ସାପ କାମୁଡ଼ାରେ ଜଣେ ମୃତ
ଛତ୍ରପୁର(ଓ୍ବାଇଏନଏସ) : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ କାଠଗଡା ଗ୍ରାମରେ ସାପ କାମୁଡ଼ାରେ ଜଣେ ଛେଳି ଚରାଳି ଙ୍କ ମୃତ୍ୟୁ ଘଟିଛି l ମୃତକ ଜଣକ ସେହି ଗ୍ରାମର ବି. ଯୋଗୀ ପାତ୍ର ବୋଲି ଜଣାପଡିଛି l ଆଜି ସକାଳୁ ବି.ଯୋଗୀ ଘରୁ ବାହାରି ଛେଳି ଚରାଇବା ପାଇଁ ଗ୍ରାମ ନିକଟରେ ଥିବା ଚୈତନ୍ୟପୁର ବିଲ ମାଳ କୁ ଯାଇଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡି ଦେଇଥିଲା l ଫଳରେ ବି. ଯୋଗୀ ଘଟଣା ସ୍ଥଳରେ ହିଁ ପଡିଯାଇଥିବା ଦେଖି ସ୍ଥାନୀୟ ଲୋକେ ଏକ ଅଟୋ ଯୋଗେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ କୁ ଆଣିଥିଲେ l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେ ଜଣେ ନିହାତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି l


