ବାଘାଯତୀନ ସ୍ମୃତି ପୀଠର ଉନ୍ନତି ନିମନ୍ତେ ଓଟିଡିସିର ଅଧିକାରୀଙ୍କୁ ନେଇ ବିଧାୟକଙ୍କ ପରିଦର୍ଶନ

 ବାଲେଶ୍ବର(ସରୋଜ ପଣ୍ଡା):ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ରେମୁଣା ଗୋବିନ୍ଦ ଚନ୍ଦ୍ର ଦାସ ଓଟିଡିସି ସହକାରୀ ଯନ୍ତ୍ରୀ ଏବଂ କାନିଷ୍ଟ ଯନ୍ତ୍ରୀଙ୍କ ସହ ଚଷାଖଣ୍ଡ ପଞ୍ଚାୟତ ସ୍ଥିତ ସହିଦ ସ୍ଵାଧୀନତା ସଂଗ୍ରାମୀ ବାଘାଯତୀନ ଙ୍କ ସ୍ମୃତି ପୀଠର ପରିଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରଦତ୍ତ ହୋଇଥବା ଏକ କୋଟି ଟଙ୍କାର ବିନିଯୋଗରେ କିଭଳି ଏହି ସ୍ମୃତି ପିଠର ଉନ୍ନତିକରଣ କରାଯାଇପାରିବ ସେ ସମ୍ବନ୍ଧରେ ଓଟିଡିସି ର ସହକାରୀ ଯନ୍ତ୍ରୀ ଶ୍ରୀଯୁକ୍ତ ବିବେକ ବାବୁ ଏବଂ କନିଷ୍ଟ ଯନ୍ତ୍ରୀ ଶ୍ରୀଯୁକ୍ତ ରାକେଶ ଧର ଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ରେ ସ୍ମୃତି ପିଠର ରୂପରେଖ ନେଇ ଏକ ଡି.ପି.ଆର ପ୍ରସ୍ତୁତ ନିମନ୍ତେ ବିଧାୟକ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏକ କୋଟି ଟଙ୍କା ବିନିମୟରେ ପ୍ରଥମେ ବାଉଣ୍ଡରି ୱାଲ୍, ସ୍ବାଗତମ୍ ଗେଟ, ସହିଦ ବାଘାଯତିନ ଙ୍କ ପ୍ରତିମୂର୍ତ୍ତି, ପୋଖରୀ ଚାରି ପାଖରେ ପ୍ରଟେକ୍ସନ ୱାଲ୍, ପୋଖରୀ ଘାଟ, ରାସ୍ତା ଓ ପୋଖରୀ ପାର୍ଶ୍ଵରେ ଲାଇଟ୍, ନୂତନ ଗେଷ୍ଟ ହାଉସ, ଅଫିସ ରୋମ ଇତ୍ୟାଦିର ନିର୍ମାଣ କରାଯିବ। ଏହି ଅବସରରେ ସାଂସଦ ପ୍ରତିନିଧି ଉମାକାନ୍ତ ପଣ୍ଡା, ବିଧାୟକ ପ୍ରତିନିଧି କାର୍ତ୍ତିକ ଚନ୍ଦ୍ର ଗିରି, ବିଧାୟକଙ୍କ ବ୍ୟକ୍ତିଗତ ସହାୟକ କୃଷ୍ଣ ଚନ୍ଦ୍ର ସାହା, ମଣ୍ଡଳ ସଭାପତି ଉମାକାନ୍ତ ଜେନା, ସ୍ମୃତି କମିଟିର ସମ୍ପାଦକ ସର୍ବେଶ୍ଵର ମହାନ୍ତି, ଜୟନ୍ତ ମଣ୍ଡଳ, ନରେନ୍ଦ୍ର ନାୟକ, ସରୋଜ ଗୋଛାୟତ, ସାଦିର ଖାନ, ଶେଖ ସୁଜାଉଦ୍ଦିନ, ଶେଖ ହାକି, ନିରଞ୍ଜନ ନାୟକ, ବିଜୟ କୁମାର ନାୟକ, ଚନ୍ଦନ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ