ଖେମୁଣ୍ଡି ଲୋକ ମହୋତ୍ସବ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ଜୁଲାଇ ୨୦ ଏବଂ ୨୧ ଦୁଇଦିନ ଧରି ବଜାର ଗାନ୍ଧୀ ଛକରେ ଏହି ମହୋତ୍ସବ କରିବାକୁ ନିଷ୍ପତ୍ତି ନିଆଯାଇଛି । ଖେମୁଣ୍ଡି ଲୋକକଳାର ପ୍ରଚାର ପ୍ରସାର ସହ ଖେମୁଣ୍ଡି ମାଟିର ଐତିହ୍ୟକୁ ସ୍ୱତନ୍ତ୍ର ପରିଚୟ ପ୍ରଦାନ ନିମନ୍ତେ ପ୍ରଥମ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଗୁଡିକର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ମହୋତ୍ସବର ପ୍ରଥମ ଦିନରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଖଣି ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା, ଛତ୍ରପୁର ବିଧାୟକ କୃଷ୍ଣ ନାୟକ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର ଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ମାନଙ୍କୁ ଏବଂ ଦ୍ଵିତୀୟ ଦିବସ ରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, , ଗଞ୍ଜାମ ଜିଲାପାଳ ଙ୍କ ସମେତ ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କୁ ନିମନ୍ତ୍ରଣ କରାଯିବ ବୋଲି ଆଜିର ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇଥିଲା।ବୈଠକରେ ସଂସ୍କୃତି ଗବେଷକ ଡ଼. କୃଷ୍ଣଚନ୍ଦ୍ର ନିଃଶଙ୍କ, ଏନଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ତହସିଲଦାର ସନ୍ତୋଷ କୁମାର ସାହୁ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର, ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦ ସଭାପତି ବିଶ୍ୱନାଥ ସାହୁ, ସମ୍ପାଦକ ଆଲୋକ ବିଷୋୟୀ, କାଉନସିଲର ସୁନିଲ କୁମାର ପଣ୍ଡା, ଲୋକକଳା ବିଶେଷଜ୍ଞ ସନ୍ତୋଷ କୁମାର ପାଢ଼ୀ, ବିପିନ ବିହାରୀ ଦାଶ, ରଘୁନାଥ ପାଣିଗ୍ରାହୀ, ଅରୁଣ କୁମାର ସାହୁ, କଳା ପ୍ରଶିକ୍ଷକ ପ୍ରଭାତ ପାଢ଼ୀ ଙ୍କ ସମେତ ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ବହୁ ସଦସ୍ୟ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ