ଶାନ୍ତିକାନନଠାରେ ‘ଯୁଗଶ୍ରୀ ଯୁଗନାରୀ’ର ‘ମେଘମହ୍ଲାର’ କବିତା ପାଠୋତ୍ସବ ଓ ପତ୍ରିକା ଉନ୍ମୋଚନ

ବାଲେଶ୍ୱର, (ସରୋଜ ପଣ୍ଡା): ପ୍ରତିବର୍ଷ ପରି ଚଳିତବର୍ଷ ମଲ୍ଲିକାଶପୁରସ୍ଥିତ ଶାନ୍ତିକାନନଠାରେ ମାସିକ ମହିଳା ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ଓ ‘ଫକୀରମୋହନ ସାହିତ୍ୟ ପରିଷଦ’ର ମିଳିତ ଆନୁକୂଲ୍ୟରେ ‘ମେଘମହ୍ଲାର’ ସାରସ୍ୱତ ସମାବେଶ ଓ ମୌସୁମୀ କବିତା ଆସର ପରିଷଦର ସଭାପତି ଡ. ସୁବାସ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ରେଭେନ୍‌ସା ମହାବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ପ୍ରକାଶ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ କହିଲେ ପରିବେଶ ସବୁବେଳେ ସୃଜନଶୀଳତାକୁ ପ୍ରଭାବିତ କରେ। କବି କବିତା ମାଧ୍ୟମରେ ହିଁ ସମାଜକୁ ଯୋଡ଼ିବାକୁ ଚେଷ୍ଟାକରେ। ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ସମ୍ପାଦିକା ମମତା ମହାପାତ୍ର କାଳଜୟୀ କବିମାନଙ୍କର ବର୍ଷା କବିତାର ଉଦାହରଣ ଦେଇ ‘ମେଘମହ୍ଲାର’ କବିତା ପାଠୋତ୍ସବର ଆଭିମୁଖ୍ୟ ବର୍ଣ୍ଣନା କରି କହିଲେ ଏହି କବିତା ପାଠୋତ୍ସବ ନୂତନ କବିମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିବାର ଏକ ମାଧ୍ୟମ। ମୁଖ୍ୟବକ୍ତା ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ତାଙ୍କ ବକ୍ତବ୍ୟରେ କହିଲେ ଯେ ହୃଦୟକୁ ଯାହା ଭଲ ଲାଗେ ତାହା ହିଁ ଉତ୍କୃଷ୍ଟ କବିତା। ଅନ୍ୟତମ ସମ୍ମାନିତ ଅତିଥି ଶ୍ରୀମତୀ ଗୀତାଞ୍ଜଳି ମିଶ୍ର କହିଲେ ମନୁଷ୍ୟ ଜୀବନରେ ନୈତିକତା ହିଁ ସବୁଠାରୁ ବଡ଼କଥା। ଫକୀରମୋହନଙ୍କ ଲେଖା ସବୁ ସମୟରେ ସମାଜର ମୂଲ୍ୟବୋଧ ଉପରେ ଆଧାରିତ। ଡ. ସାରଙ୍ଗଧର ତ୍ରିପାଠୀ ମଞ୍ଚ ଆହ୍ୱାନ କରିଥିଲେ ଓ ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ସହସମ୍ପାଦିକା ଡ. ପ୍ରଭାବତୀ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ। ଫକୀରମୋହନ ସାହିତ୍ୟ ପରିଷଦର ସମ୍ପାଦକ ଡ. ରତ୍ନାକର ସିଂହ ପ୍ରାକ୍ ସୂଚନା ଦେଇଥିଲେ। ଏହି ଅବସରରେ ପତ୍ରିକାର ଜୁଲାଇ-୨୦୨୬ ସଂଖ୍ୟା ଉନ୍ମୋଚିତ ହୋଇଥିଲା। ପତ୍ରିକାର ପ୍ରଚ୍ଛଦପଟ ମଣ୍ଡନ କରିଥିବା ଶ୍ରୀମତୀ ଗୀତାଞ୍ଜଳି ମିଶ୍ରଙ୍କ ସାକ୍ଷାତକାର ଉପରେ ସମ୍ୟକ୍ ସୂଚନା ପ୍ରଦାନ କରିଥିଲେ ପତ୍ରିକାର ଉପଦେଷ୍ଟା ସୁଶ୍ରୀ ଗୀତାଞ୍ଜଳି ସିଂହ।ଏହି ସଭାରେ ଆୟୋଜିତ କବିତା ପାଠୋତ୍ସବକୁ କବୀ ଜ୍ୟୋତ୍ସ୍ନା ରାୟ ଓ କବି ମଧୁସୂଦନ ମିଶ୍ର ସଂଯୋଜନା କରିଥିଲେ। କବି ଅଞ୍ଜଳି ପଣ୍ଡା, ଶିରୀଶ ଚନ୍ଦ୍ର ଜେନା, ମିନତି କର, ଡ. ରମାକାନ୍ତ ନାୟକ, ନୀରଦ ସୁନ୍ଦର ଜେନା, ଲକ୍ଷ୍ମଣ ଚରଣ ବିଶ୍ୱାଳ, ଜୁମର ନାଥ ପାତ୍ର, ବିନିତା ସାହୁ, ଦୀନବନ୍ଧୁ ଲେଙ୍କା, ତାମସୀ ପାଣିଗ୍ରାହୀ, ମଧୁସୂଦନ ମାଝୀ, ପିତାମ୍ବର ଦାସ, ପ୍ରଭାକର ସାହୁ (ଖ), ଗୀତାଞ୍ଜଳି ଶତପଥି, ଦିଲ୍ଲୀପ ଚକ୍ରବର୍ତ୍ତୀ, ଗଗନ ସେଠୀ, ପ୍ରତିମା ପଣ୍ଡା, ଅର୍ଚ୍ଚନା ନନ୍ଦୀ, ସୁଷମା ମହାପାତ୍ର ପ୍ରମୁଖ ବହୁ କବି ଯୋଗଦାନ କରି ସ୍ୱରଚିତ କବିତା ପାଠ କରିଥିଲେ। ସଭାପ୍ରାରମ୍ଭରେ ପଣ୍ଡିତ ସଞ୍ଜୟ ପଣ୍ଡା ବେଦପାଠ କରିଥିବାବେଳେ ଅତିଥିମାନେ ଫକୀରମୋହନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପପ୍ରଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଫକୀରମୋହନ ସାହିତ୍ୟ ପରିଷଦର ଯୁଗ୍ମ ସମ୍ପାଦିକା କଲ୍ୟାଣୀ ନନ୍ଦ, ବାସନ୍ତୀ ଦେ, ଅର୍ଚ୍ଚନା କର, ସୁବ୍ରତା ମହାନ୍ତି, ତୃପ୍ତିରାଣୀ ପାତ୍ର, ପୁଷ୍ପଲତା ଚକ୍ରବର୍ତ୍ତୀ, ଶାନ୍ତି ବିଶି ଓ ପ୍ରିୟାରାଣୀ ମଲ୍ଲିକ ଗାନ କରିଥିଲେ। ସଭା ପରିଚାଳନାରେ କୋଷାଧ୍ୟକ୍ଷ ତପନ ରାୟ, କମଳାକାନ୍ତ ଦାଶ, କ୍ରିଷ୍ଣା ସାହା, ସନ୍ଦୀପ କୁମାର ସିଂହ, ବସନ୍ତ ପ୍ରଧାନ ପ୍ରମୁଖ ସହାୟତା କରିଥିଲେ। ଏଥିରେ ଶତାଧିକ ସାରସ୍ୱତପ୍ରେମୀ ଯୋଗଦେଇ ଉତ୍ସବକୁ ସାଫଲ୍ୟମଣ୍ଡିତ କରିଥିଲେ। ସ୍ମୃତି ଦାସ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ