ନେପାଳ ବନ୍ୟା ବିଭୀଷିକାରେ ୧୦ ଦିନ ପରେ ବି ପତ୍ତା ମିଳୁନି ଗଞ୍ଜାମ ଦମ୍ପତି ଓ ତାଙ୍କ ପୁଅଝିଅ
ଦିଗପହଣ୍ଡି(ଓ୍ବାଇଏନଏସ): ନେପାଳ ର ଭୁତକୋଶୀ ଓ ତ୍ରିଶୁଳୀ ନଦୀ ରେ ଭୟଙ୍କର ବନ୍ୟା ବିଭୀଷିକା ରେ ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ନିକଟ ସାରୁ ଗ୍ରାମର ମୂଳବାସିନ୍ଦା ବ୍ରହ୍ମପୁର ପାଣିଗ୍ରାହୀ ପେଣ୍ଠ ର ମନ୍ମଥ ପାଢ଼ୀ ଙ୍କ ଝିଅ ସୁରଭି ମନ୍ମଥ ପାଢ଼ୀ(୪୪), ବ୍ରହ୍ମପୁର ର ମୂଳ ବାସିନ୍ଦା ଆନ୍ଧ୍ର ର ଶ୍ରୀକାକୁଲମ ଜିଲା ପାର୍ବତୀପୁରମ୍ ର ତାଙ୍କ ସ୍ଵାମୀ ସନ୍ତୋଷ ସାହୁ(୪୬), ତାଙ୍କ ପୁଅ ସ୍ପନ୍ଦନ ସାହୁ(୧୮),ଝିଅ ସ୍ୟାନା କୁମାରୀ ସାହୁ(୧୩) ଗତ ୧୦ ଦିନ ହେଲା ନିଖୋଜ ଥିବା ଜଣାପଡିଛି। ଶନିବାର ସୁଦ୍ଧା ତାଙ୍କ ପତ୍ତା ମିଳୁନଥିବା ଜଣାପଡ଼ିଛି। ସନ୍ତୋଷ ଦିଗପହଣ୍ଡି ବଡ଼ଦାଣ୍ଡ ସାହି ର ଉପେନ୍ଦ୍ର ସାହୁ ଙ୍କ ଭାଣିଜୀ ସୁରଭି ଙ୍କୁ ବିବାହ କରିଥିଲେ।ଦିଗପହଣ୍ଡି ସ୍ଥିତ ସୁରଭି ଙ୍କ ମାମୁ ଘରେ ତାଙ୍କ ନିର୍ବନ୍ଧ ଭୋଜି ହୋଇଥିଲା। ପରେ ବିଶାଖାପାଟଣା ର ଏକ ହୋଟେଲ ରେ ତାଙ୍କ ବିବାହ ଉତ୍ସବ କରାଯାଇଥିଲା। ସେମାନେ ଲଣ୍ଡନ ର ସ୍ଥାୟୀ ବାସିନ୍ଦା ଅଟନ୍ତି। ସନ୍ତୋଷ ଲଣ୍ଡନ ରେ ଏକ ଆଇଟି କମ୍ପାନୀର ମାଲିକ ଅଟନ୍ତି।ପୁଅ ସ୍ପନ୍ଦନ ଲଣ୍ଡନ ର ଗୁଇଲଡ଼ଫୋର୍ଡ ସ୍ଥିତ ରୟାଲଗ୍ରାମର ସ୍କୁଲ ର ମନସ୍ତତ୍ତ୍ୱ,ରାଜନୀତି ବିଜ୍ଞାନ ଓ ଅର୍ଥନୀତି ବିଭାଗର ଏ – ଲେଭଲ କୋର୍ସ ରେ ଅଧ୍ୟୟନ କରୁଥିଲେ।ସେ ବିଶ୍ଵବିଦ୍ୟାଳୟ ର ହକି ଓ କ୍ରିକେଟ ଟିମ୍ ର ସଦସ୍ୟ ଥିଲେ। ସନ୍ତୋଷ ପରିବାର ସହ ଗତ ୫ ତାରିଖରେ ଲଣ୍ଡନ ରୁ ମୁମ୍ବାଇ ସ୍ଥିତ ଶ୍ବଶୁର ଘରକୁ ଆସିଥିଲେ।ସେଠାରେ କିଛିଦିନ ରହିବା ପରେ ଗତ ୧୯ ତାରିଖରେ ରାମକୃଷ୍ଣ ଅଧିକାରୀ ଙ୍କ ମାଲିକାନା ରେ ଚାଲିଥିବା ଏକ ଟ୍ରାଭଲ ଏଜେନସି ଜରିଆରେ ପ୍ରାୟ ୩୩ ପର୍ଯ୍ୟଟକ ଟିମ୍ ରେ ନେପାଳ – ଭାରତ – ଚାଇନା ସୀମାନ୍ତରେ ଥିବା କୈଳାସ ମାନସ ସୋରବର ବୁଲିବାକୁ ଯାଇଥିଲେ।ଗତ ଅଗଷ୍ଟ ୨୭ ତାରିଖ ସକାଳ ପ୍ରାୟ ସାଢେ ୮ ଟାରେ ସେମାନେ ନେପାଳ ର ରୁସୁୱାଗଢ଼ି ଠାରେ ଥିବା ହୋଟେଲ ରେ ଜଳଖିଆ ଖାଉଥିବା ବେଳେ ସନ୍ତୋଷ ତାଙ୍କ ପରିବାର ସଦସ୍ୟ ଙ୍କ ସହ ବନ୍ୟା ପାଣି ରେ ଭାସି ଯାଇଥିବା ଜଣାପଡିଛି। ପାର୍ବତୀପୁରମ୍ ରେ ରହୁଥିବା ବ୍ରହ୍ମପୁରର ମନ୍ମଥ ପାଢ଼ୀ ଦିଗପହଣ୍ଡି ବଡ଼ଦାଣ୍ଡ ସାହିର କୋରା ସାହୁ ଙ୍କ ଝିଅ ସୁରମା ପାଢ଼ୀ ଙ୍କୁ ବିବାହ କରିଥିଲେ।ମନ୍ମଥ ଭାବା ଆଟୋମିକ ରିସର୍ଚ୍ଚ ସେଣ୍ଟର ରେ ଜଣେ ପଦସ୍ଥ ଅଧିକାରୀ ଭାବେ କାର୍ଯ୍ୟକରି ଅବସର ଗ୍ରହଣ କରିବା ପରେ ମୁମ୍ବାଇ ରେ ରହନ୍ତି। ମନ୍ମଥ ଙ୍କ ପୁଅ ଜିତେନ୍ଦ୍ର ପାଢ଼ୀ ଓ ଝିଅ ସୁରଭି ଙ୍କ ବାଲ୍ୟଜୀବନ ମୁମ୍ବାଇ ରେ କଟିଥିଲା।ସେଠାରେ ହିଁ ସୁରଭି ପାଠ ପଢୁଥିଲେ। ସୁରଭି ପାର୍ବତୀପରମ୍ ର ଅବସରପ୍ରାପ୍ତ ରେଞ୍ଜର ସୁବାସ ସାହୁ ଙ୍କ ବଡ଼ପୁଅ ସନ୍ତୋଷ ଙ୍କୁ ବିବାହ କରିବା ପରେ ଲଣ୍ଡନ ରେ ରହୁଥିଲେ। ସନ୍ତୋଷ ଙ୍କ ଜଣେ ଭାଇ ଅଷ୍ଟ୍ରେଲିଆ ରେ ରହୁଥିବା ବେଳେ ଅନ୍ୟଜଣେ ଭାଇ ହାଇଦ୍ରାବାଦ ରେ ରହୁଥିବା ସୁରଭି ଙ୍କ ମାମୁ ଦିଗପହଣ୍ଡି ର ଉପେନ୍ଦ୍ର ସାହୁ କହିଛନ୍ତି।


