ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ

ଆସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଜାତୀୟ ସ୍ୱାସ୍ଥ୍ୟ ମିଶନ୍‍ ଓ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଉଚ୍ଚ ରକ୍ତଚାପ ବା ହାଇପର୍‍ଟେନସନ୍‍କୁ ନୀରବଘାତକ କୁହାଯାଇଥାଏ ଏବଂ ଏହାର ଲକ୍ଷଣ ପ୍ରାରମ୍ଭରେ ଜଣାପଡିନଥାଏ । ଜଣେ ବ୍ୟକ୍ତିର ସାଧାରଣ ରକ୍ତଚାପ ୧୨୦/୮୦ ରହିବା ଆବଶ୍ୟକ । ରକ୍ତଚାପ ଦୁଇ ପ୍ରକାରର ହୋଇଥିଲା ବେଳେ ଗୋଟିଏ ଉଚ୍ଚ ରକ୍ତଚାପ (ହାଇ ବ୍ଳଡ୍‍ପ୍ରେସର୍‍) ଏବଂ ଅନ୍ୟଟି ନିମ୍ନ ରକ୍ତଚାପ (ଲୋ ବ୍ଳଡପ୍ରେସର୍‍) । ଶରାରୀରେ ରକ୍ତଚାପ ନିୟନ୍ତ୍ରଣ ରହିବା ନିତାନ୍ତ ଆବଶ୍ୟକ ହୋଇଥିବା ବେଳେ ନିୟମିତ ରକ୍ତଚାପ ପରୀକ୍ଷା, ରୋଗ ପ୍ରତିରୋଧକ ଏବଂ ଚିକିତ୍ସା ନିୟନ୍ତ୍ରଣ କରିବା, କମ୍‍ ଲୁଣ ଖାଇବା, ନିୟମିତ ବ୍ୟାୟାମ ଓ ଶାରୀରିକ ପରିଶ୍ରମ କରିବା, ଶାରୀରିକ ଚାପରୁ ସଦାସର୍ବଦା ଦୂରେଇ ରହିବା, ଧୁମ୍ରପାନ ଓ ମଦ୍ୟପାନକୁ ବର୍ଜନ କରିବା ସାଙ୍ଗକୁ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ ରଖିବା ପାଇଁ କେଉଁ ପ୍ରକାରର ଖାଦ୍ୟପେୟ ଓ ଜୀବନଶୈଳୀ ଆବଶ୍ୟକ ସେ ସଂକ୍ରାନ୍ତରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ସୂଚନା ପ୍ରଦାନ କରିବା ସାଙ୍ଗକୁ ମିଳିମିଶି ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ଏବଂ ନିୟମିତ ରକ୍ତଚାପ ପରୀକ୍ଷା କରିବା ଓ ନୀରବଘାତକକୁ ପରାସ୍ତ କରିବାକୁ ଆହ୍ୱାନ କରିଥିଲେ । ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ