ବର୍ଷା ପବନ ବେଳେ ଗୋଡ଼ ଖସି ପୋଖରୀରେ ବୁଡି ଜଣେ ମୃତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ କାଳ ବୈଶାଖୀଜନିତ ହଠାତ ପ୍ରବଳ ବର୍ଷା ଓ ପବନ ବେଳେ ଶୌଚ ପାଇଁ ପୋଖରୀକୁ ଯାଇଥିବା ଜଣେ ବ୍ୟକ୍ତି ଗୋଡ଼ ଖସି ଯିବା ଯୋଗୁ ପୋଖରୀରେ ବୁଡି ମୃତ୍ୟୁବରଣ କରିଥିବା ସୂଚନା ମିଳିଛି. ଘଟଣାଟି ଏହି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ମହାଦେଇପୁର ଗ୍ରାମରେ ଘଟିଛି. ଏହି ଗ୍ରାମର ରବୀନ୍ଦ୍ର ପାତ୍ର (55). ଶୌଚ ପାଇଁ ଗ୍ରାମର ପୋଖରୀକୁ ଯାଉଥିବା ବେଳେ ହଠାତ ବୈଶାଖୀଜନିତ ପ୍ରବଳ ବର୍ଷା ଓ ପବନରେ ଗୋଡ଼ ଖସି ପୋଖରୀରେ ବୁଡି ଯିବା ଯୋଗୁଁ ମୃତ୍ୟୁବରଣ କରିଛନ୍ତି. ପରେ ଗତକାଲି ରାତିରେ ପାରଳାଖେମୁଣ୍ଡି ଅଗ୍ନିଶମ ବିଭାଗୀୟଟିମ ସମ୍ପୃକ୍ତ ପୋଖରୀରେ ପହଞ୍ଚି ଶବକୁ ଉଦ୍ଧାର କରିଥିବା ସୂଚନା ମିଳିଛି.


