ବାବନପୁର ଗ୍ରାମରେ ପଞ୍ଚୁଦଣ୍ଡ ମହାମିଳନ

ଆସିକା (ୱାଇଏନ୍‍ଏସ୍‍) :ଆସିକା ବ୍ଳକ ଅଧିନସ୍ଥ ବାବନପୁର ଗ୍ରାମର ବଡଦାଣ୍ଡ ସାହିରେ ଶନିବାର ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସଂପନ୍ନ ହୋଇଯାଇଛି । ବାବନପୁର, ବଡଖୋଲି, ଖାରିଆ, ଗୋବିନ୍ଦପୁର, ମରେଇପଲ୍ଲୀ ଗ୍ରାମ ଦଣ୍ଡଦଳଙ୍କ ଅପୂର୍ବ ମହାମିଳନ ଦେଖିବାକୁ ବାବନପୁର ଗ୍ରାମରେ ଶହଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିଲା । ଦଣ୍ଡଦଳମାନେ ଶନିବାର ପୂର୍ବାହ୍ନରେ ବାବନପୁର ଗ୍ରାମର ଆଦର୍ଶ ଶିଶୁମନ୍ଦିର ନିକଟରେ ପହଞ୍ôଚବା ପରେ ସମଗ୍ର ଗ୍ରାମରେ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଢୋଲ ମହୁରୀ ସହିତ ଶ୍ରୀଶ୍ରୀଶ୍ରୀ କଳାରୁଦ୍ରମଣିଙ୍କୁ ଭଜ ହେ, ସ୍ୱପ୍ନେଶ୍ୱରଙ୍କୁ ଭଜ ହେ, ମା ଦକ୍ଷିଣକାରୀଙ୍କୁ ଭଜ ହେ ଧ୍ୱନୀରେ ପ୍ରକମ୍ପିତ ହୋଇପଡିଥିଲା ବାବନପୁର ଗ୍ରାମ । ଆସିକା ବ୍ଳକ ଅନ୍ତର୍ଗତ ବାବନପୁର ଗ୍ରାମର ବଡଦାଣ୍ଡ ସାହିର ମାନସିକଧାରୀ ଭକ୍ତ ତ୍ରିବେଣୀ ଚରଣ ନାୟକ ଓ ବିକ୍ରମ ନାୟକ ଏବଂ ନିଳାଞ୍ଚଳ ନାୟକଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନ ଓ ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଏହି ପଞ୍ଚୁଦଣ୍ଡ ମହାମିଳନ ଯାତ୍ରା ଆୟୋଜନ କରାଯାଇଥିଲା ବେଳେ ବାବନପୁର ଗ୍ରାମକୁ ମହମାୟୀ ମା’ କାଳୀ, ଦେବଦେବ ମହାଦେବ ଓ ମା’ ପାର୍ବତୀଙ୍କ ଆଗମନ ହୋଇଥିବାରୁ ସମସ୍ତ ଗ୍ରାମବାସୀ ଭାବବିହ୍ୱଳ ହୋଇପଡିଥିଲେ । ପୂର୍ବାହ୍ନରେ ମାନସିକଧାରୀ ଭକ୍ତ ତ୍ରିବେଣୀ ଚରଣ ନାୟକ ଓ ବିକ୍ରମ ନାୟକ ଏବଂ ନିଳାଞ୍ଚଳ ନାୟକଙ୍କ ପରିବାରବର୍ଗ ଓ ଗ୍ରାମର ଆଧ୍ୟାତ୍ମିକପ୍ରେମୀ ପୁରୁଷ ଓ ମହିଳାମାନେ ଆଦର୍ଶ ଶିଶୁମନ୍ଦିର ନିକଟରେ ପହଞ୍ଚି ଘଣ୍ଟମୃଦଙ୍ଗର ତାଳେତାଳେ ଦଣ୍ଡଦଳମାନଙ୍କୁ ବିଧିବିଧାନ ଅନୁଯାୟୀ ଦଣ୍ଡଦଳମାନଙ୍କୁ ଗ୍ରାମକୁ ଆମନ୍ତ୍ରଣ କରିଥିଲେ । ବାବନପୁର, ବଡଖୋଲି, ଖାରିଆ, ଗୋବିନ୍ଦପୁର, ମରେଇପଲ୍ଲୀ ଗ୍ରାମ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆ ତଥା ଋଷିପୁତ୍ରମାନେ ଢୋଲ, ମହୁରୀର ତାଳେତାଳେ ହାତରେ ବାନା ଓ ମୟୂର ପିଛ ସାଙ୍ଗକୁ ଦେବଦେବ ମହାଦେବଙ୍କୁ ଖଟୁଳି, ମହାମାୟୀ କାଳୀଙ୍କୁ କାନ୍ଧରେ ଓ ମୁଣ୍ଡରେ ଚମ୍ପାବରକୁ ଧରି ଏକ ବିରାଟ ଶୋଭାଯାତ୍ରାରେ ସଂପୁର୍ଣ୍ଣ ବାବନପୁର ଗ୍ରାମ ପରିକ୍ରମା କରିଥିବା ବେଳେ ଭକ୍ତିଭାବଭରା ପରିବେଶ ସୃଷ୍ଟି ହୋଇଥିଲା । ଅପରାହ୍ନରେ ବିଭିନ୍ନ ଦଣ୍ଡଦଳର ମାନସିକଧାରୀ ଦଣ୍ଡୁଆମାନେ ବଡଦାଣ୍ଡ ସାହି, ରଘୁନାଥନଗର, ଆଦର୍ଶ ଶିଶୁମନ୍ଦିର ଛକ, କୁମ୍ଭାରସାହି, ପାଟଣା ସାହିରେ ପ୍ରଚଣ୍ଡ ଖରାରେ ଧୂଳି ଦଣ୍ଡ ଓ ଗ୍ରାମର ହନୁମାନ ମନ୍ଦିର ନିକଟସ୍ଥ ନୁଆଁ ପୋଖରୀରେ ପାଣି ଦଣ୍ଡ ସଂପନ୍ନ କରିବା ପରେ ମାନସିକଧାରୀ ଭକ୍ତ ତ୍ରିବେଣୀ ଚରଣ ନାୟକ ଏବଂ ବିକ୍ରମ ନାୟକ ଓ ନିଳାଞ୍ଚଳ ନାୟକଙ୍କ ବଡଦାଣ୍ଡ ସାହିସ୍ଥିତ ବାସଭବନ ସମ୍ମୁଖରେ ପାଞ୍ଚ ଦଣ୍ଡର ବହୁ ପ୍ରତୀକ୍ଷିତ ମହାମିଳନ ପର୍ବ ଅନୁଷ୍ଠିତ ହୋଇଥିଲା । ଢୋଲ, ଗିନି ଓ ଘଣ୍ଟର ତାଳେତାଳେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ହୁଳହୁଳି ଧ୍ୱନୀରେ ସମଗ୍ର ବଡଦାଣ୍ଡ ସାହି ପ୍ରକମ୍ପିତ ହୋଇପଡିଥିଲା ବେଳେ ଦଣ୍ଡଦଳମାନେ ଗ୍ରାମ ପରିକ୍ରମା କରିଥିଲେ । ଆସିକା ବ୍ଳକ ଅଧୀନସ୍ଥ ବାବନପୁୁର ଗ୍ରାମର ମାନସିକଧାରୀ ଭକ୍ତ ତ୍ରିବେଣୀ ଚରଣ ନାୟକ ଓ ବିକ୍ରମ ନାୟକ ଏବଂ ନିଳାଞ୍ଚଳ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ସାଙ୍ଗକୁ ସମସ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଗ୍ରାମର ବାସୁଦେବ ମନ୍ଦିର ନିକଟସ୍ଥ ପଡିଆରେ ଅନୁଷ୍ଠିତ ହୋଇଥିବା ପାଞ୍ଚ ଦଣ୍ଡଦଳ ମାନଙ୍କ ସନ୍ଧ୍ୟାଆଳତୀ ସମୟରେ ଶ୍ରଦ୍ଧାଳୁ ଭକ୍ତଙ୍କ ପ୍ରବଳ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ମଧ୍ୟରାତ୍ରରେ ଅଗ୍ନିଦଣ୍ଡ ପାରମ୍ପରିକ ରୀତିନୀତି ଅନୁଯାୟୀ ସଂପନ୍ନ ହେବା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ବାବନପୁର ଗ୍ରାମ ସମେତ ବିଭିନ୍ନ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସଚେତନ ନାଗରିକ ଉପସ୍ଥିତ ରହି କରୁଣାମୟୀ ଭକ୍ତବତ୍ସଳା ମହାମାୟୀ ମା କାଳୀ ଓ ଦେବଦେବ ମହାଦେବ ଏବଂ ମାତା ପାର୍ବତୀଙ୍କୁ ପୂଜାର୍ଚ୍ଚନା କରି ଆସିକା ଅଞ୍ଚଳବାସୀଙ୍କ କଲ୍ୟାଣ କାମନା କରିଥିବା ଲକ୍ଷ୍ୟ କରାଯାଇଥିଲା। ଆସିକା ବ୍ଳକ ଅଧୀନସ୍ଥ ବାବନପୁର ଗ୍ରାମର ମାନସିକଧାରୀ ଭକ୍ତ ତ୍ରିବେଣୀ ଚରଣ ନାୟକ ଓ ବିକ୍ରମ ନାୟକ ଏବଂ ନିଳାଞ୍ଚଳ ନାୟକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଶନିବାର ଅନୁଷ୍ଠିତ ହୋଇଥିବା ଏହି ପଞ୍ଚୁଦଣ୍ଡ ମହାମିଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଲାଗି ଆଧ୍ୟାତ୍ମିକପ୍ରେମୀ ତଥା ଶ୍ରଦ୍ଧାଳୁ ଭକ୍ତ ଅନିଲ୍‍ କୁମାର ନାୟକ, ସୁନିଲ୍‍ କୁମାର ନାୟକ, ରନିଲ୍‍ କୁମାର ନାୟକ, ପ୍ରଦୀପ କୁମାର ନାୟକ, ସଂଜୟ କୁମାର ନାୟକ, ସନ୍ତୋଷ କୁମାର ଜେନା, ଜଗନ୍ନାଥ ପଟ୍ଟନାୟକ, ସୁଦାମ ପଟ୍ଟନାୟକ, ଶିବରାମ ଗୌଡ, ମାନସ ରଂଜନ ଗୌଡ, ବାବୁରାମ ଜେନା, ବିଜୟ କୁମାର ନାୟକ, ଦୁର୍ଗାପ୍ରସାଦ ଜେନା, ସୀତାରାମ ନାୟକ, ସୁଶାନ୍ତ କୁମାର ନାୟକ, କୈଳାଶ ବାଡତ୍ୟା, ଦିଲୀପ କୁମାର ନାୟକ, ଗଗନ ବିହାରୀ ନାୟକ, କୈଳାଶ ନାୟକ, ରଙ୍କନିଧି ଗନ୍ତାୟତ, ରଂଜନ ପାଢୀ, ଜିତୁ ଗୌଡ, ହରି ଜେନା, ବାବୁ ମୁନି, ରାଜୁ ଗୌଡ, ଚିତ୍ରସେନ ନାୟକ, ସନାତନ ଜେନା, ଶ୍ୟାମ ବେହେରା, ବିଜୟ କୁମାର ରାଉତ, ହାଡୁ ସେଠୀ, ଟୁକୁନା ଖଣ୍ଡୁଆଳ, କାଳୀ ଦାଶ, ରାମ ଜେନା, ମିଟୁ ନାୟକ,ସନ୍ତୋଷ କୁମାର ନାୟକ, ବିଜୟ କୁମାର ନାୟକ, ସୁଦର୍ଶନ ଜେନା, ସତ୍ୟ ନାରାୟଣ ସାମନ୍ତରା, ସନାତନ ନାୟକ, ନିଖିଳ ନାୟକ, ସୀତାରାମ ନାୟକ, ସନ୍ତୋଷ କୁମାର ନାୟକ, ଲକ୍ଷ୍ମୀ ନାରାୟଣ ନାୟକ, ବାବୁ ସାହୁ, ମଙ୍ଗୁଳୁ ଗୌଡ, ରଙ୍କନିଧି ଗନ୍ତାୟତ, ଧନୁର୍ଧର ମୁନି, ରଘୁନାଥ ସାହୁ, ଫଣୀଭୂଷଣ ନାୟକ, ସିମାଂଚଳ ପାତ୍ର, ମନୋଜ କୁମାର ନାୟକ, ବୁଲୁ ନାୟକ ସମେତ ଶତାଧିକ ଯୁବପିଢୀ ଓ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା । ବାବନପୁର ଗ୍ରାମରେ ଶନିବାର ଅନୁଷ୍ଠିତ ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାରେ ବିଭିନ୍ନ ପ୍ରାନ୍ତରରୁ ବହୁ ଶ୍ରଦ୍ଧାଳୁ ଭକ୍ତ ଓ ଆଧ୍ୟାତ୍ମିକପ୍ରେମୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ବାବନପୁର ଗ୍ରାମର ଦଣ୍ଡଯାତ୍ରା ସଂସ୍କୃତି ବହୁ ପୁରାତନ। ଶ୍ରଦ୍ଧାଳୁ ଭକ୍ତଙ୍କ ବିଶ୍ୱାସ ଓ ଭକ୍ତି ଏହି ପୁରାତନ ପରମ୍ପରାକୁ ବଜାୟ ରଖିଛି। ଚୈତ୍ର ମାସରେ ଏହି ଦଣ୍ଡଯାତ୍ରା ପାଳନ କରାଯାଇଥିଏ। କଳା, ସାହିତ୍ୟ ଓ ସଂସ୍କୃତିର ଗନ୍ତାଘର ବାବନପୁର ଗ୍ରାମରେ କେଉଁ ଆବାହମାନ କାଳରୁ ପ୍ରଚଳିତ ହୋଇ ଆସୁଛି ଦଣ୍ଡଯାତ୍ରା। ଏହି ଦଣ୍ଡଯାତ୍ରା ସମୟରେ ଦେବଦେବ ମହାଦେବ, ମାତା ପାର୍ବତୀ ଓ ମହାମାୟୀ କାଳୀଙ୍କୁ ଅତୀ ନିଷ୍ଟାର ସହ ଆରାଧନା କରାଯାଇଥାଏ। ଆସିକା ବ୍ଳକ ଅଧୀନସ୍ଥ ବାବନପୁର ଗ୍ରାମରେ ଶନିବାର ଅନୁଷ୍ଟିତ ହୋଇଥିବା ପଞ୍ଚୁଦଣ୍ଡ ମହାମିଳନ ଯାତ୍ରାକୁ ଉପଭୋଗ କରିବା ଲାଗି ହଜାରହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ