ବିଜେପି ମହିଳା କର୍ମକର୍ତାଙ୍କ ସାଙ୍ଗଠନିକ ବୈଠକ

ହାଟଡିହି (ଓ୍ବାଇଏନଏସ): ହଡଗଡ଼ ଠାରେ ବିଜେପି ମହିଳା କର୍ମକର୍ତ୍ତା ଙ୍କ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ତୃପ୍ତିମୟୀ ଜେନା, ପୂର୍ବତନ ଜିଲ୍ଲା ପରିଷଦ ଟିକି କିସ୍କୁ, ଶ୍ୱେତପଦ୍ମା ନାୟକ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ସାଂସଦଙ୍କ ପତ୍ନୀ ଲବଙ୍ଗଳତା ନାୟକ, ଜିଲ୍ଲା ପରିଷଦ ଅସୀମା ମିଶ୍ର, ବରିଷ୍ଠ ମହିଳା ନେତ୍ରୀ ସୁମତୀ ଜେନା, ସରପଞ୍ଚ ଦୀପ୍ତି ସାହୁ, ପୂର୍ବତନ ସରପଞ୍ଚ ସୁପ୍ରଭା ରାଉତ, ମମତା ପଣ୍ଡା, ପ୍ରଣୟିନୀ ବ୍ରହ୍ମ, ପ୍ରଦୀପ୍ତା ସୁର, ସୋନାଲି ମହାନ୍ତି, ବବିତା ସାହୁ, ବବିତା ଶତପଥୀ, କନକ ଲତା ଜେନା, ଦିପ୍ତିମୟୀ ଖୁଣ୍ଟିଆ, ମିନତୀ ମହାପାତ୍ର, ନର୍ମଦା ମଲ୍ଲିକ, ଚାରୁଲତା ମଲ୍ଲିକ, ନମିତା ସାହୁ, ବିଜୟଲକ୍ଷ୍ମୀ ନାୟକ, ଲଳିତା ସେଠୀ, ସନ୍ଧ୍ୟାରାଣୀ ମଲ୍ଲିକ, ଶକୁନ୍ତଳା ପାତ୍ର ପ୍ରମୁଖ ଯୋଗଦେଇ ଆସନ୍ତା ୬ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଦିନରେ ହେବାକୁ ଥିବା ରକ୍ତଦାନ ଶିବିରରେ ଅଧିକ ସଂଖ୍ୟକ ମହିଳାଙ୍କ ଯୋଗଦାନ, ସରକାରଙ୍କ ଜନ ହିତକର ଯୋଜନାକୁ ଲୋକଙ୍କ ନିକଟରେ ପହଂଚାଇବା,ମିଶନ ଶକ୍ତି ପୁନର୍ଗଠନରେ ମହିଳା ସଂଗଠନର ସକ୍ରିୟ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବୈଠକରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବରିଷ୍ଠ ବିଜେପି ନେତା ଆଲୋକ ସେଠୀ, ବିଜେପିର ଜିଲ୍ଲା ଉପସଭାପତି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ଯୁଧିଷ୍ଠିର ମଲ୍ଲିକ, ସୁଶାନ୍ତ ଜେନା, ବିବେକାନନ୍ଦ ରାଉତ, ମଣ୍ଡଳ ସଭାପତି ଦୀପକ ଜେନା, ହରେକୃଷ୍ଣ ସ୍ୱାଇଁ, ପ୍ରଶାନ୍ତ ମହାପାତ୍ର, ରୁଦ୍ରପ୍ରସାଦ ଜେନା, ସୋମନାଥ ରାଜ, ବସନ୍ତ ନାୟକ, ତେନ୍ଦୁଲକର ଆୟଚ, ଅବିନାଶ ସେଠୀ, ସୁରେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ