କାଶୀନଗର ଠାରେ ଗ୍ରାମ ନ୍ୟାୟାଳୟର ନୂତନ କୋର୍ଟ କୋଠା ଉଦଘାଟିତ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଲପୂର୍ ଗ୍ରାମ ଠାରେ ଓଡିଶା ଉଚ୍ଚ ନ୍ୟାୟାଳୟର ପ୍ରଧାନ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନଙ୍କ ଦ୍ବାରା ଗ୍ରାମ ନ୍ୟାୟଳୟର ନୂତନ କୋଠା  ଆଭାସି ମାଧ୍ୟମରେ ଉଦଘାଟନ ହୋଇଯାଇଛି. ଉକ୍ତ ଆଭାସୀ ଧାରା କାର୍ଯ୍ୟକ୍ରମ କଟକରୁ ସିଧା ପ୍ରସାରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚ ନ୍ୟାୟାଳୟର ବିଚାରପତି, ଅଧ୍ୟକ୍ଷ ଗୃହ କମିଟି ମାନ୍ୟବର ଜଷ୍ଟିସ ଏସକେ ସାହୁ ଓ ପ୍ରଶାସନିକ ବିଚାରପତି ତଥା ଗଜପତି ବିଚାରପତି ପଦ ଏବଂ ଓଡିଶା ଉଚ୍ଚ ନ୍ୟାୟାଳୟର ସହଯୋଗୀ ମାନ୍ୟବର ବିଚାରପତି ଗଣ ଉପସ୍ଥିତ ଥିଲେ। କାଶୀନଗର ବିଏଲ୍ ପୁର ଠାରେ ଗ୍ରାମ ନ୍ୟାୟାଳୟର ନୂଆ ପରିସର ଉଦଘାଟନ ଅବସରରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ ହୋଇଥିଲା। ଏଥିରେ ଗଜପତି ଜିଲ୍ଲା ମୂଖ୍ୟ ନ୍ୟାୟାଧୀଶ ମାନ୍ୟବର ଜଷ୍ଟିସ ଜଗଦୀଶ ପ୍ରସାଦ ମହାନ୍ତି, ଜିଲ୍ଲା ରେଜିଷ୍ଟ୍ରାର ପ୍ରସନ୍ନ କୁମାର ବେହେରା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ(ଆର୍ ଏଣ୍ଡ ଡିଏମ୍) ଫାଲଗୁନ ମାଝୀ ଓ ସ୍ଥାନୀୟ ନ୍ୟାୟାଳୟ ବିଚାରପତି ସୁଶ୍ରୀ ମୋନାଲି ବେହେରା,ସଭାପତି ବାର ସଂଘ ଅଧିବକ୍ତା ଜିତେନ୍ଦ୍ର ପଟ୍ଟନାୟକ, ସମ୍ପାଦକ ଏମ୍ ପୃଥ୍ବୀରାଜ୍, ବରିଷ୍ଠ ଅଧୀ ବକ୍ତା ଭିଏସଏନ୍ ରାଓ, ଆର୍ ଶ୍ରୀନିବାସ, ତାତେୟ, ପ୍ରମୁଖ ଅନ୍ୟ ମାନ୍ୟଗଣ୍ୟ ଅତିଥି ଓ ନ୍ୟାୟାଳୟର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ