ସଡ଼କ ଦୁର୍ଘଟଣାରେ ଦାଦା -ପୁତୁରା ମୃତ୍ୟୁ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ମୋହନା ଅଞ୍ଚଳରେ ଏକ ଅଭାବନୀୟ ଦୁଃଖଦ ଘଟଣା ଘଟି ଯାଇଛି. ଭୋଜି ଖାଇବାକୁ ଯାଉଥିଲେ ଦାଦା ପୁତୁରା। ହେଲେ ଦୁର୍ଘଟଣାରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ । ଏଭଳି ଛାତିଥରା ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ପଥରଗଡ ଗ୍ରାମ ନିକଟରେ। ମୃତ ଦାଦା ଓ ପୁତୁରା ହେଲେ ଚନ୍ଦ୍ରଗିରି ଢେପସାହିର l ସୂଚନା ପ୍ରକାରେ ଦାଦା ସନ୍ତୋଷ ପାଣି ( ୩୦ ) ପୁତୁରା ପିଙ୍କୁ ପାଣି ( ୨୫ ) ଦୁହେଁ ଏକ କେଟିଏମ୍ ବାଇକ ( ଓଡି ୩୩ ଏ ବି ୫୧୧୧ ) ଯୋଗେ ଚନ୍ଦ୍ରଗିରିରୁ ଶିକୁଳିପଦର୍ ଅଭିମୁଖେ ଏକ ଭୋଜିରେ ଯୋଗ ଦେବାକୁ ଯାଉଥିବା ବେଳେ ପଥରଗଡ ବୁଲାଣିଆ ରାସ୍ତାରେ ଭାରସାମ୍ୟ ହରାଇ ୪୦ ଫୁଟ ରାସ୍ତା କଡରେ ଛିଟିକି ପଡି ଦୂର୍ଘଟଣା ଗସ୍ତ ହୋଇଥିଲା l ଘଟଣା ସ୍ଥଳରେ ସନ୍ତୋଷଙ୍କ ମୃତ ହୋଇଥିବା ବେଳେ ପିଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଏମ୍ବୁଲାନ୍ସରେ ଚନ୍ଦ୍ରଗିରି ମେଡ଼ିକାଲରେ ଭର୍ତ୍ତି କରିଥିଲେ | ଡାକ୍ତର ପ୍ରାଥମିକ ଚିକିତ୍ସା ପରେ ପିଙ୍କୁଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ | ବ୍ରହ୍ମପୁର ଚିକିତ୍ସା ଅବସ୍ଥାରେ ପିଙ୍କୁର ମୃତ ହୋଇଥିବା ସୂଚନା ମିଳିଛି | ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ