ପିଏମ୍ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ ଶ୍ରୀ ଉତ୍ସବ ପାଳିତ

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ସେଣ୍ଢତୀରାସ୍ଥିତ ପିଏମ୍ ଶ୍ରୀ ଜନାର୍ଦ୍ଦନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପିଏମ୍ ଶ୍ରୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥି ମାନେ ପ୍ରଦୀପ ପ୍ରଜ୍ଜେ୍ୱାଳନ କରିବା ସହିତ ଫିତା କାଟି ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ପ୍ର୍ରଧାନ ଶିକ୍ଷକ ଅନନ୍ତ ଚରଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ପ୍ରେମାନନ୍ଦ ନାୟକ, ସରପଞ୍ଚ ପ୍ରଶାନ୍ତ କୁମାର ଦାସ, ଅବସରପ୍ରାପ୍ତ ଆଦର୍ଶ ଶିକ୍ଷକ ପିତାମ୍ବର ପହି, ପଞ୍ଚସଖା ଶିକ୍ଷା ସେତୁର ସଭାପତି ଅନାଦି ଚରଣ ସେନାପତି, ପରିଚାଳନା କମିଟିର ସଭାପତି ଜ୍ୟୋତି ରଞ୍ଜନ ପୃଷ୍ଟି ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶିକ୍ଷକ ଶ୍ରୀକାନ୍ତ ପଣ୍ଡା ଅତିଥି ପରିଚୟ, ଶିକ୍ଷକ ଅଭୟ କୁମାର ପ୍ରଧାନ ଉଦ୍ଦେଶ୍ୟ ଜ୍ଞାପନ ଓ ଶିକ୍ଷକ ଅବିନାଶ ବାଇ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଅତିଥି ମାନଙ୍କୁ ପୁଷ୍ପଗୁଛ ପ୍ରଦାନ ସହ ସ୍ୱାଗତ ନୃତ୍ୟ ପରିବେଷଣ ହୋଇଥିଲା । ଏହି ଅବସରରେ ଆକାଂକ୍ଷୀ ମେଳା, ଆକାଂକ୍ଷୀ ଛାତ୍ର ପରିଷଦ ଓ ଦୋକାନ ଯାତ୍ରା ଆଦି ୩ ବିଭାଗରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ୭୦ ଷ୍ଟଲ ପ୍ରଦର୍ଶିତ ହୋଇଥିଲା । ଆକାଂକ୍ଷୀ ମେଳାରେ ଭିଜନ ଓଡିଶା-୨୦୩୬, ସୃଜନଶୀଳ ଲିଖନ, ନାଟ୍ୟାଭିନୟ, ସବୁଜ ଓଡିଶା ଏବଂ ଆକାଂକ୍ଷୀ ଛାତ୍ର ପରିଷଦରେ ଜିଜ୍ଞାସା, ସାହିତ୍ୟ ସୃଜନୀ, କୌଶଳୀ, କ୍ରୀଡାଙ୍ଗନ, ପ୍ରଦର୍ଶନୀ ଓ କାର୍ଯ୍ୟକଳାପ ଆଦି ସ୍ଥାନୀତ ହୋଇଥିଲା । ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଅନ୍ତର୍ଯ୍ୟାମୀ ପାତ୍ର, ମନୋଜ କୁମାର ଶଂଖୁଆ, ଚିନ୍ମୟ ନାୟକ, ଅଭିମନ୍ୟୁ ବାରିକ, ଭୈର ମାଝୀ, ଶିକ୍ଷୟିତ୍ରୀ ପ୍ରିୟମ୍ବଦା ରାଉତ, ପ୍ରଭାସିନୀ ବିଶ୍ୱାଳ, ମାନସୀ ସେଠୀ, ପଦ୍ମାବତୀ ଧଳ, ସ୍ଥିତିପ୍ରଜ୍ଞା ସେଠୀ, ସବିତା ସାହୁ, ବିଜୟ କୁମାର ସାହୁ, କମଳାକାନ୍ତ ଜେନା, ସ୍ୱର୍ଣ୍ଣଲତା ଆଇଚ, ଶିକ୍ଷା କର୍ମଚାରୀ ହରିହର ପଲେଇ, ଅନୁସୂୟା ବିଶ୍ୱାଳ, ସୁବାଶୀଷ ଜେନା ପ୍ରମୁଖ ସହଯୋଗ କରିଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଏବଂ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ