଣ ଦାଶ, ନିରଞ୍ଜନ ପୃଷ୍ଟି, ବିଜୟ କୁମାର ସାହୁ, ଅରକ୍ଷିତ ସାହୁ, ଗୋବିନ୍ଦ ପ୍ରଧାନ, ପ୍ରଦୀପ କୁମାର ରଥ, ତାରିଣୀ ଚରଣ ପାଣିଗ୍ରାହୀ, ସୁରେନ୍ଦ୍ର ଗୌଡଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


