କେନ୍ଦ୍ରାପଡାର ଝିଅ ସ୍ମୃତିଶ୍ରୀଙ୍କୁ ଓଡିଶା ଗୈାରବ ସମ୍ମାନ

କେନ୍ଦ୍ରାପଡ଼ା,(ଓ୍ବାଇଏନଏସ):କେନ୍ଦ୍ରାପଡା ଜିଲ୍ଲାର ଆଳି ବ୍ଲକ ଅନ୍ତର୍ଗତ ନିଆଳ ଗ୍ରାମର ବିରଞ୍ଚି ନାରାୟଣ ମହାନ୍ତିଙ୍କ ଏକମାତ୍ର କନ୍ୟା +୩ ପ୍ରାଣୀବିଜ୍ଞାନ ସମ୍ମାନ ଶ୍ରେଣୀରେ ଅଧ୍ୟୟନରତ ସ୍ମୃତିଶ୍ରୀ ମହାନ୍ତି ଜଣେ ମେଧାବୀ ଛାତ୍ରୀ ଅଟନ୍ତି। ଏଥିସହିତ ସେ ଜଣେ ଜାତୀୟ କଳାକାର ଓ ସମାଜସେବୀ ଭାବରେ ବିଭିନ୍ନ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିଛନ୍ତି। ୱାଲଡ ଚାରିଟି ୱେଲଫେୟାର ଫାଉଣ୍ଡେସନ ପକ୍ଷରୁ ସ୍ମୃତିଶ୍ରୀଙ୍କୁ ବ୍ରହ୍ମପୁରସ୍ଥିତ ଗଞ୍ଜାମ କଳାପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ଗୈାରବ ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ସ୍ମୃତିଶ୍ରୀଙ୍କୁ ମାନପତ୍ର, ମୋମେଣ୍ଟୋ ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି। ଏଭଳି ସମ୍ମାନ ପାଇବା ପରେ ତାଙ୍କୁ ବିଭିନ୍ନ କ୍ଷେତ୍ରରୁ ଶୁଭେଛାର ସୁଅ ଛୁଟିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ