ଭାରତୀୟ ଜନତା ଯୁବ ମୋର୍ଚ୍ଚା ନିର୍ବାଚନ ମଣ୍ଡଳୀର ସାଙ୍ଗଠନିକ ବୈଠକ
ଛତ୍ରପୁର,(ଓ୍ବାଇଏନଏସ): ଛତ୍ରପୁର ପୌରପାଳିକା ସ୍ଥିତ ଶିବ ପଟ୍ଟନାୟକ ରିଡିଂ ରୁମ୍ ଠାରେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ପକ୍ଷରୁ ଗଞ୍ଜାମ ଜିଲ୍ଲା ସଭାପତି ଵି.ସୋମନାଥ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇ ଯୁବଶକ୍ତିର ଭୂମିକା ଏବଂ ସଂଗଠନକୁ ଆହୁରି ସୁଦୃଢ଼ କରିବା ନେଇ ମତବ୍ୟକ୍ତ ରଖିଥିଲେ । ଏହି ଅବସର ରେ ଭାରତୀୟ ଜନତା ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡା ଯୋଗଦେଇ ଭାରତୀୟ ଜନତା ଯୁବ ମୋର୍ଚ୍ଚା ଆଗ ଧାଡ଼ିର ନେତା ଓ କର୍ମୀ ମାନଙ୍କୁ ବିଭିନ୍ନ ସୋସିଆଲ ମିଡ଼ିଆ ରେ ଏକଟିଭ ହୋଇ କାର୍ଯ୍ୟ କରିବା ନିମନ୍ତେ ଗୁରୁମନ୍ତ୍ର ଦେଇଥିଲେ । ଏହା ସହିତ ସରକାର ଙ୍କ ସଫଳତା ଏବଂ ଯୋଜନା ଗୁଡିକ ଲୋକଙ୍କ ନିକଟରେ ପହଂଚଇବା ନିମନ୍ତେ ସମସ୍ତେ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଥିଲେ l ବିଭିନ୍ନ ଫ୍ଲାଟ ଫର୍ମ ରେ ଯୁବମୋର୍ଚ୍ଚା ର ସକ୍ରିୟ ସଦସ୍ୟ ମାନେ ବିରୋଧୀ ଙ୍କୁ କଡା କାଉଣ୍ଟର କରିବା ନିମନ୍ତେ ସମସ୍ତଙ୍କୁ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ପଣ୍ଡା ପ୍ରଶିକ୍ଷଣ ଦେଇଥିଲେ l ରାଷ୍ଟ୍ରସେବା, ସଂଗଠନର ବିସ୍ତାର ଓ ସମାଜର ସର୍ବାଙ୍ଗୀନ ଉନ୍ନତିରେ ଯୁବବର୍ଗଙ୍କ ସକ୍ରିୟ ଭାଗୀଦାରି ହିଁ ଦଳର ସର୍ବବୃହତ୍ ଶକ୍ତି । ଯୁବ ବର୍ଗଙ୍କ ଉତ୍ସାହ, ନିଷ୍ଠା ଓ ସମର୍ପଣ ଭାବନା ସଂଗଠନକୁ ଆଗାମୀ ଦିନରେ ଆହୁରି ଶକ୍ତିଶାଳୀ କରିବ ବୋଲି ଯୁବମୋର୍ଚ୍ଚା ଗଞ୍ଜାମ ଜିଲ୍ଲା ସଭାପତି ବି.ସୋମନାଥ ପାତ୍ର କହିଥିଲେ । ଆୟୋଜିତ ସାଙ୍ଗଠନିକ ବୈଠକ ରେ ଭାରତୀୟ ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ତୁତୁନ ପାତ୍ର, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଅନିଲ ତ୍ରିପାଠୀ, ରାଜ୍ୟ ସଂଯୋଜକ ଡି. ସୁରେଶ ରେଡ୍ଡୀ ଓ ବିଜେପି ଜିଲ୍ଲା ସମ୍ପାଦକ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଯୋଗଦେଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ l ଶେଷରେ ରାଜ୍ୟ ସଂଯୋଜକ ଶ୍ରୀ ରେଡ୍ଡୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l ଏହି ବୈଠକ ରେ ବରିଷ୍ଠ ଆଇନଜୀବୀ ପ୍ରଦୀପ କୁମାର ପାଢ଼ୀ,ଯୁବ ନେତା ଏନ. ଦିନବନ୍ଧୁ, ପି. ରାମବାବୁ, କେ. ଦାଶରଧିଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀ ସହିତ ଅନ୍ୟାନ୍ୟ ନିର୍ବାଚନ ମଣ୍ଡଳୀ ର ବହୁ ଯୁବକ ମାନେ ଉପସ୍ଥିତ ଥିଲେ l


