ହୋପ ଏଜ ପକ୍ଷରୁ ପ୍ରାକୃତିକ ଚିକିତ୍ସା ଶିବିର

କଟକ, (ଓ୍ବାଇଏନଏସ): ହୋପ ଏଜ ଟ୍ରଷ୍ଟ ପକ୍ଷରୁ ହେଲଥ ଭିଲେ ସହାୟତା ରେ ଆଜି ସିଡିଏ ସେକ୍ଟର ୭ ସ୍ଥିତ ଆଶ୍ରୟ ଦି ସେଲଟର ପରିସରରେ ପ୍ରାକୃତିକ ଚିକିତ୍ସା ଶିବିର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି। ପ୍ରାକୃତିକ ଚିକିତ୍ସା ଓ ଯୋଗ ବିଶାରଦ ଡ଼ଃ ମିଲିନ୍ଦ ପରାସର ଏଥିରେ ଯୋଗ ଦେଇ କହିଲେଯେ ସମସ୍ତ ପ୍ରକାର ଶାରୀରିକ ଓ ମାନସିକ ବ୍ୟାଧି ପ୍ରକୃତିକ ଚିକିତ୍ସା ପଦ୍ଧତି ଓ ଯୋଗ ଅଭ୍ୟାସ ଦ୍ୱାରା ପ୍ରଶମିତ ହୋଇ ପାରିବ. ତେବେ ଏଥି ପାଇଁ ଉନ୍ନତ ମାନର ଜୀବନ ଶୈଳୀ ପାଳନ କରିବାକୁ ହେବ ବୋଲି ସେ ପ୍ରକାଶ କରିଥିଲେ। ଉପସଭାପତି ବିଜୟ କୁମାର ପୁଷ୍ଟି ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସଭାରେ ଟ୍ରଷ୍ଟି ଡ଼ଃ ସତ୍ୟ ରାୟ ସ୍ୱାଗତ ଭାଷଣ ଦେବା ସହ ପ୍ରାକୃତିକ ଚିକିତ୍ସା ର ଉପାଦେୟତା ଉପରେ ଆଲୋକ ପାତ କରିଥିଲେ। ସଂପାଦକ ରଂଜିତ ସାହୁ, ଅନୁଷ୍ଠାନ ର ପୃଷ୍ଠ ପୋଷକ ଉତ୍କଳ ଭୂଷଣ ରାଉତରାୟ, ଚିତ୍ରଶିଳ୍ପୀ ନକୁଳ ଚନ୍ଦ୍ର ମହାରଣା, ସିବନାମ ର ଅଧ୍ୟକ୍ଷ ନିତ୍ୟାନନ୍ଦ ମିଶ୍ର, ଇଂ କେ. କେ. ଦାସବର୍ମା, କୈଳାଶ ଚନ୍ଦ୍ର ମିଶ୍ର, ପି. କେ. ସାହୁ, ଶଶିଭୂଷଣ ପ୍ରଧାନ ଓ କେଦାର ନାଥ ଜାଲି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ. ଯୁଗ୍ମ ସଂପାଦିକା ସୁଜାତା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ