କବି କୈଳାସ ଚନ୍ଦ୍ର ବେହେରାଙ୍କ “ଶାନ୍ତିପଥ” ଲୋକାର୍ପିତ
ହାଟଡିହି (ଓ୍ବାଇଏନଏସ) : ଯେଉଁ ଲେଖକଙ୍କ ମୌଳିକ ସାରସ୍ବତ ସୃଷ୍ଟି ପାଠକଙ୍କୁ ସନ୍ଦେଶ ଦିଏ , ତାହା ଚିର ଅମଳୀନ। ସେହିଭଳି ଲେଖାରେ ସମୃଦ୍ଧ ଶିକ୍ଷକ ତଥା କବି କୈଳାସ ଚନ୍ଦ୍ର ବେହେରାଙ୍କ”ଶାନ୍ତିପଥ” ପୁସ୍ତକ ସମାଜକୁ କିଞ୍ଚିତ ମାତ୍ରାରେ ଦିଶା ପ୍ରଦାନ କରିବ ବୋଲି ପ୍ରତିଭା ପ୍ରଣାମ ମଞ୍ଚ ଦ୍ବାରା ଆୟୋଜିତ ପୁସ୍ତକ ଉନ୍ମୋଚନ ଉତ୍ସବରେ ଅତିଥି ମାନେ ମତ ପୋଷଣ କରିଛନ୍ତି। ବିଷ୍ଣୁପ୍ରିୟା ବାଳାଶ୍ରମ ପରିସରରେ ଅନୁଷ୍ଠିତ ଏହି ଭବ୍ଯ ଉତ୍ସବ ବରିଷ୍ଠ ଲେଖକ ରତ୍ନାକର ଦାସ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବେ କେନ୍ଦ୍ର ସାହିତ୍ଯ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ଯିକ ଡକ୍ଟର ରାମଚନ୍ଦ୍ର ନାୟକ, ମୁଖ୍ଯ ବକ୍ତା ଭାବେ ଆନନ୍ଦପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ରମାକାନ୍ତ ନାୟକ,ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶରତ କୁମାର ରାଉତ ଓ ହାଟଡିହି ସମ୍ବାଦ ସାହିତ୍ଯ ଘରର ସଭାପତି ଅନ୍ତର୍ଯ୍ଯାମୀ ରାଉତ ପ୍ରମୁଖ ଯୋଗଦେଇ ସାହିତ୍ଯର ବିଭିନ୍ନ ଦିଗ ପ୍ରତି ଆଲୋକପାତ କରିଥିଲେ। ଏହି ଅବସରରେ କବି ଶ୍ରୀ ବେହେରାଙ୍କୁ ମଞ୍ଚ ତରଫରୁ ଉତ୍ତରୀୟ ଓ ମାନପତ୍ର ଅର୍ପଣ କରାଯାଇ ଥିଲା। କାର୍ଯ୍ୟକ୍ରମର ଦ୍ବିତୀୟାର୍ଦ୍ଧରେ କବି ଶ୍ରୀକାନ୍ତ ପଟ୍ଟନାୟକ ଓ ଦୀପ୍ତି ଦେବଦର୍ଶନ ସୁତାରଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ପାଠରେ କବି ଇନ୍ଦ୍ରମଣି ସେଠୀ,ନିତ୍ୟାନନ୍ଦ ବେହେରା,ବିଦ୍ୟୁତ୍ ପ୍ରଭା ଦେଓ ,ମୁରଲୀଧର ବେହେରା,ନାରାୟଣ ସାହୁ,ସୁରେନ୍ଦ୍ର କୁମାର ପରିଡା,ଅଭୟ କୁମାର ସାମଲ,ହରିହର ସାମଲ,ସରଳା ମହାପାତ୍ର,ଚତୁର୍ଭୁଜ ଜେନା,ସୁଭଦ୍ରା ସ୍ବାଇଁ ,ରବୀନ୍ଦ୍ର ପଟ୍ଟନାୟକ, ବନମାଳୀ ଜେନା ପ୍ରମୁଖ କବିମାନେ ସ୍ବରଚିତ କବିତାମାନ ଆବୃତ୍ତି କରିଥିଲେ। କାର୍ଯ୍ୟକ୍ରମକୁ କମଳିନୀ ବେହେରା, ପ୍ରଶାନ୍ତ ବେହେରା,ସୁଶାନ୍ତ ବେହେରା,ସ୍ନିଗ୍ଧା ପ୍ରିୟଦର୍ଶିନୀ ରାଉତ, ରୋଜାଲିନ୍ ନାୟକ, ଅନନ୍ଯା ବେହେରା, ଅଧର ବେହେରା, ଭାନୁମତି ବେହେରା, ଯୁଧିଷ୍ଠିର ବେହେରା, ସୁବାସ ବେହେରା କାର୍ଯ୍ୟକ୍ରମ ସଂଯୋଜିତ କରିବାରେ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷର ବୀର କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।


