ବେଆଇନ ବାଲିଚାଲାଣ ମାମଲାରେ ଟ୍ରାକ୍ଟର ଜବତ, 51 ହଜାର ଟଙ୍କା ଜରିମାନା ଆଦାୟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲାର ନୂଆଗଡ ଅଞ୍ଚଳରୁ ଏକ ଟ୍ରାକ୍ଟର ଯୋଗେ ରାୟଗଡା ବ୍ଲକ ଅଞ୍ଚଳର ଏକ ଗ୍ରାମକୁ ବେଆଇନ ବାଲିଚାଲାଣ ହେଉଥିବା ବେଳେ ଖଣି ବିଭାଗ ଦ୍ୱାରା ଗତକାଲି ଜବତ କରାଯାଇ 51 ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ ଗତକାଲି ଅତିରିକ୍ତ ଖଣି ଅଧିକାରୀ ବିଶ୍ୱଜିତ ମହନ୍ତ ଏକ ବାଲି ବୋଝେଇ ଟ୍ରକକୁ ଖଜୁରୀପଦା ଠାରେ ଯାଞ୍ଚ କରିଥିଲେ. ବାଲିଚାଲାଣ ପାଇଁ ଆବଶ୍ୟକ ଅନୁମତିପତ୍ର ନଥିବା ଯୋଗୁଁ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରି ଖଜୁରୀପଦା ପୋଲିସ ଆଉଟପୋଷ୍ଟରେ ଜିମା ଦେଇଥିଲେ. ଏହି ବାଲି ଚୋରାଚାଲାଣ ପାଇଁ 51 ହଜାର ଟଙ୍କା ଜରିମାନା ଆଦେଶ ଖଣି ବିଭାଗ ଦ୍ୱାରା ହୋଇଥିଲା. ଆଜି ସମ୍ପୃକ୍ତ ଟ୍ରାକ୍ଟର ମାଲିକ ପାରଳାଖେମୁଣ୍ଡି ଠାରେ ଥିବା ଗଜପତି ଜିଲ୍ଲା ଖଣି ବିଭାଗ କାର୍ଯାଳୟରେ ପହଞ୍ଚି 51 ହଜାର ଟଙ୍କା ଜରିମାନା ପ୍ରଦାନ କରିବା ପରେ ଖଜୁରୀପଦା ପୋଲିସ ଆଉଟପୋଷ୍ଟରେ ଜିମା ଦିଆ ଯାଇଥିବା ବାଲି ବୋଝେଇ ଟ୍ରାକ୍ଟରକୁ ରିଲିଜ କରିବା ପାଇଁ ଖଣି ବିଭାଗ ଆଦେଶ ଦେଇଥିବା ଅତିରିକ୍ତ ଖଣି ଅଧିକାରୀ ବିଶ୍ୱଜିତ ମହନ୍ତ ସୂଚନା ପ୍ରଦାନ କରିଛନ୍ତି।


