ବର୍ଷ ବର୍ଷ ଧରି କେନାଲ ସଫା ଓ ମରାମତି କରୁନି ବିଭାଗ !

କଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ) :ଚାଷୀଙ୍କ ଜମିକୁ ବର୍ଷ ବର୍ଷ ଧରି ପାଣି ମାଡୁନୀ। କିନ୍ତୁ ରାଜସ୍ୱ ବିଭାଗ ଜବରଦସ୍ତ ଜଲକର ନେଉଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ଚାଷୀ। ସରକାର ଚାଷୀଙ୍କ ଆୟ ଦୁଇଗୁଣା କରିବା ପାଇଁ ଜମିକୁ ଜଳ, ଚାଇଙ୍କୁ ଇନପୁଟ ଶବସିଡି ଭଳି ଅନେକ ଯୋଜନା ପ୍ରଚଳନ କରି ଆସୁଛନ୍ତି ସରକାର। ସରକାର ପରେ ସରକାର ବଦଳିଲା କିନ୍ତୁ ଚଷୀଙ୍କ ଭାଗ୍ୟରେ କେନାଲ ପାଣି ମୁନ୍ଦେ ଜମିକୁ ପହଁଚିଲା ନାହିଁ ବୋଲି ଚାଷୀ ଇନ୍ଦ୍ରଙ୍କ ଉପରେ ଭରଷା କାରି ଚାଷ କାର୍ଯ୍ୟ କରିଥାନ୍ତି। ଏମିତି ଏକ ଅଞ୍ଚଳ ଅଛି ବର୍ଷକୁ ବର୍ଷ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ସିନା କେନରେ ପାଣି ଆସୁନି। ରାୟଗଡା ଜିଲ୍ଲାର ମାଝୀଗୁଡା ପଞ୍ଚାୟତର ଜିଲୁଣ୍ଡା ମୌଜା ରେ ଦେଖିବାକୁ ମିଳିଛି। ରାଜସ୍ୱ ବିଭାଗ ହିସାବରେ ଜମିକୁ ପାଣି ମାଡୁଚି କିନ୍ତୁ ପ୍ରକୃତରେ ତଦନ୍ତ କଲେ ଜଣା ପଡିବ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଷୁଦ୍ର ଜଳ ସେଚନ ବିଭାଗ ପକ୍ଷରୁ ରଘୁନାଥ ପୁର ଉପର ମୁଣ୍ଡରେ ଏକ ନାଳରେ ଚେକ ଡ୍ୟାମ କରାଯାଇଛି।ଉକ୍ତ ଡ୍ୟାମରୁ ମାଝୀଗୁଡା ଦେଇ କେନାଲ ମାଧ୍ୟମରେ ଜିଲୁଣ୍ଡାକୁ ଅଞ୍ଚଳର ପ୍ରାୟ ୨ ଶହ ଏକର ଜମିକୁ ପାଣି ମାଡିବା ପାଇଁ କେନାଲ ମଧ୍ୟ ନିର୍ମାଣ ହୋଇଛି। ପ୍ରତିବର୍ଷ କେନାଲ ମରାମତି ଓ ଲଟା ସଫା ନାମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କୁଆଡେ ହେଉଛି। କିନ୍ତୁ ବୁନ୍ଦାଏ ପାଣି ଜମିକୁ ମାଡୁନଥିବାରୁ ଇନ୍ଦ୍ର ଦେବଙ୍କ ଉପର ନିର୍ଭର କାରି ଚାଷ କରୁଥିବା ପ୍ରକାଶ କରିଛନ୍ତି ଚାଷୀମାନେ। ବର୍ଷ ବର୍ଷ ଧରି ମରାମତି ଓ ଲଟା ସଫା କରୁନଥିବାରୁ ପାଣି ମାଡୁନୀ ବୋଲି ଅଭିଯୋଗ କରି ଛନ୍ତି ଅଞ୍ଚଳର ଚାଷୀମାନେ। କେନାଲ ମାଝୀଗୁଡା ଠାରୁ ଜିଲୁଣ୍ଡା ପର୍ଯ୍ୟନ୍ତ କେନାଳରେ ଲଟା ସଫା ହୋଇ ନଥିବାରୁ କେନାଲ ଅଛିକି ନାହିଁ ଚିହ୍ନ ବର୍ଣ ଦେଖା ଯାଉନି।ଆଉ କେଇ ବର୍ଷ ଗଲେ ସମ୍ପୂର୍ଣ ପୋତି ହୋଇଯିବ କେନାଲ।ଜମିରେ ପ୍ରତି ବର୍ଷ ଧାନ ଚାଷ କରି ଛାଡି ଜଳ ଅଭାବରୁ ତଳି ତଳାନ୍ତ ହୋଇ ସର୍ବସ୍ୱ ହରାଇ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲି ଯାଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ନିୟଣ୍ଟିଆ ବର୍ଷା ହେଲେ ଜମି ପଡିଆ ପଡୁଥିବାରୁ ସେହି ବର୍ଷ ପରିବାର ଚଲାଇବା କଷ୍ଟ କର ହୋଇ ପଡୁଥିବା କହିଛନ୍ତି ଚାଷୀମାନେ। ଚଳିତ ବର୍ଷ କୁଆଡେ ବୈଜ୍ଞାନିକ କହିବା ଅନୁଯାଇ ଏଲିନ ପ୍ରଭାବ ରହିଥିବାରୁ ଚାଷ କରିବେକି ନାହିଁ ଚିନ୍ତାରେ ପଡି ଯାଇଛନ୍ତି ଚାଷୀମାନେ। ଏଣୁ ଜିଲ୍ଲା ପ୍ରଶାସନ ଚାଷୀଙ୍କ ଜମିକୁ ପାଣି ଯୋଗାଇବା ପାଇଁ ଯୁଦ୍ଧ କାଳୀନ ଭିତରେ କେନାଲ ମରାମତି ଓ କଟା କଟିଙ୍ଗ କରବା ପାଇଁ ଚାଷୀ ଦାବୀ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ