ବନ୍ତ ବ୍ଲକରେ ଯୋଗ ଦେଲେ ନୂତନ ବିଡିଓ
ବନ୍ତ (ଚାନ୍ଦିନୀ ମହାନ୍ତି) : ଓଡିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ଚିଠି ନଂ-୧୨୯୨୪/ତା-୧୯-୫-୨୦୨୫ ଅନୁଯାୟୀ ବନ୍ତ ବ୍ଲକରେ ନୂତନ ବିଡିଓ ଭାବେ ସୀତାକାନ୍ତ ରାଉତ ଯୋଗ ଦେଇଛନ୍ତି । ପ୍ରକାଶ ଥାଉକି, ଦୀର୍ଘ ମାସ ଧରି ବନ୍ତ ବ୍ଲକରେ ବିଡିଓ ପଦବୀ ଖାଲି ପଡିଥିବା ବେଳେ ଏବିଡିଓ ନିଶିକାନ୍ତ ଖୁଣ୍ଟିଆ ଭାରାପ୍ରାପ୍ତ ବିଡିଓ ଦାୟୀତ୍ୱ ତୁଲାଇ ଆସୁଥିଲେ । ଏଥିପୂର୍ବରୁ ଶ୍ରୀ ରାଉତ ଭଦ୍ରକ ବ୍ଲକରେ ବିଡିଓ ଭାବେ କାର୍ଯ୍ୟ କରୁଥିଲେ । ଶ୍ରୀ ରାଉତ ଜଣେ ଯୁବ, ଦକ୍ଷ, କର୍ତ୍ତବ୍ୟନିଷ୍ଠ ଓ ସଚ୍ଚୋଟ ଅଧିକାରୀ ଭାବେ ବେଶ ପରିଚିତ ଅଟନ୍ତି । ସେ ବନ୍ତ ବ୍ଲକରେ ଯୋଗ ଦେବା ପରେ ବ୍ଲକର ୨୫ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ହେବ ବୋଲି ଆଶା କରାଯାଉଛି । ଏଥିସହ ଯୋଗ୍ୟ ହିତାଧିକାରୀ ସମସ୍ତ ସରକାରୀ ଯୋଜନା ପାଇବା ସହିତ ସମସ୍ତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସେ ବ୍ଲକର ସମସ୍ତ କର୍ମଚାରୀ, ଜନପ୍ରତିନିଧି, ଗଣାମାଧ୍ୟମ ପ୍ରତିନିଧି ଏବଂ ଜନସାଧାରଣଙ୍କର ସହଯୋଗ କାମନା କରିଛନ୍ତି । ନୂତନ ବିଡିଓ ଭାବେ ଶ୍ରୀ ରାଉତ କାର୍ଯ୍ୟରେ ଯୋଗ ଦେବା ପରେ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇଙ୍କ ସମେତ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଏବଂ ବ୍ଲକ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ ଓ ଶୁଭେଚ୍ଛା ଜଣାଇଛନ୍ତି ।


