ଦୈତ୍ୟାରି ଗୁରୁକୁଳମର ପ୍ରସ୍ତୁତି ବୈଠକ
ହାଟଡିହି (ଓ୍ବାଇଏନଏସ): ମୁଗୁପୁରସ୍ଥିତ ଦୈତ୍ୟାରି ଗୁରୁକୁଳମ୍ ର ବାର୍ଷିକ ଉତ୍ସବ ଓ ଶିଶୁ ଦିବସ ପାଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭା ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଗୁରୁକୁଳମ୍ ର ପ୍ରତିଷ୍ଠାତା ଜନ୍ମେଜୟ ଓଝାଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକର ନିଷ୍ପତ୍ତି ପ୍ରକାରେ ଆସନ୍ତା ନଭେମ୍ବର ୧୪ ତାରିଖ ଶିଶୁ ଦିବସରେ ଶିଶୁ ମାନଙ୍କ ଦ୍ବାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କବି ଲେଖକଙ୍କ ଦ୍ବାରା ସେ ଅଞ୍ଚଳର ସଂସ୍କୃତି, ଶିଶୁ ସାହିତ୍ୟ, ଶିକ୍ଷା, ସାମାଜିକ ମୂଲ୍ୟବୋଧ ସଂପର୍କିତ କବିତା ପାଠ କରାଯିବାକୁ ସ୍ଥିର ହୋଇଛି।ଅନୁରୂପ ଭାବେ ଆଗାମୀ ବାର୍ଷିକ ଉତ୍ସବ ଅବସରରେ ପ୍ରକାଶ ପାଇବାକୁ ଥିବା ମୁଖପତ୍ର “କଲ୍ଲୋଳିନୀ ବୈତରଣୀ”ପାଇଁ ଗଳ୍ପ,କବିତା,ପ୍ରବନ୍ଧ ଆଦି ବିଭିନ୍ନ ବିଭାଗର ଲେଖାମାନ acharyadaitari@adgurukulam.com କିମ୍ବା ମୋବାଇଲ ଟାଇପ ଲେଖା ହ୍ବାଟସ୍ ଆପ୍ ନଂ ୭୨୮୧୦୦୦୦୦୭ ରେ ପଠାଇବା ପାଇଁ ଅନୁରୋଧ କରାଯାଇଛି।ଏ ବୈଠକରେ ଗୁରୁକୁଳମ୍ ର କର୍ମକର୍ତ୍ତାଙ୍କ ସମେତ ଗୁରୁଜୀ ଗୁରୁମା ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।