ଜିଲ୍ଲା ସଂସ୍କୃତ ବିଦ୍ୟାଳୟ ଶିକ୍ଷକ ସଙ୍ଘ ବୈଠକ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମାର୍ଶାଘାଇ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ତୁଳସୀ ସଂସ୍କୃତ ବିଦ୍ୟାଳୟରେ କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତ ବିଦ୍ୟାଳୟ ଶିକ୍ଷକ ସଙ୍ଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଙ୍ଘର ସଭାପତି ପଣ୍ଡିତ ସୁବାସ ଚନ୍ଦ୍ର ପାଣିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ତ୍ରିପାଠୀ, ପରୀକ୍ଷା ସଞ୍ଚଳକ କୃଷ୍ଣଚନ୍ଦ୍ର ମିଶ୍ର, ଅଷ୍ଟସମ୍ଭୁ ସଂସ୍କୃତ ବିଦ୍ୟାଳୟ ପ୍ରଧାନ ପଣ୍ଡିତ ରତ୍ନାକର ଦାସ ଓ ନିଖିଳ ଉତ୍କଳ ସଂସ୍କୃତ ମହାମଣ୍ଡଳର ପରୀକ୍ଷା ନିୟନ୍ତ୍ରକ କୃଷ୍ଣଚନ୍ଦ୍ର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ସଂସ୍କୃତ ଶିକ୍ଷାର ଉନ୍ନତି ତଥା ଜିଲ୍ଲା ସଂସ୍କୃତ ଶିକ୍ଷକ ସଙ୍ଘର ବିଭିନ୍ନ ଦାବି ଉପରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ଶିକ୍ଷୟତ୍ରୀ ସୁଲୋଚନା ସ୍ୱାଇଁ ବେଦପାଠ କରିଥିଲେ। ଶିକ୍ଷକ ଦୟାନିଧି ରାଉତ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ଶ୍ରୀ ପାଣି ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଅବସରପ୍ରାପ୍ତ ପଣ୍ଡିତ ମହେଶ୍ୱର ନନ୍ଦ, କୃଷ୍ଣଚନ୍ଦ୍ର ଷଡଙ୍ଗୀ, ବ୍ରଜସୁନ୍ଦର ନନ୍ଦ, ନିରଞ୍ଜନ ସାହୁ, ନାରାୟଣ ପ୍ରଧାନ, ଘନଶ୍ୟାମ ପରିଡା, ରତ୍ନାକର ଦାସ, ପର୍ଶୁରାମ ବିଶ୍ୱାଳ, ବ୍ରଜକିଶୋର ମହାନ୍ତି, କଳ୍ପତରୁ ନାୟକ, ସତ୍ୟନାରାୟଣ ମହାନ୍ତି, ବିଶ୍ୱନାଥ ରାଉତ, ଶିକ୍ଷୟିତ୍ରୀ ଅଞ୍ଜଳିପ୍ରଭା ନାୟକ ପ୍ରମୁଖଙ୍କୁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ଅବସରରେ ସଙ୍ଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇ ସଭାପତି ଭାବେ ସୁବାଷ ଚନ୍ଦ୍ର ପାଣି, ଉପସଭାପତି ପ୍ରମୋଦ ଶତପଥୀ, ସମ୍ପାଦକ ବଳରାମ ବାଗ, ସହସମ୍ପାଦିକା କାମିନୀପ୍ରଭା ଜେନା, କୋଷାଧ୍ୟକ୍ଷ କଳ୍ପତରୁ ନାୟକଙ୍କୁ ସର୍ବସମ୍ମତିକ୍ରମେ ଚୟନ କରାଯାଇଥିଲା। ଶିକ୍ଷକ ପ୍ରମୋଦ ଶତପଥୀ,ରଜନୀକାନ୍ତ ବିଶ୍ୱାଳ, ଅନିରୁଦ୍ଧ ପ୍ରଧାନ, ପ୍ରଭାତରଞ୍ଜନ ରାଉତରାୟ, ନଳିନୀକାନ୍ତ ରାଉତ, ପ୍ରଶାନ୍ତ କୁମାର ବିଶ୍ୱାଳ, ଅମୂଲ୍ୟ ପାତ୍ର, ପ୍ରମୋଦ କୁମାର ଦାସ, କନକଲତା ଷଡଙ୍ଗୀ, ଅଞ୍ଜଳିପ୍ରଭା ନାୟକ, ଚିନ୍ମୟୀ ପରିଡା ପ୍ରମୁଖ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ଅନ୍ତର୍ଯ୍ୟାମୀ ପଲେଇ ଧନ୍ୟବାଦ ଅର୍ପଣ କରିଥିଲେ।ଚର୍ମଚାରୀ ଅନାଦି ମହାରଣା, ବବିତା ପଲେଇ, ଜ୍ୟୋତିର୍ମୟୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


