ନୂତନ ଏସପିଙ୍କୁ ଭେଟିଲେ ରାୟଗଡା ପ୍ରେସ କ୍ଲବ ସଦସ୍ୟ

ଗୁଣପୁର,(ୱାଇଏନଏସ) : ଠିପି ବନ୍ଦ ବିଦେଶୀ ମଦ ଦୋକାନ ପାଖରେ ମଦ୍ୟପଙ୍କ ସର୍ବଦା ଭିଡ଼ ଜମିଥାଏ। ଜନବସତି ପାଖରେ ମଦ୍ୟପଙ୍କ ଉତ୍ପାତ ନେଇ ବାରମ୍ବାର ଅଭିଯୋଗ ହେଉଥିବାବେଳେ ଦୋକାନ ସମ୍ମୁଖରେ ଆଉ ମଦ ପିଇବାକୁ ଦିଆଯିବନି ବୋଲି ନୂଆରେ କାର୍ଯ୍ୟରେ ଯୋଗ ଦେଇଥିବା ଏସ୍‌ପି ରାଜ ପ୍ରସାଦ କହିଛନ୍ତି । ଏନେଇ ଅବକାରୀ ଅଧୀକ୍ଷକଙ୍କ ସହ ମଧ୍ୟ ଆଲୋଚନା କରିଥିବା ଏବଂ ଯଦି ଏଥିରେ କେହି ଖୀଲାଫ କଲେ ଦୋକାନି ଓ ପିଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି । ରାୟଗଡ଼ା ପ୍ରେସ୍ କ୍ଲବ୍ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଏସ୍‌ପିଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ସମୟରେ ଆଲୋଚନା ବେଳେ ଏହି କଥାକୁ ସେ ଦୋହରାଇଥିଲେ। ସହରରେ ଲାଗି ରହିଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରେସ କ୍ଲବ୍ କର୍ମକର୍ତ୍ତାଙ୍କ ସହ ଏସ୍‌ପି ଶ୍ରୀ ରାଜ ପ୍ରସାଦ ଆଲୋଚନା କରିଥିଲେ। ବିଶେଷକରି ସହରର ବିଭିନ୍ନ ସ୍ଥାନରେ ଖୋଲାଖୋଲି ମଦ ବିକ୍ରି ଏବଂ ମଦ ପିଉଥିବା ବ୍ୟକ୍ତିଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ପ୍ରକାଶ କରିଥିଲେ। ମୋଟର୍ ଆଇନକୁ ଉଲଂଘନ କରି ଦୁଇ ଚକିଆ ଯାନବାହନ ଉପଦ୍ରବ କରୁଥିବା ଚାଳକଙ୍କ ଉପରେ ମଧ୍ଯ ଦୃଢ଼ କାର୍ଯ୍ୟନୁଷ୍ଠାନ ଏବଂ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଅଣାଯିବ ବୋଲି ଏସପି ଆଶ୍ବସନା ଦେଇଥିଲେ। ସହରରେ ଆଇନ ଶୃଙ୍ଖଳା ସ୍ଥିତି ସମ୍ପର୍କରେ ପ୍ରେସ୍ କ୍ଲବ୍‌ର ସଦସ୍ୟମାନେ ଆଲୋଚନା କରି ସାଇପ୍ରିୟା ନଗର ଏବଂ ରାଣିଗୁଡ଼ାରେ ପୁଲିସ୍ ଆଉଟପୋଷ୍ଟ ଖୋଲିବା ପାଇଁ ଏସ୍‌ପିଙ୍କୁ ଅନୁରୋଧ କରିଥିଲେ। ଏସପିଙ୍କୁ ଭେଟି ଆଲୋଚନା କରିବା ମଧ୍ୟରେ କ୍ଲବ୍ ସଭାପତି ସଂଗ୍ରାମ ପଟ୍ଟନାୟକ, ସାଧାରଣ ସମ୍ପାଦକ ୱାଇ ଦାମୋଦର, କୋଷାଧ୍ୟକ୍ଷ ସୀମାଞ୍ଚଳ ପଣ୍ଡା, ସଭ୍ୟ ଗୋପାଳ ସିଂ ଅଧିକାରୀ, ରଞ୍ଜନ ରଥ, ଆଶିଷ ରଞ୍ଜନ ପଣ୍ଡା, ବି ଶ୍ରୀନିବାସ, ବାଳକୃଷ୍ଣ ପଟ୍ଟନାୟକ ଓ ନିତନ୍ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ