ମା ପତିରିଆଶୁଣିଙ୍କ ବାର୍ଷିକ ଉତ୍ସବ
ହାଟଡ଼ିହି (ବିକାଶ ବିଶ୍ୱାଳ): : ହାଟଡ଼ିହି ବ୍ଲକ ବାଲିଵରେଇ ପଞ୍ଚାୟତ ବିଦ୍ୟାଧରପୁର ଗ୍ରାମରେ ମା ପତିରିଆଶୁଣୀଙ୍କ ବାର୍ଷିକ ଉତ୍ସବ ଓ ପଣା ସଂକ୍ରାନ୍ତି ଖୁବ ଧୂମଧାମରେ ପାଳନ ହୋଇଯାଇଛି। ଆବାହମାନ କାଳରୁ ବିରାଜମାନ କରିଥିବା ମାଆ ପତିରିଆଶୁଣୀ ଏଠାରେ ରହି ପୂଜା ପାଇ ଆସୁଥିବା ବେଳେ ଗ୍ରାମର ଭଗବାନ ବିଶ୍ୱାଳଙ୍କ ସଂଯୋଜନାରେ ଆଜି ମା ପତିରିଆଶୁଣୀ ପୀଠରେ ପଣାସଂକ୍ରାନ୍ତି ପୂଜାପାଠ ଖୁବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଥିଲା। ଲୋକକଥା ଅନୁସାରେ, ଠାକୁରାଣୀଙ୍କ ପୂଜାପାଠ ବେଳେ ନାମ ସଂକୀର୍ତ୍ତନ ସହିତ ମାଆ ପାଲା ଶୁଣିବାକୁ ଭଲ ପାଉଥିବାରୁ ଵିଧି ଅନୁଯାୟୀ କେନ୍ଦୁଝରର ଯୁଗଜ୍ୟୋତି ଡ଼ ଧିରେନ ମହାନ୍ତିଙ୍କ ଦ୍ୱାରା ପାଲା ପରିବେଷଣ କରଯାଇଥିଲା। ରୀତିନୀତି ଅନୁସାରେ ସନ୍ଧ୍ୟାବେଳେ ଭଜନ ସନ୍ଧ୍ୟା ଅନୁଷ୍ଠିତ ହୋଇଥିଲା। ସମାଜସେବୀ ଝାନ୍ସୀରାଣୀ ଦାସ ଯୋଗଦେଇ ମା’ଙ୍କ ଆଶିଷ କାମନା କରିବା ସହ ସମାଜର ମଙ୍ଗଳ କାମନା ପାଇଁ ପୂଜାର୍ଚ୍ଚନା କରିଥିଲେ l ପୂଜା କମିଟିର ସମ୍ବିତ ବିଶ୍ୱାଳଙ୍କ ନେତୃତ୍ୱରେ ଉପ ସଭାପତି ସତ୍ୟବ୍ରତ ସାମଲ, ସମ୍ପାଦକ ସ୍ମୃତିରଞ୍ଜନ ମଲ୍ଲିକ, ସହ ସମ୍ପାଦକ ନାରାୟଣ ଯେନା, କୋଷାଧ୍ୟକ୍ଷ ନିରାକାର ମଲ୍ଲିକ, ସହ କୋଷାଧ୍ୟକ୍ଷ କମଳ ଲୋଚନ ବିଶ୍ୱାଳ, ଉପଦେଷ୍ଟା ସୁଦୀପ୍ତ ସାହୁ, ବୃନ୍ଦାବନ ବିଶ୍ୱାଳ, ମହେଶ୍ୱର ଯେନା, ଅମୁଲ୍ୟରାଜ, ଜୟନ୍ତ କୁମାର ସାମଲ, ଅସିତ କୁମାର ବିଶ୍ୱାଳ, ଆଦିୟ ରାଜ ମଲ୍ଲିକ, ରାକେଶ ବେହେରା, ଧବଳେଶ୍ୱର ଯେନା, ଶାଶ୍ୱତ ଯେନା, ଆଦିତ୍ୟ ନାରାୟଣ ମହାନ୍ତି, ବିଶ୍ୱଜିତ ସାମଲ, ରୁଦ୍ର ନାରାୟଣ ମହାନ୍ତି, ମାଧବାନନ୍ଦ ଯେନା, ହେମନ୍ତ ଯେନା, ମୁକ୍ତିକାନ୍ତ ସାମଲ, ପାର୍ଥ ରଞ୍ଜନ ମଲ୍ଲିକ, ଆଶିଷ କୁମାର ସାମଲ, ଅରୁଣ କୁମାର ସାମଲ, ମାନସ ପ୍ରିୟରଞ୍ଜନ ବିଶ୍ୱାଳ, ଶୁଭେନ୍ଦୁ ଯେନା, ସ୍ମୃତି ରଞ୍ଜନ ମଲ୍ଲିକ, ପାର୍ଥ ସାରଥୀ ବିଶ୍ୱାଳ, ଦେବାଶିଷ ବିଶ୍ୱାଳ, ରତିକାନ୍ତ ମଲ୍ଲିକ, ଦେବାଶିଷ ରାଉତ, ଚିନ୍ମୟ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।