ଆଚାର୍ଯ୍ୟ ଦୈତ୍ୟାରୀ ଗୁରୁକୁଳମରେ କବିତା ପାଠୋତ୍ସବ

ହାଟଡିହି (ଓ୍ବାଇଏନଏସ) : ମୁଗୁପୁର୍ ସ୍ଥିତ ଆଚାର୍ଯ୍ୟ ଦୈତ୍ୟାରୀ ଗୁରୁକୁଳମ ପାରମ୍ପରିକ ଓ ସାଂସ୍କୃତିକ ଶିକ୍ଷା ପ୍ରତି ନିଜର ପ୍ରତିବର୍ଧତାକୁ ଆହୁରି ସୃଦୁଢ କରିବାକୁ ଯାଇ ପବିତ୍ର ଜନ୍ମାଷ୍ଟମୀ  ଉପଲକ୍ଷେ ଏକ କବିତା ପାଠୋତ୍ସବ “ କୃଷ୍ଣ ବନ୍ଦେ ଜଗତ୍ଗୁରୁ” ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ଶିକ୍ଷାବିତ୍ ନିତ୍ୟାନନ୍ଦ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ଏହି କବିତା ଆସରରେ  ମୁଖ୍ୟ ଅତିଥି ଭାବେ ପୁର୍ବତନ ଏବିଇଓ କବି ଅମୁଲ୍ୟ ମିଶ୍ର,  ମୁଖ୍ୟ ବକ୍ତା ଭାବେ ଶିକ୍ଷାବିତ୍ ଅନନ୍ତ ଚରଣ ମୁଦୁଲି ପ୍ରମୁଖ ଯୋଗଦେଇ ଅଜିର ସମାଜରେ କବି ଓ ସାହିତ୍ୟିକ ଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ଆନନ୍ଦ ଚନ୍ଦ୍ର ଓଝା ମଞ୍ଚ ସଂଯୋଜନା କରିଥିଲେ।  ଅନୁଷ୍ଠାନ ର ଉପାଦକ୍ଷ ଶରତ ଚନ୍ଦ୍ର ଜେନା  ମଞ୍ଚ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ  ମୃତ୍ୟଞ୍ଜୟ ଅଧିକାରୀ. ମଦନ ମୋହନ ପାଢ଼ୀ,  ଅରବିନ୍ଦ ଆଚାର୍ଯ୍ୟ,  ଲଷ୍ମୀଧର ଜେନା,  ଅଭିପ୍ସା ପ୍ରିୟଦର୍ଶନି ଓଝା,  ମନ୍ଦାକିନୀ ପାଢ଼ୀ, ସ୍ୱର୍ଣମୟୀ ସାହୁ,  ବୈଜୟନ୍ତୀ ଓଝା, ସସ୍ମିତା ଓଝା ଙ୍କ ସମେତ ଅନେକ କବି କବୟତ୍ରୀ ଯୋଗଦେଇଥିଲେ।   ଆଚାର୍ଯ୍ୟ ଦୈତ୍ୟାରୀ ଗୁରୁକୁଳମ ପ୍ରତିଷ୍ଠାତା ଜନ୍ମେଜୟ ଓଝା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ