ମାଁ ପାଟଣେଶ୍ୱରୀ ମନ୍ଦିର ବଏଲ ଯାତ୍ରା ପ୍ରସ୍ତୁତି ବୈଠକ

ବଲାଙ୍ଗିର(ଓ୍ବାଇଏନଏସ): ଆଗଲପୁର ବ୍ଲକ ସାଲେଭଟା ଗ୍ରାମ ଐତିହାସିକ ପୀଠ ମାଁ ପାଟଣେଶ୍ୱରୀ ସମଲେଶ୍ୱରୀ ଗୋଟିଏ ଗମ୍ଭିରାରେ ପୂଜା ପାଉଛନ୍ତି । ୧୫୦୦ ଖ୍ରୀଷ୍ଟାବ୍ଦ ରେ ଏହି ମନ୍ଦିରଟି ରାଜା ବଳରାମ ଦେଓ ଭାଇ ଭାଗ ପାଇ ସ୍ଥାପନ କରିଥିଲେ । ମାଁ ପାଟଣେଶ୍ୱର ପାଟଣାମୁହାଁ ହୋଇଥିବା ବେଳେ ମାଁ ସମଲେଶ୍ୱରୀ ହୁମା ବା ସମ୍ବଲପୁର ମୁହାଁ ହୋଇଛନ୍ତି । ଗୋଟିଏ ଗମ୍ଭିରାରେ ଦୁଇ ଭଉଣୀ ପୂଜା ପାଉଥିବା ବେଳେ ରାଜା ଙ୍କ ଖମାରରେ ପୂଜା ପାଉଛନ୍ତି । ଦଶହରା ଏବଂ ଚଇତ ପରବରେ ମନ୍ଦିରରେ ସ୍ୱତନ୍ତ୍ରତା ପୂଜା କରାଯାଏ । ଏ ବର୍ଷ ବଏଲ ଯାତ୍ରା ପାଇଁ ମନ୍ଦିର କମିଟି ପ୍ରସ୍ତୁତି ଜୋରସୋର ଆରମ୍ଭ କରିଥିବା ବେଳେ ୧୮ତାରିଖ ସନ୍ଧ୍ୟା ସମୟରୁ ମାଁ ପାଟଣେଶ୍ୱର ବଏଲ ଯାତ୍ରା ନଗର ପରିକ୍ରମା କରିବ, ୧୯ ତାରିଖ ଦିନ ମନ୍ଦିର ପ୍ରବେଶ କରିବେ । ଭକ୍ତମାନଙ୍କୁ ଦର୍ଶନ ଦେବେ ବୋଲି ନିଷ୍ପତ୍ତି ନେଇଥିବା ମନ୍ଦିର କମିଟି । ମାଁ ଙ୍କ ନବରାତ୍ରୀ ପୂଜା ଆରମ୍ଭ ହୋଇଥିବା ପ୍ରଥମ ଦିନରୁ ବିଭିନ୍ନ ବେଶରେ ଦର୍ଶନ ଦେଉଥିବା ବେଳେ ପ୍ରତ୍ୟେକ ଦିନ ହୋମଯଜ୍ଞ ଓ ଚଣ୍ଡିପାଠ ହେଉଛି । ସନ୍ଧ୍ୟା ସମୟରେ ମହା ଆଳତି ସହ ଘଣ୍ଟବାଦ୍ୟ ଦୁଲଦୁଲି ସହ ମାଁ ଙ୍କ ମହା ଆଳତି ହେଉଛି । ଏଥିରୁ ଆଖ ପାଖ ଗାଁ ର ଭକ୍ତମାନଙ୍କର ସୁଅ ଛୁଟୁଛି । ଚଣ୍ଡିପାଠ କରୁଛନ୍ତି ପଣ୍ଡିତ କବିରାଜ ମିଶ୍ର ଏବଂ ମନ୍ଦିରର ପୂଜକ ପ୍ରକାଶ ଦିସ୍ରୀ ସହଯୋଗ କରୁଛନ୍ତି । ମନ୍ଦିର କମିଟିର କର୍ମକର୍ତ୍ତା ଓ ଗ୍ରାମବାସୀ ସହଯୋଗ କରୁଛନ୍ତି । ମନ୍ଦିର କମିଟି ନିଷ୍ପତ୍ତି ଅନୁଯାୟୀ ଦିର୍ଘ ବର୍ଷର ମାଁ ଗମ୍ଭିରାରେ ପୂଜା ପାଉଥିବା ବେଳେ ଏ ବର୍ଷରୁ ନୂତନ ଗମ୍ବୁଜ ନିର୍ମାଣ ପାଇଁ ଭୂମିପୂଜନ ଓ କାର୍ଯ୍ୟଆରମ୍ଭ ହେଉଛି । ଏଥିରେ ପାଟଣାଗଡ ମାଁ ପାଟଣେଶ୍ୱରୀ ମନ୍ଦିର, ସମ୍ବଲପୁରର ମାଁ ସମଲେଶ୍ୱରୀ ଏବଂ କଳାହାଣ୍ଡିର ମାଁ ମାଣିକେଶ୍ୱରୀ ଙ୍କ ମନ୍ଦିର ସ୍ଥାନ ପାଇବ ।  ଦୁଇ କୋଟି ଟଙ୍କା ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କୁ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟିର ପ୍ରସ୍ତାବ  ଦେଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ