ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ସାଂସଦଙ୍କ ମାଲ୍ୟାର୍ପଣ
ଭଦ୍ରକ(ଚାନ୍ଦିନୀ ମହାନ୍ତି) : ଭାରତରତ୍ନ, ପ୍ରଣମ୍ୟ ପୁରୁଷ, ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଆମ୍ବେଦକରଙ୍କ ୧୩୫ ତମ ଜୟନ୍ତୀ ପାଳନ ଅବସରରେ ବିଜେପି ପକ୍ଷରୁ ଚଳିତ ମାସ ୧୪ ରୁ ୨୫ ତାରିଖ ପର୍ଯ୍ୟନ୍ତ ପକ୍ଷ ପାଳନ କରାଯାଉଛି । ଦଳର ନେତା ଓ ପଦାଧିକାରୀ ମାନେ ଗ୍ରାମାଞ୍ଚଳରେ ଥିବା ଦଳିତ ଆଦିବାସୀଙ୍କ ବସ୍ତିକୁ ଯାଇ ସେମାନଙ୍କ ସହ ଭାବ ବିନିମୟ ଏବଂ ସମସ୍ୟା ବାବଦରେ ଅବଗତ ହୋଇ ସମାଧାନ ଦିଗରେ ପଦକ୍ଷେପ ନେଉଛନ୍ତି । ଏପରିପ୍ରେକ୍ଷୀରେ ଆଜି ଭଣ୍ଡାରିପୋଖରୀ ବିଜେପି ପକ୍ଷରୁ ବିଧାନସଭା ନେତା ଡ.ସୁଧାଶୁଂ ଶେଖର ନାୟକଙ୍କ ତତ୍ତ୍ୱାବଧାନରେ ବନ୍ତ ଠାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ବନ୍ତସ୍ଥିତ ପାର୍ଟିର୍ କାର୍ଯ୍ୟାଳୟରେ ପହଞ୍ଚିବା ପରେ ୨୫ ପଞ୍ଚାୟତରୁ ଆସିଥିବା ଶହ ଶହ ସଂଖ୍ୟାରେ ଦଳୀୟ କର୍ମୀ ଓ ପଦାଧିକାରୀ ମାନେ ଏକ ଶୋଭାଯାତ୍ରାରେ ଯାଇ ବ୍ଲକ ସମ୍ମୁଖରେ ଥିବା ଦଳିତ ନେତା ପଞ୍ଚାନନ ଜେନାଙ୍କ ବାସଭବନସ୍ଥିତ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ସେଠାରେ ଡାକ୍ତର ମୂରଲୀଧର ସୂତାରଙ୍କ ସହ ଆଲୋଚନା କରିଥିଲେ । ପରେ ଆଡିଆ ପଞ୍ଚାୟତର ଜିରିଣା ଗ୍ରାମର ଆଦିବାସୀ ସାହିକୁ ଯାଇ ୫ନଂ ୱାର୍ଡସଭ୍ୟା ସବିତା ମୁର୍ମୁ, ବ୍ରଜମୋହନ ସିଂ, ବିକ୍ରମ ମାଝୀ, ଡୁମାନ ମାଝୀ, ରାଇମଣି ମାଝୀ, ରାଜେନ୍ଦ୍ର ସିଂ, ସନାତନ ସିଂଙ୍କୁ ଭେଟି ଅଭାବ ଅସୁବିଧା ପଚାରି ବୁଝିଥିଲେ । ଗ୍ରାମର ଆଦିବାସୀ ମାନେ କିପରି ଆବାସ ଗୃହ, ବିଦ୍ୟୁତ୍, ପାନୀୟଜଳ ତୁରନ୍ତ ପାଇ ପାରିବେ ସେ ନେଇ ବିଭାଗୀୟ କର୍ମଚାରୀ ଓ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଦୀର୍ଘ ଦିନର ସମସ୍ୟା ଜିରିଣା ଆଡିଆ ରାସ୍ତାର ନିର୍ମାଣ କାର୍ଯ୍ୟ ତୁରନ୍ତ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ସାଂସଦ ଶ୍ରୀ ସେଠୀ, ବିଧାନସଭା ନେତା ଶ୍ରୀ ନାୟକ, ଜିଲା ବିଜେପି ସଭାପତି ଭଗବାନ ପଣ୍ଡା ପ୍ରମୁଖ ଆଦିବାସୀଙ୍କ ସହ ମିଶି ଭୋଜନ କରିଥିଲେ । କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜସେବୀ ଅଜୟ ନାୟକ, ପୂର୍ବତନ ଜିଲା ବିଜେପି ସଭାପତି ଅକ୍ଷୟ ସାହୁ, ବନ୍ତ ମଣ୍ଡଳ ସଭାପତି ସନ୍ତୋଷ ନାୟକ, କେନ୍ଦୁଆପଦା ସରପଞ୍ଚ ଇଂ.ପ୍ରମୋଦ କୁମାର ଜେନା, ମହତାବ ମଣ୍ଡଳ ସଭାପତି ଅମୂଲ୍ୟ ରତ୍ନ ନନ୍ଦ, ବରିଷ୍ଠ ନେତା କମଳାକାନ୍ତ ସାହୁ, ଆନନ୍ଦ ଚନ୍ଦ୍ର ଓଝା, ସୁଧିର ନାୟକ, ତୋଡଗାଁ ସରପଞ୍ଚ ମାନସ ପହି, ପୂର୍ବତନ ସରପଞ୍ଚ କୃପାସିନ୍ଧୁ ସେଠୀ, ଭାଗିରଥି ସେଠୀ, ଦୁର୍ଗା ବିଶ୍ୱାଳ, କିଶୋର କିଙ୍କର ପଢିଆରୀ, ରାଜୀବ ଲୋଚନ ରାୟ, ଧିବର ସାମଲ, ରୀତାରାଣୀ ବେହେରା, ପୂର୍ବତନ ସମିତିସଭ୍ୟ ରମେଶ ଚନ୍ଦ୍ର ପହି, ବସନ୍ତ ନାୟକ, ଗୋପାଳ କୃଷ୍ଣ ଦାଶ, ବିଷ୍ଣୁ ପଣ୍ଡା, ମାଧବାନନ୍ଦ ଦାସ, ହେମନ୍ତ ମଲ୍ଲିକ, ଗୌରାଙ୍ଗ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।