ଅଙ୍ଗନୱାଡି କେନ୍ଦ୍ରର ଅବସ୍ଥା ଶୋଚନୀୟ : ପାରଳା ବିଧାୟକ ହେଲେ କ୍ଷୁବ୍ଧ

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା ):  ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ସୀତାପୂର୍ ପଞ୍ଚାୟତ ଅନ୍ତର୍ଗତ ଶ୍ରୀବିଷ୍ଟୁପୂର ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ରକୁ  ଦେଖି ପାରଳା ବିଧାୟକ କ୍ଷୁବ୍ଧ ହେଲେ। ବିଗତ ତିନି ବର୍ଷ ହେବ ଏହି ଅଙ୍ଗନୱାଡି କେନ୍ଦ୍ରଟି ଅତି ଶୋଚନୀୟ ଭାବେ ଭାଙ୍ଗି ପଡ଼ିଥିବା ବେଳେ ସ୍ଥାନୀୟ ସରପଞ୍ଚ  ତେଜେଶ୍ୱର୍ ରାଓ ବହୁବାର ଅଭିଯୋଗ କରିଆସୁଥିଲେ କିନ୍ତୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ. ଗତକାଲି ସେହି ଅଙ୍ଗନୱାଡି କେନ୍ଦ୍ର ନିକଟରେ ଥିବା ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀଗୃହର ଉଦଘାଟନୀ ଉତ୍ସବରେ ବିଧାୟକ ରୁପେଶ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଉଦଘାଟନୀ ଉତ୍ସବ ପରେ ସ୍ଥାନୀୟ ସରପଞ୍ଚ ବିଧାୟକଙ୍କୁ  ସେହି ଅଙ୍ଗନୱାଡି କେନ୍ଦ୍ରକୁ ନେଇ ଦେଖାଇଥିଲେ , ସେଠିକାର ପରିବେଶ ଦେଖି ବିଧାୟକ କ୍ଷୁବ୍ଧ ହୋଇଥିଲେ ଓ ସଙ୍ଗେ ସଙ୍ଗେ ସେଇ ବିଭାଗୀୟ ଅଧିକାରୀଙ୍କୁ ଫୋନ୍ କରି ତୁରନ୍ତ ଏହାର ମରାମତି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଙ୍ଗନୱାଡି କେନ୍ଦ୍ରଟି ଭାଙ୍ଗି ରୁଜି ରହି ଥିବା ବେଳେ କେଉଁ ମୂହୁର୍ତ୍ତରେ କାନ୍ଥ ଭୁଶୁଡ଼ି ପଡ଼ିବ କେଉଁ ନିରୀହ ଶିଶୁର ଜୀବନ ଯିବ ତାହା ସମୟ ହିଁ କହିବ । ଅଙ୍ଗନୱାଡି କେନ୍ଦ୍ରର ପରିସର ମଧ୍ୟରେ ଜଙ୍ଗଲ ସୃଷ୍ଟି ହେଲାଭଳି ଦେଖାଯାଉଛି , ସାପ ଓ ଜନ୍ତୁ ଏହି ପରିସର ମଧ୍ୟରେ ରହୁଥିବା ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ଦିଦି ମାନେ ଜଣାଇଛନ୍ତି, ଏହିପରି ଅବ୍ୟବସ୍ଥା ଭିତରେ ଥିବା ବେଳେ ଏଠି ପାଠ ପଢିବା ସମ୍ଭବ ନଥିବାରୁ ଚର୍ଚ୍ଚ ବାରଣ୍ଡାରେ ନିରୀହ ଶିଶୁ ମାନଙ୍କୁ ପାଠ ପଢାଇବା ସହ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ଚିକିତ୍ସା କରାଯାଉଛି. ଏଭଳି ଦୃଶ୍ୟ ଦେଖି ପାରଳା ବିଧାୟକ ଅସନ୍ତୋଷ ପ୍ରକାଶ କରି ଏହାର ବିହିତ ପ୍ରତିକାର ପାଇଁ ଅଧିକାରୀମାନଙ୍କ ଦୃଷ୍ଟି ଆକାଷଶ କରିଥିଲେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ