ଚିଙ୍ଗୁଡ଼ି ଘେରିରେ କାର୍ଯ୍ୟରତ ଶ୍ରମିକ ମୃତ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ଅସ୍ତରଙ୍ଗ ବ୍ଲକ ଆଜି ମାନବତାର କବରସ୍ଥଳୀ ପାଲଟିଛି। ଏଠାରେ ଚିଙ୍ଗୁଡ଼ି ଘେରି ନାମରେ ଚାଲିଛି ସଂଗଠିତ ଅପରାଧ। ମାଲକାନଗିରି, ସୁନ୍ଦରଗଡ଼, କୋରାପୁଟ, ନୟାଗଡ଼ ଭଳିଜିଲ୍ଲାରୁ ଆର୍ଥିକ ଅନଗ୍ରସର ଗରିବ ଯୁବକଙ୍କୁ ମିଠା କଥା କହି ଆଣି ସ୍ୱଳ୍ପ ବେତନରେ ଦିନ ରାତି ଖଟାଯାଉଛି। ଆଉ ଯେତେବେଳେ ସେମାନେ ମରିଯାଉଛନ୍ତି, ତାକୁ ଢାଙ୍କି ଦିଆଯାଉଛି ଦୁର୍ଘଟଣା ନାଁରେ।ଯେମିତିକି ସଟ ସର୍କିଟ ଆଉ କେତେବେଳେ ଭାସିଗଲା। ଦୁଇ ବର୍ଷରେ ଦୁଇ ଲାଶ, ଗୋଟିଏ କାହାଣୀ ୧୪ ଜୁଲାଇ ୨୦୨୫ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରାର ଶିବ ଲାଲ ଜୋଜ ବୟସ ୨୩ବର୍ଷ । ଛୁରିଆନା ପଞ୍ଚାୟତ ଆଇସିଣିଆ ଗ୍ରାମର ଘେରିରେ ମଟର ଲଗାଉଥିବା ବେଳେ ମୃତ୍ୟୁ। ବିଦ୍ୟୁତ ସଟସର୍କିଟ। ମାମଲା ନମ୍ବର ୭/୨୫। ବର୍ଷେ ପୁରିଲାଣି, ତଦନ୍ତ ଚାଲିଛି। ପୁନର୍ବାର ଠିକ ବର୍ଷେ ଚଳିତ ମାସ ଅର୍ଥାତ ୧୭ ଜୁଲାଇ ୨୦୨୬ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଧୀନ ଅଂଚଳର ରାମ ଭୂମିଆ । ବେଳଙ୍ଗ ଘେରିରେ ୧୫ ଦିନ ହେବ କାମ କରିବାକୁ ଆସିଥିଲା, ସମୁଦ୍ର କୂଳରୁ ମିଳିଲା ମୃତଦେହ। ପ୍ରଶାସନ କହୁଛି ତଦନ୍ତ ଚାଲିଛି। ସମାନ ଅଞ୍ଚଳ, ସମାନ କାମ, ସମାନ ଶେଷ। ଏହା କି ଦୁର୍ଘଟଣା ନା ଏହା ପୂର୍ବ ନିର୍ଦ୍ଧାରିତ ସ୍ୱତନ୍ତ୍ର ପ୍ରି ପ୍ଲାନ ଶ୍ରମ ବିଭାଗ ନିୟମ ଓ ଆଇନ କହୁଛି ବାହାର ରାଜ୍ୟରୁ ହେଉ କି ଓଡିଶାର ବିଭିନ୍ନ ଜିଲ୍ଲାରୁ ଶ୍ରମିକ ଆସିଲେ ପଞ୍ଜିକରଣ ବାଧ୍ୟତାମୂଳକ। ବୀମା ହେବ, ଇଏସଆଇ ହେବ, ସୁରକ୍ଷା ଉପକରଣ ମିଳିବ। କିନ୍ତୁ ଅସ୍ତରଙ୍ଗର ଗୋଟିଏ ବି ଘେରିରେ ଏହି ନିୟମ ନାହିଁ। ଶ୍ରମ ଅଧିକାରୀଙ୍କ ପାଖରେ ତଥ୍ୟ ନାହିଁ ଯେ କେତେ ଜଣ ଶ୍ରମିକ କାମ କରୁଛନ୍ତି ବାହାର ରାଜ୍ୟ ଅଥବା ଓଡିଶାର ବିଭିନ୍ନ ଜିଲ୍ଲାରୁ ଆସି । ଫଳରେ ମୃତ୍ୟୁ ପରେ ପରିବାର ଟଙ୍କିଏ କ୍ଷତିପୂରଣ ପାଉନାହାନ୍ତି। ଶ୍ରମ ବିଭାଗର କାମ କେବଳ ମାସ ଶେଷରେ ମାଫିଆଙ୍କ ଠାରୁ ଲଫାଫା ନେଉଛି ବୋଲି ସାଧାରଣଲୋକଙ୍କ ଚର୍ଚ୍ଚା ହେଉଛି।ଆଉ ସ୍ଥାନୀୟ ପ୍ରଶାସନ ଧୃତରାଷ୍ଟ୍ର, ମାଫିଆ ରାଜା ଯାହା ଫଳରେ ଅସ୍ତରଙ୍ଗ ବ୍ଲକ ଅଂଚଳରେ ରେ ମାଳ ମାଳ ବେଆଇନ ଚିଙ୍ଗୁଡ଼ି ଘେରି। ପରିବେଶ ଅନୁମତି ନାହିଁ, ଜମି ପରିବର୍ତନ ନାହିଁ, ଶ୍ରମ ଲାଇସେନ୍ସ ନାହିଁ। ତହସିଲ ଜାଣିଛି, ବ୍ଲକ ଜାଣିଛି, ପୋଲିସ ଜାଣିଛି। କିନ୍ତୁ ସମସ୍ତେ ଚୁପ। କାରଣ ଚିଙ୍ଗୁଡ଼ି ଟଙ୍କାରୁ ସମସ୍ତଙ୍କ ପେଟ ଭରୁଛି ବୋଲି ସାଧାରଣ ଲୋକଙ୍କ ସମାଲୋଚନା । ମାଫିଆ ଲକ୍ଷାଧିକ ଟଙ୍କା କମାଉଛି, ଆଉ ପ୍ରତି ବଦଳରେ ଗରିବ ଶ୍ରମିକ ଦେଉଛି ଜୀବନ। ଚିଙ୍ଗୁଡ଼ି ଘେରି ଭିତରେ ହେଉ ଅବା ନିକଟରେ ପାନୀୟ ଜଳ ନାହିଁ, ଶୌଚାଳୟ ନାହିଁ, ରହିବା ପାଇଁ ଅନୁସାଙ୍ଗିକ ଘର ନାହିଁ। ଅତ୍ୟାଚାରର କୌଣସି ସୀମା ନାହିଁ। କିନ୍ତୁ ଅଭିଯୋଗ କଲେ ଥାନା କହୁଛି ତୁମ ଲୋକ ତ ନିଜେ ଇଚ୍ଛାରେ କାମ କରୁଛି । ସାଧାରଣ ଲୋକଙ୍କ ଖୋଲା ଚ୍ୟାଲେଞ୍ଜ ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ୭ ଦିନ ଭିତରେ ଅସ୍ତରଙ୍ଗର ସମସ୍ତ ଘେରିର ଶ୍ରମିକ ତାଲିକା ପ୍ରକାଶ କର। ନହେଲେ ଆପଣଙ୍କ ନିଷ୍କ୍ରିୟତା ହିଁ ହତ୍ୟାର ସହଯୋଗୀ।ପୁରୀ ଜିଲ୍ଲାପାଳ ଓ ଅସ୍ତରଙ୍ଗ ତହସିଲଦାର ବେଆଇନ ଚିଙ୍ଗୁଡ଼ି ଘେରି ଉପରେ ତୁରନ୍ତ ବୁଲଡୋଜର ଚଳାଅ। ନଚେତ ଆପଣଙ୍କ ଅଫିସ ମଧ୍ୟ ଅପରାଧରେ ସାମିଲ ବୋଲି ଚର୍ଚ୍ଚା ।ଅନ୍ୟ ପଟେ ଆଇନି ରକ୍ଷକ ମୃତ୍ୟୁ ମାମଲାରେ ଘେରି ମାଲିକକୁ ଗିରଫ କର।ସମସ୍ତ ଦସ୍ତାବିଜ ଯାଞ୍ଚ କରାଯାଉ। ସଟସର୍କିଟ କାହାଣୀ ଆଉ ଚଳିବ ନାହିଁ।ଶେଷ ରେ ରାଜ୍ୟ ସରକାର ମୃତ ଶିବ ଲାଲ ଓ ରାମ ଭୂମିଆଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ତୁରନ୍ତ ସହାୟତା ଦିଆଯାଉ। ଗରିବଶ୍ରମିକଙ୍କ ଝାଳ ଓ ରକ୍ତ ଉପରେ ଠିଆ ହୋଇଥିବା ଏହି ଚିଙ୍ଗୁଡ଼ି ସାମ୍ରାଜ୍ୟକୁ ଖୁବ ଶୀଘ୍ର ମୁଖା ଖୋଲାଯାଉ।ଯଦି ପ୍ରଶାସନ ଏବେ ବି ନିଦରୁ ଉଠିବ ନାହିଁ, ତେବେ ଆଗାମୀ ଲାଶ ପାଇଁ ସିଧା ଦାୟୀ ରହିବେ ସ୍ଥାନୀୟ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ