ପାରଳାଖେମୁଣ୍ଡିରୁ ବିଶାଖାପାଟଣାକୁ ଚାଲାଣ ବେଳେ ଜଣେ ନାବାଳକ ଉଦ୍ଧାର

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ କୌଣସି ସୂତ୍ରରୁ ଖବରପାଇ ପାରଳାଖେମୁଣ୍ଡି ରେଳଷ୍ଟେସନରୁ ଆନ୍ଧ୍ରର ବିଶାଖାପାଟଣାକୁ ଚାଲାଣ ହେଉଥିବା ଜଣେ ନାବାଳକ (୧୬)କୁ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶ୍ରମ ବିଭାଗ, ଶିଶୁ ସହାୟତା କେନ୍ଦ୍ର ଓ ପୁଲିସ ବିଭାଗର ମିଳିତ ଯାଞ୍ଚ ବେଳେ ଏହି ସଫଳତା ମିଳିଥିବା ଜଣାପଡିଛି। ଘଟଣା ନେଇ ଗଜପତି ପ୍ରଶାସନ ତରଫରୁ ଆବଶ୍ୟକ ଅନୁଧ୍ୟାନ ଓ ତଦନ୍ତ ଜାରି ରହିଛି. ଗତ ୩୧ ତାରିଖରେ ମିଳିତ ଟିମ୍ ପାରଳାଖେମୁଣ୍ଡି ସହରର ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚ କରିଥିଲା । ଫରେଷ୍ଟଗେଟ୍, ପୁରୁଣାପାଟଣା ରାସ୍ତା, ବସଷ୍ଟାଣ୍ଡ, ରାଣୀପେଣ୍ଠ ଛକ ଓ ରେଳଷ୍ଟେସନ ଅଞ୍ଚଳରେ ଯାଞ୍ଚ ଚାଲିଥିବା ବେଳେ ରେଳଷ୍ଟେସନରୁ ବିଶାଖାପାଟଣା ଯିବାକୁ ଥିବା ନାବାଳକଙ୍କୁ ଟିମ୍ ଚିହ୍ନଟ କରି ଉଦ୍ଧାର କରିଥିଲା। ପରେ ଉଦ୍ଧାର ନାବାଳକଙ୍କୁ ଶିଶୁ କଲ୍ୟାଣ ସମିତି ନିକଟରେ ଉପସ୍ଥାପନ କରାଯାଇଥିଲା। ସମିତିଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ ପାରଳାଖେମୁଣ୍ଡିସ୍ଥିତ ଉତ୍କଳ ବାଳାଶ୍ରମରେ ଥଇଥାନ କରାଯାଇଛି। ଶିଶୁ ଚାଲାଣ ରୋକିବା ଲାଗି ଜିଲ୍ଲାରେ ଆଗକୁ ମଧ୍ୟ ନିୟମିତ ଯାଞ୍ଚ ଜାରି ରହିବ ବୋଲି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ