ମାତୃ ଦିବସ ପାଳିତ
ବ୍ରହ୍ମପୁର,(ସୁଦିପ କୁମାର ସାହୁ): ମା ହିଁ ବିଶ୍ୱର ସବୁଠାରୁ ଶ୍ରେଷ୍ଟ ଓ ସମ୍ମାନାସ୍ପଦ। ମାର ତ୍ୟାଗ ଯୋଗୁ ଆମେ ସମାଜରେ ବଞ୍ଚିବା ସହ ଆଗକୁ ବଢ଼ିପାରୁ। ମନ୍ଦିର ମସଜିଦ ଯିବା ଅପେକ୍ଷା ମା ବାପାଙ୍କ ପୂଜା ଓ ସେବା କରିବା ଆବଶ୍ୟକ ବୋଲି ରାମଚନ୍ଦ୍ରପୁର ସ୍ଥିତ ମହାନ୍ ସଂଘ୍ ଦ୍ଵାରା ପରିଚାଳିତ ବିଶ୍ୱ ନିକେତନ ଜରା ନିବାସରେ ମାତୃ ଦିବସ ପାଳନ ଅବସରରେ ପ୍ରତିଷ୍ଠାତା ତଥା ସମାଜସେବୀ ସୁଶାନ୍ତ କୁମାର ସାବତ ମତବ୍ୟକ୍ତ କରିବାସହ ଅନ୍ତେଃବାସୀ ଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ। ଏହିଅବଶରେ ଅନୁଷ୍ଠାନର ସଦସ୍ୟ ସଦସ୍ୟା, କର୍ମଚାରି ଓ ଅନ୍ୟମାନେ ଉପସ୍ଥିତ ଥିଲେ।


