ଆକ୍ସନ ମୋଡ଼ରେ ପୁଲିସ : ସମସ୍ତ ଚୋରି ସାମଗ୍ରୀ ଉଦ୍ଧାର, ତିନି ଅଭିଯୁକ୍ତ କୋର୍ଟ ଚାଲାଣ

ଧାମନଗର (ଓ ଧାମନଗର ବ୍ଲକ ଅନ୍ତର୍ଗତ ଚୁଡ଼ାକୁଟି ପଞ୍ଚାୟତ ତଥା ଥାନା ଅଧିନ ଚୁଡାକୁଟି ଇନ୍ଦ୍ରମଣି ହାଇସ୍କୁଲରେ ଘଟିଥିବା ଚୋରି ଘଟଣାର ଧାମନଗର ପୋଲିସର ସଫଳତା ସହ ପର୍ଦ୍ଦାଫାସ କରିଛି। ଘଟଣାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର କରିବାରେ ସଫଳ ହୋଇଛି।ସୂଚନା ଅନୁଯାୟୀ, ଗତ ୧ ଜୁନ ୨୦୨୬ ତାରିଖରେ ଇନ୍ଦ୍ରମଣି ହାଇସ୍କୁଲରେ ଚୋରି ହୋଇଥିବା ନେଇ ଧାମନଗର ଥାନାରେ ମାମଲା ନଂ–୨୪୨/୨୬ ଏକ ରୁଜୁ ହୋଇଥିଲା। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ଧାରା ୩୩୧(୪) ଓ ୩୦୩(୨) ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା।ଧାମନଗର ଥାନା ଅଧିକାରୀ ସୁଭ୍ରଜିତ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ୍ ତନାଘନା ଚଳାଇ କରଞ୍ଜି ଗୁଣୁପୁରର ମଣ୍ଟୁ ଓରଫ ଦୀପ୍ତି ରଞ୍ଜନ ବାରିକ, ବିଦ୍ୟାଧରପୁରର ଶମ୍ଭୁନାଥ ଦାସ ଓ କରଞ୍ଜି ଗୁଣୁପୁରର ସନ୍ତୋଷ କୁମାର ଦାସଙ୍କୁ ଗିରଫ କରିଥିଲା। ଅଭିଯୁକ୍ତମାନଙ୍କ ନିକଟରୁ ୨ଟି ବ୍ୟାଟେରୀ, ୨ଟି ଇନଭର୍ଟର, ୨ଟି ଏଲଇଡି ଟିଭି ମନିଟର, ଗୋଟିଏ ସିସିଟିଭି ହାର୍ଡ ଡିସ୍କ ଓ ଗୋଟିଏ ସିସିଟିଭି ମେସିନ୍ ଜବତ କରାଯାଇଛି। ଏହି ମାମଲାର ତଦନ୍ତ ଦାୟିତ୍ୱ ଏସ୍‌ଆଇ ନାରାୟଣ ନାୟକ ନେଇଥିବା ବେଳେ,ଗିରଫ ତିନି ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ଘଟଣାର ତ୍ୱରିତ ସମାଧାନ ପାଇଁ ସ୍ଥାନୀୟ ଅଞ୍ଚଳରେ ଧାମନଗର ପୋଲିସର କାର୍ଯ୍ୟକୁ ପ୍ରଶଂସା କରାଯାଉଛି। ତେବେ ଆକ୍ସନ ମୋଡ଼ରେ ଧାମନଗର ପୁଲିସ,ନୂତନ ଥାନା ଅଧିକାରୀ ସୁଭ୍ରଜିତ ଦାଶ ଯୋଗ ଦେବା ପରେ ଗୋରୁ ଏବଂ ଚୋରା ମଦ ମାଫିଆ,ଚୋର ମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ସହ ନିନ୍ଦ ହଜିଯାଇଛି ସାଧାରଣରେ ଆଲୋଚନା ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ