ଆଦିବାସୀ ସମାଜର ପ୍ରସ୍ତୁତି ବୈଠକ
ମୁନିଗୁଡ଼ା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ବ୍ଲକ ସ୍ତରୀୟ ବିଶ୍ଵ ଜନଜାତି ଦିବସ ପାଳନ ନିମନ୍ତେ ଆଦିବାସୀ ସମାଜର ପ୍ରସ୍ତୁତି ବୈଠକ ବ୍ଲକ ଆଦିବାସୀ ସମାଜ ସଭାପତି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ସଭାପତିତ୍ବରେ ମୁନିଖୋଲ ଗ୍ରାମ ପଞ୍ଚାୟତ ସଦଭାବନା ଗୃହ ପରିସରରେ ଆୟୋଜିତ ହୋଇଯାଇଛି।ସଭାପତି ନୁଣ୍ଡ୍ରୁକା ପ୍ରାରମ୍ଭିକ ଅଭିଭାଷଣରେ ଆଗାମୀ ଅଗଷ୍ଟ ୯ ତାରିଖରେ ପାଳନ ହେବାକୁ ଥିବା ବିଶ୍ଵ ଜନଜାତି ଦିବସ ପ୍ରସ୍ତୁତି ଉପରେ ଗୁରୁତ୍ବ ଆରୋପ କରିଥିଲେ। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏହି ଉତ୍ସବରେ କିପରି ପ୍ରତ୍ୟେକ ବର୍ଗର ଜନଜାତି ଲୋକଙ୍କୁ ଆଦିବାସୀ ସମାଜର ଏହି ଉତ୍ସବ ସହିତ ଯୋଡିବା ଏବଂ ଉତ୍ସବକୁ କିପରି ଆହୁରି ସଂସ୍କୃତି ସଂପନ୍ନ ଓ ଆକର୍ଷଣୀୟ କରିହେବ ସେନେଇ ସଭିଙ୍କ ସହଯୋଗ ଓ ମତାମତ କାମନା କରିଥିଲେ।ପରେ ପୂର୍ବବର୍ଷ ୨୦୨୫ ଜନଜାତି ଦିବସ ପାଳନର ସମୀକ୍ଷା କରିବା ସହିତ ସେହି ବର୍ଷର ଆୟ ବ୍ୟୟ ଉପରେ ଆଲୋକପାତ କରିଥିଲେ। ୨୦୨୬ ଅଗଷ୍ଟ ୯ ଜନଜାତି ଦିବସ ପାଳନ ପାଇଁ କାର୍ଯ୍ୟକ୍ରମର ରୂପରେଖ, ଆବଶ୍ୟକ ଆୟବ୍ୟୟ ଅଟକଳ,ବିଭିନ୍ନ ବିଭାଗକୁ ନେଇ କମିଟି ଗଠନ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ସଦସ୍ୟ ମାନଙ୍କ ମଧ୍ୟରେ ଆଲୋଚନା ହୋଇ ଉତ୍ସବ ପରିଚାଳନା ଦୃଷ୍ଟିରୁ ସର୍ବ ସମ୍ମତି କ୍ରମେ ପାଞ୍ଚଟି କମିଟି ଗଠନ କରାଯାଇଥିଲା। ଏହି କ୍ରମରେ ପ୍ରକାଶ କରସିକାଙ୍କୁ ପ୍ରଚାର ପ୍ରସାର କମିଟି ମୁଖ୍ୟଭାବେ ଘୋଷଣା କରାଯାଇଥିବା ବେଳେ ପାର୍ବତୀ ଗାଡ଼ାକାଙ୍କୁ ସାଂସ୍କୃତିକ କମିଟି,ରଘୂପତି କାଦ୍ରାକାଙ୍କୁ ଅଭ୍ୟର୍ଥନା କମିଟି,ସଞ୍ଜୀବ କୁମାର କାଦ୍ରାକାଂକୁ ଖାଦ୍ୟ କମିଟି ଏବଂ ବେଣୁଧର ଗାଡେକାଙ୍କୁ ପାଣ୍ଠି ସଂଗ୍ରହ କମିଟି ମୁଖ୍ୟ ଭାବେ ଘୋଷଣା କରାଯାଇଥିଲା। ଜନଜାତି ଦିବସ ପ୍ରସ୍ତୁତି ବୈଠକରେ ବ୍ଲକ ଆଦିବାସୀ ସମାସ ଉପ ସଭାପତି ଉପେନ୍ଦ୍ର ସିକକା,ରାଜୀବ ପୁସିକା, ସମ୍ପାଦକ ଜଗା ଶବର,କୋଷାଧ୍ୟକ୍ଷ ଅନନ୍ତ ନୁଣ୍ଡ୍ରୁକା ପ୍ରମୁଖଙ୍କ ସହ ବରିଷ୍ଠ ଆଦିବାସୀ ନେତ୍ରୀ ଶକୁନ୍ତଳା ନୁଣ୍ଡ୍ରୁକା,ମେଜ କାଦ୍ରାକା, ସୁବାସ ମାଝୀ, ତ୍ରିପତି ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ନକୁଳ କାଡରାକା,ଅଭି ନୁଣ୍ଡ୍ରୁକା,ସୁଦାମ ଏବଂ ସୁମନ୍ତ ସହଯୋଗ କରିଥିଲେ। ସଭିଙ୍କ ସହଯୋଗ ଓ ଉପସ୍ଥିତି ପାଇଁ ପୁରୋଷତ୍ତମ ବିଦ୍ରିକା ଧନ୍ୟବାଦ ଅର୍ପଣ କରିଥିଲେ।


