ବର୍ଷାପବନରେ ତଳେ ପଡ଼ିଲା ବଡ଼ମାଧପୁର ଅଞ୍ଚଳରେ ଧାନଗଛ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଛତ୍ରପୁର ଅଞ୍ଚଳରେ ଦୁଇ ଦିନ ହେଲା ଲଗାଣ ବର୍ଷା ସାଙ୍ଗକୁ ପବନ ହୋଇଛି । ଏହାକୁ ନେଇ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ବର୍ଷା ଓ ପବନକୁ ଖାତିର ନକରି ଚାଷୀମାନେ ଜମିକୁ ଯାଇ ଫସଲର ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି। ଗତ ମାସରେ ଅଞ୍ଚଳରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ କିଛିଦିନ ଧରି ଚାଷଜମି ଜଳମଗ୍ନ ରହିବା ସହ ବହୁ ଫସଲ ନଷ୍ଟ ହୋଇଥିଲା। ଏହାପରେ ଚାଷୀମାନେ ଦୁଃଖେ କଷ୍ଟେ ଅବଶିଷ୍ଟ ଫସଲକୁ ସୁରକ୍ଷିତ ରଖିବାରେ ଲାଗିଥିଲେ। ଏବେ ପୁଣି ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ଧାନଗଛଗୁଡ଼ିକ ତଳେ ପଡ଼ିଯାଇଛି। ଫଳରେ ଧାନ ଫସଲ ନଷ୍ଟ ହେବା ଆଶଙ୍କାରେ ଚାଷୀମାନେ ଚିନ୍ତିତ ହୋଇପଡ଼ିଛନ୍ତି। ବିଶେଷକରି ବଡ଼ମାଧପୁର ଅଞ୍ଚଳର ବହୁ ଚାଷଜମିରେ ପବନ ଯୋଗୁଁ ଧାନଗଛଗୁଡ଼ିକ ମାଟିରେ ଲୋଟିପଡ଼ିଥିବା ଦେଖିବାକୁ ମିଳିଛି। ବର୍ଷା ଆହୁରି ଜାରି ରହିଲେ ତଳେ ପଡ଼ିଥିବା ଧାନଗଛରେ ପାଣି ଜମି ଫସଲର ଅଧିକ କ୍ଷତି ହେବାର ଆଶଙ୍କା ରହିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ